Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୀର୍ଘ 48 ବର୍ଷ ପରେ ଏକାଠି ହେଲେ ପିତା-ପୁତ୍ର : ମାଧ୍ୟମ ସାଜିଲା ଫେସ୍‌ବୁକ୍‌
ଜାତୀୟ ଖବର

ଦୀର୍ଘ 48 ବର୍ଷ ପରେ ଏକାଠି ହେଲେ ପିତା-ପୁତ୍ର : ମାଧ୍ୟମ ସାଜିଲା ଫେସ୍‌ବୁକ୍‌

January 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଢାକା: ସୋସିଆଲ ମିଡିଆ ଜରିଆରେ ପୁଣି ଥରେ ଜଣେ ତାଙ୍କ ପରିବାର ପାଖକୁ ଫେରିପାରିଛନ୍ତି। ଜଣେ ବ୍ୟକ୍ତି 48 ବର୍ଷ ପରେ ତାଙ୍କ ପରିବାରକୁ ଭେଟିଛନ୍ତି । ଫେସବୁକ୍ ଭିଡିଓରେ ପରିବାରର ଜଣେ ସଦସ୍ୟଙ୍କୁ ଫେରିପାରିଛନ୍ତି ସମ୍ପୃକ୍ତ ପରିବାର। ବ୍ୟବସାୟ କରିବାକୁ ଯାଇ ଜଣେ ବ୍ୟକ୍ତି 48 ବର୍ଷ ପୂର୍ବେ ଘର ଛାଡିଥିଲେ। ତା’ପରେ ସେ ଆଉ ଘରକୁ ଫେରିନଥିଲେ । ବ୍ୟକ୍ତିଜଣକ ହେଉଛନ୍ତି ହବୀର୍‌ ରହମାନ୍‌। ହବୀର୍‌ ରହମାନ୍‌ ନିଜ ଗ୍ରାମ ସିଲହଟ୍‌ର ବାଜଗ୍ରାମଠାରେ ରଡ୍‌ ଓ ସିମେଣ୍ଟର ବ୍ୟବସାୟ କରୁଥିଲେ । କିଛି ବ୍ୟବସାୟ କାର୍ଯ୍ୟ କାରଣରୁ ନିଜ ହୋମଟାଉନ୍‌ରୁ ବାହାରକୁ ଆସିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଆଉ ଫେରିନଥିଲେ। ତାଙ୍କ ପରିବାର ସଦସ୍ୟ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇନଥିଲେ । ଘରୁ ବାହାରିବା ବେଳକୁ ତାଙ୍କୁ 30 ବର୍ଷ ବୟସ ହୋଇଥିଲା।

ଗତ ଶୁକ୍ରବାର ଦିନ ହବୀର୍‌ଙ୍କ ବଡ ପୁତ୍ରଙ୍କ ପତ୍ନୀ, ଯିଏ ଆମେରିକାରେ ବସବାସ କରୁଛନ୍ତି। ସେ ଏକ ଫେସ୍‌ବୁକ୍‌ ଭିଡିଓ ଦେଖିଥିଲେ। ସେହି ଭିଡିଓରେ ଜଣେ ବ୍ୟକ୍ତି ପଇସା ଅଭାବରୁ ଚିକିତ୍ସିତ ହୋଇପାରୁନଥିଲେ। ସେ ସଙ୍ଗେ ସଙ୍ଗେ ଏହି ଭିଡିଓଟିକୁ ତାଙ୍କ ସ୍ବାମୀଙ୍କୁ ଦେଖାଇଥିଲେ। ସେ ପୂର୍ବରୁ ତାଙ୍କ ଶଶୁରଙ୍କ କାହାଣୀ ଶୁଣିଥିଲେ। ତାଙ୍କ ସ୍ବାମୀ ଏହି ଭିଡିଓଟି ଦେଖି ସଙ୍ଗେ ସଙ୍ଗେ ତାଙ୍କ ଭାଇମାନଙ୍କୁ ସିଲହଟ୍‌କୁ ଯାଇ ସେଠାରେ ଥିବା ରୋଗୀଙ୍କୁ ଦେଖିବାକୁ କହିଥିଲେ। ଶନିବାର ସକାଳୁ ତାଙ୍କ ଭାଇମାନେ ହସ୍ପିଟାଲ୍‌ ଯାଇ ରୋଗୀଙ୍କୁ ଦେଖି ଜାଣିପାରିଲେ ଯେ, ସେ ରୋଗୀ ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ତାଙ୍କର ସେଇ ହଜିଯାଇଥିବା ବାପା।

ହବୀର୍‌ଙ୍କ ପୁତ୍ର କହିଛନ୍ତି ଯେ, ମୋର ମନେ ଅଛି ବାପାଙ୍କୁ ମୋ’ ମା ଓ ଚାଚାମାନେ ବହୁ ବର୍ଷ ପର୍ଯ୍ୟନ୍ତ ଖୋଜାଖୋଜି କଲେ। କିନ୍ତୁ ପାଇନଥିଲେ। 2000 ମସିହାରେ ତାଙ୍କ ମା’ ଆରପାରିକୁ ଚାଲିଯାଇଥିବାବେଳେ ଦୀର୍ଘ 48 ବର୍ଷ ପରେ ତାଙ୍କ ପିତାଙ୍କୁ ଫେରି ପାଇ ସେମାନେ ଖୁସି ହୋଇଛନ୍ତି।

ଗତ 25 ବର୍ଷ ଧରି ହବୀର୍‌ ରାୟସୋରି ଅଞ୍ଚଳରେ ରହୁଥିବାବେଳେ ରେଜିଆ ବେଗମ୍‌ ନାମରେ ଜଣେ ମହିଳା ତାଙ୍କର ଦେଖାରେଖା କରୁଥିଲେ । ରେଜିଆ କହିଛନ୍ତି ଯେ, ତାଙ୍କୁ 1995 ମସିହାରେ ହଜରତ୍‌ ସାହବ୍‌ ଉଦିନ୍‌ ସିରିନ୍‌ଠାରୁ ପାଇଥିଲେ । ଯାଯାବର ଭାବରେ ସେ ଜୀବନଯାପନ କରୁଥିବାରୁ ହବୀର୍‌ଙ୍କୁ ସେ ପୀର୍‌ ବାବା ବୋଲି ସମ୍ମାନ କରୁଥିଲେ ।

ପରିବାରର ସଦସ୍ୟମାନେ ହବୀର୍‌ଙ୍କୁ ନେଇ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଘରୋଇ ହସ୍ପିଟାଲ୍‌କୁ ନେଇଛନ୍ତି। (ଏଜେନ୍ସି)

facebook
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.