Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିଲା ଟ୍ରାଇ’ର ନୂଆ ରିଚାର୍ଜ ନିୟମ
ଜାତୀୟ ଖବର

ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିଲା ଟ୍ରାଇ’ର ନୂଆ ରିଚାର୍ଜ ନିୟମ

September 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିଲା ଟ୍ରାଇ’ର ନୂଆ ରିଚାର୍ଜ ନିୟମ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ୨୮-ଦିନିଆ ରିଚାର୍ଜ ପ୍ଲାନ୍‌କୁ ନେଇ ଅସନ୍ତୁଷ୍ଟ ଥିବା ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ପ୍ରିପେଡ୍ ଗ୍ରାହକଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏକ ନୂଆ ନିୟମାବଳୀ ଜାରି କରିଛି। ଏହାଦ୍ୱାରା ବର୍ଷକୁ ୧୩ ଥର ରିଚାର୍ଜ କରିବାର ବୋଝରୁ ଗ୍ରାହକ ମୁକ୍ତି ପାଇବା ସହ, କେବଳ କଲିଂ ଓ ଏସ୍‌ଏମ୍‌ଏସ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍ ମିଳିବା ପଥ ପରିଷ୍କାର ହୋଇଛି।

ରିପୋର୍ଟ ଅନୁସାରେ ଟ୍ରାଇ ଗତ ସେପ୍ଟେମ୍ବର ୨୨ ତାରିଖରେ “ଟେଲିକମ୍ କନ୍‌ଜ୍ୟୁମର୍ସ ପ୍ରୋଟେକ୍ସନ୍ (୧୩ଶ ସଂଶୋଧନ) ନିୟମାବଳୀ, ୨୦୨୬’ ଅଧିସୂଚିତ କରିଛି। ଏହି ସଂଶୋଧିତ ବ୍ୟବସ୍ଥା ଅଧୀନରେ ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ କେବଳ ଭଏସ୍ ଏବଂ ଏସ୍‌ଏମ୍‌ଏସ୍ ଥିବା ଟାରିଫ୍ ଭାଉଚରର ଉପଲବ୍ଧତାକୁ ବିସ୍ତାର କରିବାକୁ ପଡ଼ିବ। ଏଥିରେ ୩୦ ଦିନ କିମ୍ବା ତା’ଠାରୁ କମ୍ ବୈଧତା ଥିବା ବିକଳ୍ପଗୁଡ଼ିକ ସାମିଲ ରହିବ। ଅର୍ଥାତ୍ ଏଣିକି ଆଉ ବର୍ଷର ୧୨ ମାସରେ ୧୩ ଥର ରିଚାର୍ଜ କରିବାକୁ ପଡ଼ିବନି। ଏହି ବ୍ୟବସ୍ଥାରେ ଏପରି ଏକ ଭାଉଚର୍ ମଧ୍ୟ ରହିବ, ଯାହା ପ୍ରତି ମାସର ସମାନ ତାରିଖରେ ନବୀକରଣ ହୋଇପାରିବ। ଅନ୍ୟ ଏକ ପରିବର୍ତ୍ତନ ସ୍ୱଳ୍ପ ଅବଧି ବିଶିଷ୍ଟ ପ୍ଲାନ୍ ସହିତ ଜଡ଼ିତ। ଯେଉଁଠାରେ ସ୍ୱଳ୍ପ ବୈଧତା ଅବଧି ପାଇଁ ବଣ୍ଡଲ୍ଡ ପ୍ଲାନ୍ (ଡାଟା ସହିତ) ଦିଆଯାଉଛି, ସେଠାରେ ଟେଲିକମ୍ କମ୍ପାନୀଗୁଡ଼ିକୁ ସେହି ଅନୁରୂପ କେବଳ ଭଏସ୍ ଏବଂ ଏସ୍‌ଏମ୍‌ଏସ୍ ଭାଉଚର୍ ମଧ୍ୟ ପ୍ରଦାନ କରିବାକୁ ପଡ଼ିବ। ଏହି ଭାଉଚର୍‌ଗୁଡ଼ିକର ଶୁଳ୍କ ମଧ୍ୟ ଉପଯୁକ୍ତ ଭାବେ ହ୍ରାସ କରାଯିବ।

ଟ୍ରାଇର ଏହି ନୂଆ ନିୟମ ତଥା ମୋବାଇଲ୍ ରିଚାର୍ଜ ସମ୍ପର୍କୀତ ଏହି ପରିବର୍ତ୍ତନଗୁଡ଼ିକୁ ରାଜ୍ୟସଭା ସାଂସଦ ରାଘବ ଚଢ଼ା ସ୍ୱାଗତ କରିଛନ୍ତି। ରାଘବ କହିଛନ୍ତି ଯେ, ଚଳିତ ବର୍ଷ ପ୍ରାରମ୍ଭରେ ସେ ସଂସଦରେ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ଏବେ ସମାଧାନ ହୋଇଛି। ତାଙ୍କର ଚିନ୍ତା ମୁଖ୍ୟତଃ ବିଭିନ୍ନ ମାସିକ ପ୍ରିପେଡ୍ ପ୍ଲାନରେ ଦିଆଯାଉଥିବା ୨୮-ଦିନିଆ ବୈଧତା ଏବଂ ମୋବାଇଲ୍ ଡାଟା ଆବଶ୍ୟକ କରୁନଥିବା ଉପଭୋକ୍ତାଙ୍କ ପାଇଁ କୌଣସି କଲିଂ-କେନ୍ଦ୍ରିକ ବିକଳ୍ପ ନଥିବା ଉପରେ ଆଧାରିତ ଥିଲା। ରାଘବ ଚଢ଼ା ଏଭଳି ବ୍ୟବହାରକାରୀଙ୍କ ପାଇଁ କେବଳ କଲିଂ ପ୍ରିପେଡ୍ ପ୍ଲାନ୍ (ଯେଉଁଥିରେ ଇନ୍‌କମିଂ ଏବଂ ଆଉଟ୍‌ଗୋଇଂ ସୁବିଧା ଥିବ) ଆଣିବାକୁ ଅନୁରୋଧ କରିଥିଲେ।

ମୋବାଇଲ ଗ୍ରାହକ ରିଚାର୍ଜ ନିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Latest News

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.