ନୂଆଦିଲ୍ଲୀ: ସୁରକ୍ଷିତ ନିବେଶ ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫ୍ଲୋଟିଂ ରେଟ୍ ବଣ୍ଡ ୨୦୩୪ (FRB 2034) ର ସୁଧ ହାର ବଢାଇ ୭.୨୬% କରିଛି। ପୂର୍ବରୁ ଏହି ବଣ୍ଡରେ ୬.୪୫% ସୁଧ ମିଳୁଥିଲା। ଏହି ନୂଆ ସୁଧ ହାର ଆଜି ଅର୍ଥାତ୍ ୩୦ ଅକ୍ଟୋବର ୨୦୨୬ ରୁ ୨୯ ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ଲାଗୁ ରହିବ।
କେଉଁ ବଣ୍ଡରେ ବଢିଲା ସୁଧ?
RBI ଭାରତ ସରକାରଙ୍କ ଫ୍ଲୋଟିଂ ରେଟ୍ ବଣ୍ଡ ୨୦୩୪ର ସୁଧ ହାରରେ ୦.୮୧% ବୃଦ୍ଧି କରିଛି। ଏହି ବଣ୍ଡ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇଥିଲା। ଏହାର ବିଶେଷତ୍ୱ ହେଉଛି, ଏଥିରେ ସୁଧ ହାର ସ୍ଥିର ନୁହେଁ, ପ୍ରତି ୬ ମାସରେ ବଦଳେ।
କେମିତି ନିର୍ଦ୍ଧାରଣ ହୁଏ ସୁଧ ହାର?
RBI ଅନୁଯାୟୀ, ୧୮୨ ଦିନିଆ ଟ୍ରେଜେରୀ ବିଲ୍ (T-Bills) ର ଆଭରେଜ ୟିଲ୍ଡ ବଢିବାରୁ ଏହି ବୃଦ୍ଧି ହୋଇଛି। FRB ୨୦୩୪ ର ସୁଧ ହାର ପାଇଁ ଶେଷ ୩ଟି ନିଲାମର ୱେଟେଡ ଏଭରେଜ ୟିଲ୍ଡର ହାରାହାରି ନିଆଯାଏ। ସେଥିରେ ସରକାରଙ୍କ ନିର୍ଦ୍ଧାରିତ ୦.୯୮% ଫିକ୍ସଡ ସ୍ପ୍ରେଡ ଯୋଡାଯାଏ। ୭, ୧୪ ଓ ୨୮ ଅକ୍ଟୋବର ୨୦୨୬ର ନିଲାମର ହାରାହାରି ୬.୨୭୮୩% ଥିଲା, ସେଥିରେ ୦.୯୮% ମିଶାଇ ୭.୨୬% ହୋଇଛି।
୫ ଲକ୍ଷ ନିବେଶରେ କେତେ ଲାଭ?
ନିବେଶ: ୫ ଲକ୍ଷ ଟଙ୍କା
ପୁରୁଣା ସୁଧ (୬.୪୫%): ୬ ମାସରେ ପ୍ରାୟ ୧୬,୧୨୫ ଟଙ୍କା
ନୂଆ ସୁଧ (୭.୨୬%): ୬ ମାସରେ ପ୍ରାୟ ୧୮,୧୫୦ ଟଙ୍କା
ଅତିରିକ୍ତ ଲାଭ: ୬ ମାସରେ ୨,୦୨୫ ଟଙ୍କା ଅଧିକ
ଅର୍ଥାତ୍ ୫ ଲକ୍ଷ ଟଙ୍କା ନିବେଶ କରିଥିଲେ ପୂର୍ବ ଅପେକ୍ଷା ୨,୦୨୫ ଟଙ୍କା ଅଧିକ ସୁଧ ମିଳିବ।


