Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ
ଜାତୀୟ ଖବର

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜେନ୍-ଜି ଯୁବପିଢ଼ି ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ
ଜେନ୍-ଜି ଯୁବପିଢ଼ି ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

ନୂଆଦିଲ୍ଲୀ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ଦୀନଦୟାଲ ପାର୍କରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ଯୋଗଦେଇ ‘ଜେନ୍-ଜି’ (Gen-Z) ବର୍ଗର ଯୁବକଯୁବତୀଙ୍କ ସହ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜେ ଖଞ୍ଜଣି ବଜାଇ ଯୁବପିଢ଼ିଙ୍କ ସହ ମିଶି ଭଜନ ଗାଉଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଏପରି ଏକ ସମୟରେ ହୋଇଛି, ଯେତେବେଳେ କ୍ରୋକ୍ରୋଚ୍ ଜନତା ପାର୍ଟି (ସିଜେପି) ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜେନ୍-ଜି’ଙ୍କ ଭୋଟ୍ ଅଧିକାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳଗୁଡ଼ିକ ଏବେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୯ ସାଧାରଣ ନିର୍ବାଚନରେ ମୋଟ ଭୋଟରଙ୍କ ୨୬% (ପ୍ରାୟ ୩୬.୭୪ କୋଟି) ଏହି ଜେନ୍-ଜି ବର୍ଗର ହୋଇଥିବାରୁ ସବୁ ରାଜନୈତିକ ଦଳ ପାଇଁ ଏହି ଯୁବବର୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ଜୁଲାଇ ମାସରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ‘ଭଜନ କ୍ଲବିଂ’ ଟ୍ରେଣ୍ଡ୍ ବିଷୟରେ ଉଲ୍ଲେଖ କରିଥିଲେ। ଭାରତର ନୂଆ ପିଢ଼ି ନିଜର ଆସ୍ଥା ଓ ସଂସ୍କୃତିକୁ ଆଧୁନିକ ଜୀବନଶୈଳୀ ସହ କିପରି ସୁନ୍ଦର ଭାବେ ଯୋଡ଼ୁଛନ୍ତି, ସେ ନେଇ ସେ ପ୍ରଶଂସା କରିଥିଲେ। ଏହା ପୂର୍ବରୁ ଜାନୁଆରୀ ୨୦୨୬ର ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ମଧ୍ୟ ସେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଜେନ୍-ଜି ପ୍ରଧାନମନ୍ତ୍ରୀ ଭଜନ କ୍ଲବିଂ
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026
Latest News

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.