Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ
ଜାତୀୟ ଖବର

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ‘ଇସଲାମିକ୍ ସହଯୋଗ ସଂସ୍ଥା’ (ଓଆଇସି) କଣ୍ଟାକ୍ଟ ଗ୍ରୁପ୍ ଦ୍ୱାରା ଜାରି କରାଯାଇଥିବା ଯୁଗ୍ମ ବିଜ୍ଞପ୍ତି (ଜଏଣ୍ଟ କମ୍ୟୁନିକେ)କୁ ଭାରତ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଏଥିରେ ଥିବା ସନ୍ଦର୍ଭଗୁଡ଼ିକୁ ’ଅନାବଶ୍ୟକ ଏବଂ ତଥ୍ୟହୀନ’ ଦର୍ଶାଇବା ସହ ଭାରତର ଆଭ୍ୟନ୍ତରୀଣ ମାମଲାରେ କିଛି ବି କହିବା ପାଇଁ ଓଆଇସିର କୌଣସି ଅଧିକାର ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ସମଗ୍ର ଜମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାରତର “ଅବିଚ୍ଛେଦ୍ୟ ଏବଂ ଅପରିବର୍ତ୍ତନୀୟ ଅଙ୍ଗ”। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରଚାରର ଯେତେ ଥର ପୁନରାବୃତ୍ତି କରାଗଲେ ମଧ୍ୟ ଏହି ଚିରନ୍ତନ ସତ୍ୟତାକୁ ବଦଳାଯାଇପାରିବ ନାହିଁ। ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନର ଅବସରରେ ଓଆଇସି କଣ୍ଟାକ୍ଟ ଗ୍ରୁପ୍‌ର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ଭାରତର ଏହି କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛି ଯେ, ଏଭଳି ଉଦ୍ଦେଶ୍ୟପ୍ରଣୋଦିତ କାହାଣୀଗୁଡ଼ିକୁ ବାରମ୍ବାର ସମର୍ଥନ କରିବା ଦ୍ୱାରା ଓଆଇସିର ନିଜର ବିଶ୍ୱସନୀୟତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପାକିସ୍ତାନକୁ ତାହାର ମନଗଢ଼ା ତଥା ଭ୍ରାମକ ପ୍ରଚାର ଚଲାଇବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ପରିବର୍ତ୍ତେ, ଓଆଇସି ପାକିସ୍ତାନକୁ ନିଜ ଭିତରକୁ ଚାହିଁବା ଏବଂ ନିଜ ନିୟନ୍ତ୍ରଣାଧୀନ ଅଞ୍ଚଳରୁ ସୃଷ୍ଟି ହେଉଥିବା ଆତଙ୍କବାଦର ସମାଧାନ କରିବାକୁ ପରାମର୍ଶ ଦେବା ଉଚିତ୍‌। କାରଣ ଆତଙ୍କବାଦକୁ ସମର୍ଥନ ଏବଂ ପ୍ରୋତ୍ସାହିତ କରିବାରେ ପାକିସ୍ତାନର ଏକ ସୁବିଦିତ ରେକର୍ଡ ରହିଛି।

୨୦୧୯ ଅଗଷ୍ଟରେ ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରଠାରୁ, ପାକିସ୍ତାନ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଏହାକୁ ବିରୋଧ କରିଆସୁଛି। ୫୭ଟି ମୁସଲିମ୍‌ ବହୁଳ ଦେଶକୁ ନେଇ ଗଠିତ ଓଆଇସିର ଜଣେ ସକ୍ରିୟ ସଦସ୍ୟ ଭାବେ ପାକିସ୍ତାନ ବାରମ୍ବାର ଏହି ମଞ୍ଚକୁ ଭାରତ ବିରୋଧୀ ପ୍ରଚାର ଏବଂ କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରିଆସୁଛି। ତେବେ ଭାରତ ପ୍ରତିଥର ଏହାକୁ କଡ଼ା ଭାବେ ପ୍ରତ୍ୟାଖ୍ୟାନ କରି ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଆସିଛି।

ଓଆଇସି ଜମ୍ମୁ କାଶ୍ମୀର ପ୍ରତ୍ୟାଖ୍ୟାନ
Share. Facebook Twitter LinkedIn Email WhatsApp Copy Link

Related Posts

୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

September 24, 2026

୩ ବର୍ଷ ପରେ ଦେଶକୁ ଫେରୁଛି IPL ନିଲାମୀ: ଡିସେମ୍ବରରେ ଗୋଆରେ ହେବ ‘ମିନି ଅକ୍ସନ୍’

September 24, 2026

ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି: ଆଜି ପକ୍ଷ ରଖିବେ ରାଜ୍ୟ ସରକାର

September 24, 2026

ଆସାମର ମୋଇଦମ ଏବଂ ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 24, 2026
Latest News

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026

୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

September 24, 2026

ପାକିସ୍ତାନ କ୍ରିକେଟ୍‌କୁ ଝଟ୍‌କା: ବୋଲିଂ କୋଚ୍‌ ପଦ ଛାଡ଼ିବେ ଆସ୍‌ଲେ ନାଫ୍‌କେ

September 24, 2026

୩ ବର୍ଷ ପରେ ଦେଶକୁ ଫେରୁଛି IPL ନିଲାମୀ: ଡିସେମ୍ବରରେ ଗୋଆରେ ହେବ ‘ମିନି ଅକ୍ସନ୍’

September 24, 2026

ବିଧାନସଭାର ଦ୍ୱିବିରୋଧୀଙ୍କ ହଟ୍ଟଗୋଳକୁ ସମାଲୋଚନା କଲେ ସରକାରୀ ଦଳର ବିଧାୟକ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.