ନୂଆଦିଲ୍ଲୀ: ୪ ଟି ରାଜ୍ୟର ୨୮ MLC ସିଟରେ କଂଗ୍ରେସ ଶୂନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ X ରେ ତାତ୍ସଲ୍ୟ କରି କହିଥିଲେ ଯେ, “ୟୁପି, ମହାରାଷ୍ଟ୍ର, ବିହାର, କର୍ଣ୍ଣାଟକରେ କଂଗ୍ରେସ କେତେ ଜିତିଲା?” ଏହାର ଜବାବରେ କଂଗ୍ରେସ ସାଂସଦ ପବନ ଖେଡା ୪ ଦଫା ଦାବି ରଖିଛନ୍ତି।
କଂଗ୍ରେସ ସାଂସଦଙ୍କ ଦାବି:
୧. EVM ପ୍ରଭାବ ପଡେନି ବୋଲି ଭରସା ଅଛି ତ ଆଗାମୀ ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ବାଲାଟ ପେପରରେ କରାନ୍ତୁ।
୨. SIR ରୋକନ୍ତୁ ଓ ୧୩.୩ କୋଟି ଭୋଟରଙ୍କ ନାଁ ଯୋଡନ୍ତୁ।
୩. ଜ୍ଞାନେଶ ଗୁପ୍ତାଙ୍କୁ ପଦରୁ ହଟାନ୍ତୁ (କଂଗ୍ରେସ ପୋଷ୍ଟରେ ଜ୍ଞାନେଶ କୁମାରଙ୍କୁ ଜ୍ଞାନେଶ ଗୁପ୍ତା କୁହାଯାଇଛି)।
୪. ଆଜୀବନ ଇମ୍ୟୁନିଟି ଆଇନ ରଦ୍ଦ କରନ୍ତୁ।
କଂଗ୍ରେସ ସାଂସଦ ଆହୁରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ମୋଦୀ ଏହି ଦାବିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତାଙ୍କର ଦାବି ଖାଲି ଅର୍ଥହୀନତା ବ୍ୟତୀତ ଆଉ କିଛି ନୁହେଁ। ଫମ୍ପା ଦାବି, ଯାହାକୁ କେହି ଗମ୍ଭୀରତାର ସହ ନେଇପାରିବେ ନାହିଁ।


