ନୂଆଦିଲ୍ଲୀ: ଯଦି ଆପଣ ଧନତେରସ ପୂର୍ବରୁ ସୁନା-ରୂପାରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ। କାରଣ ଆଜି ସୁନା ଓ ରୂପା ଉଭୟର ଦରରେ ବଡ ହ୍ରାସ ଦେଖିବାକୁ ମିଳୁଛି।
ଶୁକ୍ରବାର ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ୧,୪୨,୨୬୦ ରୁ ୧,୪୨,୪୧୦ ଟଙ୍କା ମଧ୍ୟରେ ଥିଲା। ଆଜି ସୋମବାର ଏହା ଖସି ୧,୩୮,୮୮୦ ରୁ ୧,୩୯,୫୨୦ ଟଙ୍କା ସ୍ତରକୁ ଆସିଯାଇଛି। ଅର୍ଥାତ୍ ସିଧାସଳଖ ପ୍ରାୟ ୨,୯୦୦ ରୁ ୩,୩୦୦ ଟଙ୍କା ପର୍ଯ୍ୟନ୍ତ ବଡ ହ୍ରାସ ହୋଇଛି।
ଶସ୍ତା ହେଲା ୨୨ କ୍ୟାରେଟ ସୁନା
ଆଜି ୨୨ କ୍ୟାରେଟ ସୁନା ମଧ୍ୟ ଶସ୍ତା ହୋଇଛି। ଶୁକ୍ରବାର ଏହାର ଦର ପ୍ରତି ୧୦ ଗ୍ରାମ ୧,୩୦,୪୧୦ ରୁ ୧,୩୦,୫୪୦ ଟଙ୍କା ଥିଲା। ଆଜି ସୋମବାର ଏହାର ଦର ୧,୨୭,୩୧୦ ରୁ ୧,୨୭,୮୯୦ ଟଙ୍କା ସ୍ତରକୁ ଖସିଆସିଛି। ଅର୍ଥାତ୍ ଆଜି ପ୍ରତି ୧୦ ଗ୍ରାମ କିଣିବା ଉପରେ ଗ୍ରାହକଙ୍କୁ ପ୍ରାୟ ୨,୬୦୦ ରୁ ୩,୧୦୦ ଟଙ୍କା ସଞ୍ଚୟ ହେବ।
ରୂପା ଦରରେ କେତେ ହ୍ରାସ ହେଲା?
ଆଜି ସୁନା ପରି ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳୁଛି। ଶୁକ୍ରବାର ଦେଶର ଅଧିକାଂଶ ସହରରେ ରୂପା ୨,୧୦,୦୦୦ ଟଙ୍କା ପ୍ରତି କିଲୋ ସ୍ତରରେ ବନ୍ଦ ହୋଇଥିଲା। ଆଜି ସୋମବାର ଏହାର ଦର ୨,୦୦,୦୦୦ ଟଙ୍କା ପ୍ରତି କିଲୋ ରହିଛି। ଅର୍ଥାତ୍ ଦରରେ ୧୦,୦୦୦ ଟଙ୍କା ହ୍ରାସ ହୋଇଛି। ସେହିପରି ଆଜି ୧୦ ଗ୍ରାମ ରୂପା ଦର ଶୁକ୍ରବାରର ୨,୧୦୦ ଟଙ୍କା ତୁଳନାରେ ୧୦୦ ଟଙ୍କା ଖସି ୨,୦୦୦ ଟଙ୍କା ହୋଇଛି।


