Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..
ଜାତୀୟ ଖବର

Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..

November 11, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Bank Sweeper Becomes Manager
Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..

Bank Sweeper Becomes Manager: ସେ ପ୍ରଥମେ ବ୍ୟାଙ୍କର ସୁଇପର ଭାବେ କାମ ଆରମ୍ଭ କଲେ। ହେଲେ ନିଜ ପରିଶ୍ରମ ଆଉ ଦୃଢମନୋବଳ ଯୋଗୁଁ ସେ ପରବର୍ତ୍ତି ସମୟରେ ହୋଇଗଲେ ସେହି ବ୍ୟାଙ୍କର ଜେନେରାଲ ମ୍ୟାନେଜର। ଏହି କଥା ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ହେଲେ ଏହି ଭଳି ଏକ ସୌଭାଗ୍ୟ ଆସିଥିଲା ଜଣେ ଗରିବ ବିଧବା ମହିଳାଙ୍କ କ୍ଷେତ୍ରରେ। ସେ ହେଉଛନ୍ତି ପୁନାର ପ୍ରତୀକ୍ଷା ଥଣ୍ଡୱାଲ୍କର।

ପ୍ରକୃତରେ ପ୍ରତୀକ୍ଷାଙ୍କ କଥା ଯେକେହି ଶୁଣିବ ସେ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ପ୍ରକାଶ ନିଶ୍ଚିତ କରିବ। ତାଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯିବ। ଘଟଣାଟି ହେଲା ପ୍ରତୀକ୍ଷାଙ୍କୁ ମାତ୍ର ୧୬ ବର୍ଷ ବୟସରେ ସେ ପ୍ରମୋଦ ଥଣ୍ଡୱାଲ୍କ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ଆଉ  ୨୦ ବର୍ଷ ବୟସ ବେଳକୁ ସେ ବିଧବା ହୋଇଗଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କରେ କାମ କରୁଥିବା ତାଙ୍କ ସ୍ବାମୀ ପ୍ରମୋଦଙ୍କ ଦୁର୍ଘଟଣାରେ ପରଲୋକ ଘଟିଥିଲା। ସେତେବେଳକୁ ତାଙ୍କ କୋଳରେ ମାତ୍ର ତିନିବର୍ଷର ପୁଅ। ଆଉ ତାଙ୍କ ପାଖରେ ସାହାଯ୍ୟ କରିବାକୁ କେହି ନାହାଁନ୍ତି।

ପୁଅକୁ ମଣିଷ କରିବା ପାଇଁ ପ୍ରତୀକ୍ଷାଙ୍କ ଉପରେ ପଡିଲା ବଜ୍ରପାତ। ତଥାପି ସେ ଧର୍ଯ୍ୟହରା ନ ହୋଇ ଘରେ ସିଲେଇ, ଏମ୍ବ୍ରଡିଂ ପ୍ରଭୃତି କାମ କରିବା ଆରମ୍ଭ କଲେ। ଏହି ଭିତରେ ସେ ତାଙ୍କ ସ୍ବାମୀ ଚାକିରୀ କରୁଥିବା ମୁମ୍ବାଇ ବ୍ୟାଙ୍କ ଯାଇ ତାଙ୍କର ବକେୟା ଦରମା ସଂପର୍କରେ କଥା ହେଲେ। କଥାବାର୍ତ୍ତା ଭିତରେ ପ୍ରତୀକ୍ଷା ବ୍ୟାଙ୍କ ମ୍ୟାନେଜରଙ୍କୁ ଏକ ଚାକିରୀ ଦେବାକୁ ଅନୁରୋଧ କଲେ।

ତିନିମାସ ପରେ ପ୍ରତୀକ୍ଷାଙ୍କୁ ଡକରା ଆସିଲା। ସେ ବ୍ୟାଙ୍କ ସୁଇପର ଭାବେ କାଯ୍ୟ କରିବା ପାଇଁ ନିଯୁକ୍ତି ମିଳିଛି। ବ୍ୟାଙ୍କ ଓ ବ୍ୟାଙ୍କ ପରିସର ସଫା ରଖିବା ସହିତ ପାଇଖାନା ସଫା ରଖିବେ।  କେବଳ ସକାଳୁ ବ୍ୟାଙ୍କ ଖୋଲିବା ପୂର୍ବରୁ ତାଙ୍କର କାମ। ମାସକୁ ୬୦ ଟଙ୍କା ଦରମା। ଏଥିରେ ସେ ରାଜି ହେଲେ ଆଉ ମୁମ୍ବାଇ ଆସି କାମରେ ଲାଗିଗଲେ। ଏହି ଭିତରେ ସେ ପାଠ ପଢି ମାଟ୍ରିକ ପାଶ କରିବା ପାଇଁ ତାଙ୍କର ଆଗ୍ରହ ପ୍ରକାଶ ପାଇଲା। କାରଣ ସକାଳୁ କାମ ସରିବା ପରେ ତାଙ୍କ ହାତରେ ବେଶ ସମୟ ମଧ୍ୟ ଥିଲା।

ସେ ୮ମ, ୯ମ,୧୦ମ ଶ୍ରେଣୀର ପୁରୁଣା ବହି ସଂଗ୍ରହ କଲେ। ଦିନରାତି ପାଠ ପଢି ସେ ଗୋଟିଏ ଥରରେ ୬୦ ପ୍ରତିଶତ ନମ୍ବର ରଖି ମାଟ୍ରିକ ପାଶ କଲେ। ଏହାପରେ ଅଧିକ ପାଠ ପଢିବାକୁ ତାଙ୍କର ଆଗ୍ରହ ସୃଷ୍ଟି ହେଲା। ସେ ମୁମ୍ବାଇର ବିକ୍ରୋଲି ନାଇଟ କଲେଜରେ ନାମ ଲେଖାଇ ୧୨ ଶ୍ରେଣୀ ପାଶ କଲେ। ପୁଣି ନିଶା ବଢିଲା। ସେହି ମୁମ୍ବାଇରେ ଆଉ ଏକ ନାଇଟ୍ କଲେଜରେ ପାଠପଢି ସେ ମନସ୍ତତ୍ବ ବିଷୟରେ ଗ୍ରାଜୁଏସନ ବା ବିଏ ପାଶ କଲେ।

ଏହା ଭିତରେ ସେ ସୁଇପରରୁ ମେସେଞ୍ଜର କୁ ପ୍ରମୋଶନ ହେଲେ। ଅନ୍ୟପଟେ ସେ ଗ୍ରାଜୁଏସନ ପାଶ କରିଥିବାରୁ ତାଙ୍କୁ ବ୍ୟାଙ୍କର ଆଭ୍ୟନ୍ତରିଣ ପରୀକ୍ଷା ଦେବାକୁ ସୁଯୋଗ ମିଲିଲା। ସେହି ପରୀକ୍ଷାରେ ସେ ଉତୀର୍ଣ୍ଣ ହୋଇ ବନିଗଲେ ବ୍ୟାଙ୍କ କ୍ଲର୍କ। ଏହି ଭିତରେ ସେ ଅନ୍ୟ ଜଣଙ୍କୁ ବିବାହ ମଧ୍ୟ କଲେ।

ସେ କ୍ଲର୍କରୁ ପରେ ପରେ ବିଭିନ୍ନ ପ୍ରମୋଶନ ପାଇ ପାଇ ଡେପୁଟି ଜେନେରାଲ ମ୍ୟାନେଜର (DGM) ପଦ ପର୍ଯ୍ୟନ୍ତ ଉତିର୍ଣ୍ଣ ହୋଇଗଲେ। ୨୦୨୨ ରେ, ସେ SBI ରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (AGM) ଭାବରେ ପ୍ରମୋସନ ପାଇ ନିଜ କ୍ୟାରିୟରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ତଥାପି ସେ ନିଜର ପରିଶ୍ରମକୁ କେବେ ହାତଛଡା କରି ନାହାଁନ୍ତି। ସେ ବ୍ୟାଙ୍କରୁ ଅବସର ନେବା ପରେ ପ୍ରାକୃତିକ ଚିକିତ୍ସା ଉପରେ ଏକ ଟ୍ରେନିଂ ନେଇ ବର୍ତ୍ତମାନ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି। ସେ ପିଲାଦିନରୁ ଜଣେ ଡାକ୍ତର ହେବାକୁ ଇଚ୍ଛା କରିଥିଲେ। ତାହା ମଧ୍ୟ ସେ କରି ଦେଖାଇଦେଲେ। ପ୍ରତୀକ୍ଷାଙ୍କର ଏପରି ଅଧ୍ୟବସାୟ ଓ ପରିଶ୍ରମକୁ ନେଇ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି।

Bank Sweeper Becomes Manager SBI ସୁଇପର ରୁ ମ୍ୟାନେଜର
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ପର୍ଯ୍ୟଟନକୁ ନୂଆ ଦିଶା: ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’

November 11, 2026

ଡିଜିଟାଲ୍ ଅରେଷ୍ଟ୍ ନାଁରେ ଲୁଟ୍!: ୨୦୨୬ରେ ଲୋକଙ୍କଠୁ ଗଲା ୮୦୦ କୋଟି

November 11, 2026

୨୦୨୮ ଆଇପିଏଲ୍‌ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍‌କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍

November 11, 2026

ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

November 11, 2026
Latest News

ଦିଲ୍ଲୀ ପର୍ଯ୍ୟଟନକୁ ନୂଆ ଦିଶା: ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’

November 11, 2026

ଡିଜିଟାଲ୍ ଅରେଷ୍ଟ୍ ନାଁରେ ଲୁଟ୍!: ୨୦୨୬ରେ ଲୋକଙ୍କଠୁ ଗଲା ୮୦୦ କୋଟି

November 11, 2026

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026

୨୦୨୮ ଆଇପିଏଲ୍‌ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍‌କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍

November 11, 2026

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.