Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»IAS Against IAS Jobs: ଜଣେ ଆଇଏଏସ ପିଲାମାନଙ୍କୁ ଆଇଏଏସ ନ ହେବା ପାଇଁ ଦେଲେ ପରାମର୍ଶ, କାହିଁକି?
ଜାତୀୟ ଖବର

IAS Against IAS Jobs: ଜଣେ ଆଇଏଏସ ପିଲାମାନଙ୍କୁ ଆଇଏଏସ ନ ହେବା ପାଇଁ ଦେଲେ ପରାମର୍ଶ, କାହିଁକି?

November 8, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
IAS Against IAS Jobs
IAS Against IAS : ଜଣେ ଆଇଏଏସ ପିଲାମାନଙ୍କୁ ଆଇଏଏସ ନ ହେବା ପାଇଁ ଦେଲେ ପରାମର୍ଶ, କାହିଁକି?

IAS Against IAS Jobs : ଜଣେ ଆଇଏଏସ ଅଧିକାରୀ ପିଲାମାନଙ୍କୁ ଆଇଏଏସ ନ ହେବା ପାଇଁ ଦେଲେ ପରାମର୍ଶ। ଏହି କଥାଟି ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ। କାରଣ ପିଲାମାନେ ପାଠ ପଢିବା ପରେ ଡାକ୍ତର, ଇଂଜିନିୟର କିମ୍ବା ଆଇଏଏସ ହେବାକୁ ଇଚ୍ଛା କରିଥାନ୍ତି। କାରଣ ଏହି ପଦପଦବୀରେ ରହିଛି ମର୍ଯ୍ୟଦା। ହେଲେ ଜଣେ ବରିଷ୍ଠ ଆଇଏଏସ ପିଲାମାନଙ୍କୁ ଆଇଏଏସ ନ ହେବା ପାଇଁ ପରାମର୍ଶ ଦେଉଛନ୍ତି। ଏହାକୁ ନେଇ ଚାରିଆଡେ ବେଶ ଚର୍ଚ୍ଚା ଚାଲିଛି। ଜଣେ ବରିଷ୍ଠ ଆଇଏଏସ ଏପରି କାହିଁକି କହିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ତେବେ ଏହି କଥା ଯେ କହିଛନ୍ତି ସେ ହେଉଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ତୁକାରାମ ମୁନ୍ଧେ। ସେ ବର୍ତ୍ତମାନ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) କମିଶନର ଅଛନ୍ତି। ସେ ପିଲାମାନଙ୍କୁ ଆଇଏଏସ ହେବା ପରିବର୍ତ୍ତେ ଉଦ୍ୟୋଗୀ (entrepreneur) କିମ୍ବା ନେତା ହେବା ବିଷୟରେ ଚିନ୍ତା କରନ୍ତୁ ବୋଲି କହିଛନ୍ତି। କାରଣ ସେଥିରେ ସ୍ବାଧୀନତା ରହିଛି। ପରିବାର ପାଇଁ କିଛି କରିପାରିବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ନିଜର ୨୧ ବର୍ଷର ପ୍ରଶାସନିକ କ୍ୟାରିୟରରେ ସେ ଯେଉଁ ତ୍ୟାଗ କରିଛନ୍ତି ତା ବଦଳରେ ମିଳିଛି ପାରିବାରିକ ଜୀବନରେ ଅସ୍ଥିରତା। ସେ କହିଛନ୍ତି ଯେ, “ଯଦି ଭବିଷ୍ୟତରେ ମୋ ନିଜ ପିଲାମାନେ ମୋତେ ପଚାରନ୍ତି ଯେ ‘ଆମେ IAS ହେବୁ କି?’, ତେବେ ମୁଁ ସେମାନଙ୍କୁ ସିଧାସଳଖ ପରାମର୍ଶ ଦେବି  ‘IAS ହୁଅ ନାହିଁ’।

ଶ୍ରୀ ମୁନ୍ଧେ ତାଙ୍କର ୨୧ ବର୍ଷର ଚାକିରି କାଳ ମଧ୍ୟରେ ତାଙ୍କୁ ପ୍ରାୟ ୨୫ ଥର ବଦଳି କରାଯାଇଛି, ଯାହା ଫଳରେ ତାଙ୍କ ପରିବାରକୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବାକୁ ପଡିଛି। ଏପରି ପରିବର୍ତ୍ତନ ସହ ନୂଆ ପରିବେଶ ସହିତ ଖାପ ଖୁଆଇ ଚଳିବାକୁ ପଡିଛି। ଫଳରେ ପାରିବାରିକ ଜୀବନରେ ବହୁ ଅସ୍ଥିରତା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଯଦିଓ ସେ ଏହି ଆହ୍ୱାନକୁ ସେ ନିଜ କର୍ତ୍ତବ୍ୟ ବୋଲି ମାନନ୍ତି, ତଥାପି ସେ ଚାହାଁନ୍ତି ନାହିଁ ଯେ ତାଙ୍କ ପିଲାମାନେ ମଧ୍ୟ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ଏଭଳି ଅସ୍ଥିରତାର ସମ୍ମୁଖୀନ ହୁଅନ୍ତୁ।

ସେ କହିଛନ୍ତି ଯେ, ମୋ ପୁଅ ପଞ୍ଚମ ଶ୍ରେଣୀ ପଢିବା ଭିତରେ ଛଅ ଥର ସ୍କୁଲ ବଦଳାଇବାକୁ ପଡିଛି। ଏପରି ଛାତ୍ର ଅବସ୍ଥାରେ ସେ ନିଜର ଶିକ୍ଷକ ସାଙ୍ଗମାନଙ୍କୁ ଚିହ୍ନିବା ପୂର୍ବରୁ ସେ ସେହି ସ୍କୁଲ ପରିତ୍ୟାଗ କରିବାକୁ ପଡେ। ଏପରି ସ୍ଥଳେ ପିଲାର ମାନସିକ ସ୍ଥିତି କିପରି ରହିବ ଆପଣମାନେ ଚିନ୍ତା କରନ୍ତୁ ବୋଲି ସେ କହିଛନ୍ତି।

ସେହିପରି ମୋ ସ୍ତ୍ରୀ ମଧ୍ୟ ଗୋଟିଏ ସ୍ଥାନରେ ନିଜକୁ ଖାପ ଖୁଆ ଚଳିବା ଆରମ୍ଭ କରିବା ବେଳକୁ ସେ ସ୍ଥାନ ଛାଡିବାକୁ ପଡେ। ମୁଁ ବଡ ଅଫିସର ହୋଇପାରେ ହେଲେ ମୋର ପରିବାର ପ୍ରତି ମୋର ଅବଦାନ କଣ ବୋଲି ଅନେକ ସମୟରେ ନିଜକୁ ନିଜେ ପ୍ରଶ୍ନ କରି ଦୁଃଖ କରେ ବୋଲି ସେ କହିଛନ୍ତି।

ଶ୍ରୀ ମୁନ୍ଧେ ମହାରାଷ୍ଟ୍ର ପ୍ରଶାସନର ଜଣେ କଡା ଅଫିସର ଭାବେ ବେଶ ଜଣାଶୁଣା। ସେ ସବୁବେଳେ ଆଇନକୁ କଡାକଡି ପାଳନ କରିବାକୁ ଚେଷ୍ଠା କରନ୍ତି। ସେ କାହାରିକୁ ବେଆଇନ କାମ କରିବାକୁ ପ୍ରଶୟ ଦିଅନ୍ତି ନାହିଁ। ତାଙ୍କ ଉପରେ ଯେତେ ରାଜନୈତିକ ଚାପ ପଡିଲେ ମଧ୍ୟ ତାହାକୁ ସେ ଖାତିର କରନ୍ତି ନାହିଁ। ବିଶେଷ କରି ସରକାରୀ ଅଫିସଗୁଡ଼ିକରେ ହଠାତ୍ ପହଞ୍ଚି ଯାଞ୍ଚ କରିବା (surprise inspections) ଏବଂ ଅଫିସରଙ୍କ ବିରୋଧରେ କଡା ପଦକ୍ଷେପ ନେବା କାର୍ଯ୍ୟ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି।

ଶ୍ରୀ ମୁନ୍ଧେ ମହାରାଷ୍ଟ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀରେ କାର୍ଯ୍ୟ କରିଛନ୍ତି। ସେଥି ମଧ୍ୟରେ ନଭି ମୁମ୍ବାଇ, ନାସିକ ଏବଂ ନାଗପୁରର ମ୍ୟୁନିସିପାଲ୍ କମିଶନର (ନଗର ନିଗମ କମିଶନର) ଭାବରେ କାର୍ଯ୍ୟ କରିଛନ୍ତି। ନାଗପୁର ଏବଂ ୱାଶିମ୍ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବରେ ଦାୟିତ୍ୱ ତୁଲାଇଛନ୍ତି। ସେ ପୁଣେ ମହାନଗର ପରିବହନ ମହାମଣ୍ଡଳ ଲିମିଟେଡ୍ (PMPML) ର ପରିଚାଳନା ନିର୍ଦ୍ଦେଶକ ଏବଂ ଦିବ୍ୟାଙ୍ଗ କଲ୍ୟାଣ ବିଭାଗର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କର ଏପରି ମନ୍ତବ୍ୟ ଚାରିଆଡେ ବେଶ ଚର୍ଚ୍ଚା ଚାଲିଛି।

IAS Against IAS Jobs IAS Career Tukaram Mundhe ଆଇଏଏସ
Share. Facebook Twitter LinkedIn Email WhatsApp Copy Link

Related Posts

ଆନନ୍ଦ ବିହାର ରେଳଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ

November 8, 2026

ଦୀପୋତ୍ସବରେ ସୃଷ୍ଟି ହେଲା ବିଶ୍ୱ ରେକର୍ଡ : ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

November 8, 2026

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡୁ ଘରର ଧନ ବୃଦ୍ଧି ମଧ୍ୟ କରିଥାଏ: କେମିତି ଜାଣନ୍ତୁ ?

November 8, 2026

ଗୁଜରାଟର ଆଇନ ଶୃଙ୍ଖଳା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା କଲେ ଅମିତ ଶାହ

November 8, 2026
Latest News

ଆନନ୍ଦ ବିହାର ରେଳଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ

November 8, 2026

ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ

November 8, 2026

ଡିସେମ୍ବର ୬ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

November 8, 2026

ଦୀପୋତ୍ସବରେ ସୃଷ୍ଟି ହେଲା ବିଶ୍ୱ ରେକର୍ଡ : ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

November 8, 2026

ଯାଜପୁରରେ ଅଗ୍ନିକାଣ୍ଡ: ୨ ଶିଶୁଙ୍କ ସମେତ ୪ ଜୀବନ୍ତ ଦଗ୍ଧ

November 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.