Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବେଙ୍ଗାଲୁରୁରେ ନାରକୀୟ ହତ୍ୟାକାଣ୍ଡ ; ପତ୍ନୀ ସମେତ ଶାଶୂଘରର ୭ ଜଣଙ୍କୁ ହତ୍ୟା କଲା କ୍ୟାବ୍ ଚାଳକ
ଜାତୀୟ ଖବର

ବେଙ୍ଗାଲୁରୁରେ ନାରକୀୟ ହତ୍ୟାକାଣ୍ଡ ; ପତ୍ନୀ ସମେତ ଶାଶୂଘରର ୭ ଜଣଙ୍କୁ ହତ୍ୟା କଲା କ୍ୟାବ୍ ଚାଳକ

November 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Horrific mass murder in Bengaluru; cab driver kills 7 people, including his wife and in-laws.

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକାଥରକେ ୭ ଜଣଙ୍କୁ ହତ୍ୟା କରାଯାଇଥିବା ଏକ ଅତ୍ୟନ୍ତ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ପରିବାରରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ୪୫ ବର୍ଷୀୟ କ୍ୟାବ୍ ଚାଳକ ନିଜ ପତ୍ନୀ ଏବଂ ଶାଶୂଘରର ଅନ୍ୟ ୬ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତଙ୍କ ମୃତଦେହ ଜବତ କରି ଏହି ମାମଲାର ଅଧିକ ତାଜନ୍ତ ଜାରି ରଖିଛି। ପୁଲିସ୍ ଅନୁସାରେ ରାଜାଜୀନଗର ଥାନା ଅନ୍ତର୍ଗତ ବାସରୁମ୍ ସର୍କଲ ନିକଟସ୍ଥ ୫୯ତମ କ୍ରସ୍‌ରେ ଥିବା ଏକ ଆବାସିକ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଇନ୍ଦୁଶେଖର ପ୍ରଥମେ ଏକ ଶିଳପୁଆ (ଗ୍ରାଇଣ୍ଡିଂ ଷ୍ଟୋନ୍‌) ସାହାଯ୍ୟରେ ନିଜ ପତ୍ନୀ ସୁନୀତାଙ୍କୁ ହତ୍ୟା କରିଥିଲା। ପରେ ମୃତଦେହକୁ କପଡ଼ାରେ ଗୁଡ଼ାଇ ନନ୍ଦୀ ହିଲ୍ସ ନିକଟରେ ଫିଙ୍ଗି ଦେଇଥିଲା। ଏହା ପରେ ସେ କ୍ରମାନ୍ୱୟରେ ନିଜ ଶାଶୂ, ଦୁଇ ଶଳା, ସେମାନଙ୍କ ପତ୍ନୀ ଏବଂ ଜଣେ ସାତ ବର୍ଷର ଭଣଜାକୁ ହତ୍ୟା କରିଥିଲା। ଶୁକ୍ରବାର ବିଳମ୍ବିତ ସମୟରେ ଏହି ଭୟଙ୍କର ଅପରାଧ ସାମ୍ନାକୁ ଆସିଥିଲା। ପୁଲିସ୍ ସମସ୍ତଙ୍କ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଶିଳପୁଆ ଏବଂ ମୃତଦେହ ବୋହିବା ପାଇଁ ବ୍ୟବହୃତ କାରକୁ ପୁଲିସ୍ ଜବତ କରିଛି।

କ୍ୟାବ୍ ଚାଳକ ନାରକୀୟ ଗଣହତ୍ୟା ବେଙ୍ଗାଲୁରୁ
Share. Facebook Twitter LinkedIn Email WhatsApp Copy Link

Related Posts

ମାଉଣ୍ଟ୍ କିଲିମଞ୍ଜାରୋ ବିଜୟ ; ୨୪ ଘଣ୍ଟାରୁ କମ୍ ସମୟରେ ରେକର୍ଡ କଲେ କବିତା ଚନ୍ଦ

November 7, 2026

ପିଭି ସିନ୍ଧୁ ଆଇଓଏ ଆଥ୍‌ଲେଟ୍ସ କମିଶନ୍ ଅଧ୍ୟକ୍ଷା, ହରମନପ୍ରୀତ୍ ଉପାଧ୍ୟକ୍ଷ

November 7, 2026

ସୟଦ୍ ମୁସ୍ତାକ ଅଲୀ ଟିମର କ୍ୟାପ୍‌ଟେନ୍ ହେଲେ ବୈଭବ ସୂର୍ଯ୍ୟବଂଶୀ

November 7, 2026

ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ମିଳିଲାନି ଅନ୍ତରୀଣ ଜାମିନ

November 7, 2026
Latest News

ମାଉଣ୍ଟ୍ କିଲିମଞ୍ଜାରୋ ବିଜୟ ; ୨୪ ଘଣ୍ଟାରୁ କମ୍ ସମୟରେ ରେକର୍ଡ କଲେ କବିତା ଚନ୍ଦ

November 7, 2026

ପିଭି ସିନ୍ଧୁ ଆଇଓଏ ଆଥ୍‌ଲେଟ୍ସ କମିଶନ୍ ଅଧ୍ୟକ୍ଷା, ହରମନପ୍ରୀତ୍ ଉପାଧ୍ୟକ୍ଷ

November 7, 2026

ସୟଦ୍ ମୁସ୍ତାକ ଅଲୀ ଟିମର କ୍ୟାପ୍‌ଟେନ୍ ହେଲେ ବୈଭବ ସୂର୍ଯ୍ୟବଂଶୀ

November 7, 2026

ବେଙ୍ଗାଲୁରୁରେ ନାରକୀୟ ହତ୍ୟାକାଣ୍ଡ ; ପତ୍ନୀ ସମେତ ଶାଶୂଘରର ୭ ଜଣଙ୍କୁ ହତ୍ୟା କଲା କ୍ୟାବ୍ ଚାଳକ

November 7, 2026

ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ମିଳିଲାନି ଅନ୍ତରୀଣ ଜାମିନ

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.