Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏସ୍‌ଆଇଆର୍ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲା ଇଣ୍ଡିଆ ମେଣ୍ଟ
ଜାତୀୟ ଖବର

ଏସ୍‌ଆଇଆର୍ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲା ଇଣ୍ଡିଆ ମେଣ୍ଟ

November 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
SIR Controversy: INDIA bloc moves Supreme Court again

ନୂଆଦିଲ୍ଲୀ: ଏସ୍‌ଆଇଆର୍ ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ ଆୟୋଗଙ୍କୁ ୪୮ଟି ପ୍ରଶ୍ନ ପଚାରିବା ପାଇଁ ଅନୁମତି ମାଗିବା ସହ, ଯଦି ଉପ-ନିର୍ବାଚନ କମିଶନରଙ୍କ ନିକଟରେ ରେକର୍ଡ ନଥାଏ ତେବେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନେ ଅଲଗା ଅଲଗା ସତ୍ୟପାଠ ଦାଖଲ କରି ଉତ୍ତର ଦିଅନ୍ତୁ ବୋଲି ମେଣ୍ଟ ପକ୍ଷରୁ ଆବେଦନ କରାଯାଇଛି।

ଆବେଦନକାରୀମାନେ କହିଛନ୍ତି ଯେ, ଯଦି ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଦାୟିତ୍ୱରେ ଥିବା ଉପ-ନିର୍ବାଚନ କମିଶନରଙ୍କ ନିକଟରେ ରେକର୍ଡ ଆଧାରରେ ସୂଚନା ନାହିଁ, ତେବେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ଅଲଗା ଅଲଗା ସତ୍ୟପାଠ ଦାଖଲ କରି ଏହାର ଉତ୍ତର ଦିଅନ୍ତୁ। କଂଗ୍ରେସ ପକ୍ଷରୁ ୪୮ଟି ପ୍ରଶ୍ନର ଏକ ତାଲିକା ମଧ୍ୟ ଦିଆଯାଇଛି। ଏଥିରେ ପଚରାଯାଇଛି ଯେ ଏସ୍‌ଆଇଆର୍ ସମୟରେ ନିର୍ବାଚନ ଆୟୋଗ କେଉଁ କେଉଁ ନିଷ୍ପତ୍ତି ନେଇଥିଲେ? କେଉଁ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଥିଲେ ଏବଂ କେଉଁଥିରେ ଆପତ୍ତି ଉଠାଇଥିଲେ?

ଏହାପୂର୍ବରୁ ମଧ୍ୟ ବିରୋଧୀ ଦଳ ସମାନ ଆଭିମୁଖ୍ୟ ଦେଖାଇସାରିଛନ୍ତି। ଅକ୍ଟୋବର ୧୧ ତାରିଖରେ ବିରୋଧୀ ସାଂସଦମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଚିଠି ଲେଖି ସ୍ମାରକପତ୍ର ପ୍ରଦାନ କରିବାକୁ ସମୟ ମାଗିଥିଲେ, କିନ୍ତୁ ସିଜେଆଇ ଏଥିପାଇଁ ମନା କରିଦେଇଥିଲେ। ଏହାପରେ ଅକ୍ଟୋବର ୧୨ ତାରିଖରେ ବିରୋଧୀ ନେତାମାନେ ଦିଲ୍ଲୀର ବାରାଖମ୍ବା ରୋଡରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ଏବଂ ସେହି ଦିନ ମୁଖ୍ୟ ନିର୍ବାଚନ କମିଶନର ଓ ଏସ୍‌ଆଇଆର୍ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ପ୍ରଥମ ଆବେଦନରେ ୧୨ଟି ବିରୋଧୀ ଦଳର ୧୩ ଜଣ ନେତା ସାମିଲ ଥିଲେ। ସେତେବେଳେ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଅକ୍ଟୋବର ୧୫ ତାରିଖରେ ପ୍ରଥମ ଶୁଣାଣି କରିଥିଲେ। ଏହି ସମୟରେ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ ଯେ, କେହି ବି କୋର୍ଟଙ୍କୁ ଡରାଇ-ଧମକାଇ ଚାପରେ ପକାଇ ପାରିବେ ନାହିଁ; ଏଭଳି ପ୍ରୟାସ ବୃଥା ଏବଂ ଏହା ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ। ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍‌ଚୀଙ୍କ ଖଣ୍ଡପୀଠ ନିର୍ବାଚନ ଆୟୋଗ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ନୋଟିସ୍ ଜାରି କରିଥିଲେ। ସେହିପରି ଅକ୍ଟୋବର ୨୬ରେ ଦ୍ୱିତୀୟ ଶୁଣାଣି ହୋଇଥିଲା ଏବଂ ଏହି ସମୟରେ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସତ୍ୟପାଠ ଦାଖଲ କରିବାକୁ ପଡ଼ିଥିଲା। ଆୟୋଗ ନିଜ ସତ୍ୟପାଠରେ ଦର୍ଶାଇଥିଲେ ଯେ ଏସ୍‌ଆଇଆର୍ ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ତିନିଜଣ ନିର୍ବାଚନ କମିଶନରଙ୍କ ସହମତିରେ ନିଆଯାଇଥିଲା, କେହି ଏକୁଟିଆ ନିଷ୍ପତ୍ତି ନେଇନଥିଲେ।

ସେତେବେଳେ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ସେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାରିତା ଏବଂ ନିଷ୍ପତ୍ତି ସହ ଜଡ଼ିତ ସମସ୍ତ ଦିଗର ଯାଞ୍ଚ କରିବେ। ଏହା ସହିତ ଆୟୋଗଙ୍କ ଉତ୍ତର ଉପରେ ନିଜର ପକ୍ଷ ରଖିବା ପାଇଁ ବିରୋଧୀ ନେତାମାନଙ୍କୁ ୧୦ ଦିନ ସମୟ ଦିଆଯାଇଥିଲା। ଆଜି ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ, ଯେଉଁଥିରେ ବିରୋଧୀ ନେତାମାନଙ୍କୁ ନିର୍ବାଚନ ଆୟୋଗଙ୍କ ସତ୍ୟପାଠ ଉପରେ ନିଜର ଜବାବ ଦାଖଲ କରିବାକୁ ହେବ।

ଇଣ୍ଡିଆ ମେଣ୍ଟ ଏସ୍‌ଆଇଆର୍ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଛଠ୍ ପର୍ବକୁ ନେଇ TMC-BJP ମଧ୍ୟରେ ବାକ୍‌ଯୁଦ୍ଧ, ଚିରାଗଙ୍କ ନିଶାନାରେ ଅଭିଷେକ ଓ ରାହୁଲ

November 17, 2026

ବିଲକିସ ବାନୋ ମାମଲା: ୨ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

November 16, 2026

ରାଧିକା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ମହିଳା ଓ ୧୬ ବର୍ଷୀୟ ବାଳକଙ୍କ ମୃତ୍ୟୁ

November 16, 2026

ଇସ୍ତଫା ପରେ ଫେରିବେ କି ଜେନସେନ୍ ହୁଆଙ୍ଗ? Nvidiaରେ ପୁଣି CEO ଚୌକିକୁ ନେଇ ହଲଚଲ!

November 16, 2026
Latest News

ଜିଆରଏସ୍ ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ: ଲାଗୁ ହେବ ଏସ୍‌ସି-ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥା

November 17, 2026

ଏସ୍‌ଆଇଆର୍ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲା ଇଣ୍ଡିଆ ମେଣ୍ଟ

November 17, 2026

ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ

November 17, 2026

ଛଠ୍ ପର୍ବକୁ ନେଇ TMC-BJP ମଧ୍ୟରେ ବାକ୍‌ଯୁଦ୍ଧ, ଚିରାଗଙ୍କ ନିଶାନାରେ ଅଭିଷେକ ଓ ରାହୁଲ

November 17, 2026

ଆଜି ନଭେମ୍ବର ୧୭ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.