Cyclone Landfall Update: ଅତି ଭୀଷଣ ବାତ୍ୟା ଅର୍ଣ୍ଣବ କୁ ନେଇ ଆସିଲା ବଡ ଖବର, ଆଜି ରାତିରେ କରିବ ଲ୍ୟାଣ୍ଡଫଲ କରିବ ବୋଲି ଭାରତ ପାଣିପାଗ ବିଭାଗ ସୂଚନା ଦେଇଛି। ସେହି ଅନୁସାରେ ଅର୍ଣ୍ଣବ ଆଜି ରାତି ୨ଟାରୁ ଭୋର ୪ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଜଣାପଡିଛି। କାରଣ ବାତ୍ୟା ଯେଉଁ ଗତିରେ ଆସୁଛି ତାହା ଶିଘ୍ର ସ୍ଥଳଭାଗ ଛୁଇଁବ ବୋଲି ସ୍ପଷ୍ଟ ହୋଇଛି। ଆଗରୁ ତାହା ଆସନ୍ତାକାଲି ବୁଧବାରରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଥିଲା। ହେଲେ ସେଥିରେ ପରିବର୍ତ୍ତନ ହୋଇଛି।
ପାଣିପାଗ ବିଭାଗ ଅନୁସାରେ ବାତ୍ୟା ଗତ ଛଅ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ତା’ପରେ ନିଜର ଗତିପଥ ବଦଳାଇ ଉତ୍ତରପଶ୍ଚିମ ଦିଗ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି।
ଏହା ବାପାଟଲା ଏବଂ ବିଶାଖାପାଟଣା ମଧ୍ୟରେ, ୟାନାମ୍ ନିକଟରେ ଲ୍ୟାଣ୍ଡଫଲ କରି ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିପାରେ ଏବଂ ପବନର ଝଟକା (gusts) ଘଣ୍ଟା ପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ତେବେ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ଧିରେଧିରେ ଦୁର୍ବଳ ହେବାରେ ଲାଗିଛି। ହେଲେ ଏହାର ପ୍ରଭାବରେ ଓଡିଆ ଓ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି ରେ ପ୍ରବଳ ବର୍ଷିବ ବୋଲି ଆକଳନ କରାଯାଇଛି। ବାତ୍ୟାର ଆଖି ପ୍ରାୟ ୧୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହା ଧିରେଧିରେ ମଧ୍ୟ ମେଲାଇ ହେବାରେ ଲାଗିଛି। ଏହି ନୂଆ ତଥ୍ୟ ଅନୁସାରେ ଆଜି ରାତିରୁ ଓଡିଶା ଉପକବଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।


