ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ମହାସଚିବ ଜୟରାମ ରମେଶ ଦୀପାବଳୀ ପରେ ଦେଶର ବଡ଼ ବଡ଼ ସହରରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି। ସେ (FICCI) ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ଏକ ରିପୋର୍ଟର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମୋଦୀ ସରକାର ଦୀର୍ଘ ସମୟରୁ ଏହା ମାନିବାକୁ ମନା କରି ଆସୁଛନ୍ତି, ଦେଶରେ ବାୟୁ ପ୍ରଦୂଷଣ କାରଣରୁ ଲୋକଙ୍କ ମୃତ୍ୟୁ ହେଉଛି।”
ଜୟରାମ କହିଛନ୍ତି ଯେ, “ସରକାର ସଂସଦ ଭିତରେ ଏବଂ ବାହାରେ ଅନେକ ରିପୋର୍ଟକୁ ଏହା କହି ଖାରଜ କରି ଦେଇଛନ୍ତି। ଏହି ରିପୋର୍ଟ ଭାରତର ସନ୍ଦର୍ଭରେ ନାହିଁ। ଏଥି ସହ ସରକାର କହିଛନ୍ତି ଯେ, ଏହାର ପ୍ରଭାବ ସିଧାସଳଖ କିମ୍ବା କେବଳ ଏହି ଗୋଟିଏ କାରଣରୁ ଜଡ଼ିତ ନାହିଁ। ଏବେ FICCI-EY ର ଏକ ବିସ୍ତୃତ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ୨୦୨୩ ରେ ଭାରତରେ ହୋଇଥିବା ପ୍ରାୟ ୨୦ ଲକ୍ଷ (ମୋଟ୍ ମୃତ୍ୟୁର ପ୍ରାୟ ୨୨%) ମୃତ୍ୟୁ ପାଇଁ ବାୟୁ ପ୍ରଦୂଷଣ ଦାୟୀ ଥିଲା।”
ବିଶୁଦ୍ଧ ବାୟୁରେ ନିଶ୍ୱାସ ନେବା ମୌଳିକ ଆବଶ୍ୟକତା:
କଂଗ୍ରେସ ନେତା କହିଛନ୍ତି ଯେ, ଏହା ଗଭୀର ନିଦରେ ଶୋଇଥିବା ମୋଦୀ ସରକାର ପାଇଁ ଆଉ ଏକ ଚେତାବନୀ। ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ (ବ୍ୟାପାର କରିବାରେ ସହଜତା) ଠିକ୍ ଅଛି, କିନ୍ତୁ ‘ନିଶ୍ୱାସ ନେବାରେ ସହଜତା’ (ବିଶୁଦ୍ଧ ବାୟୁରେ ନିଶ୍ୱାସ ନେଇ ପାରିବା) ବହୁତ ଅଧିକ ମୌଳିକ ଆବଶ୍ୟକତା। ଭାରତର ଅନେକ ଅଞ୍ଚଳରେ ପେଏମ ୨.୫ ଏକ ପ୍ରାଣଘାତକ ବିପଦ ପାଲଟି ଯାଇଛି।


