Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କଂଗ୍ରେସ ଦଳକୁ ନେଇ ଚିରଞ୍ଜୀବ ବିଶ୍ବାଳ କହିଲେ ବିସ୍ପୋରକ କଥା
ରାଜ୍ୟ ଖବର

କଂଗ୍ରେସ ଦଳକୁ ନେଇ ଚିରଞ୍ଜୀବ ବିଶ୍ବାଳ କହିଲେ ବିସ୍ପୋରକ କଥା

May 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ChiranjibiB
କଂଗ୍ରେସ ଦଳକୁ ନେଇ ଚିରଞ୍ଜୀବ ବିଶ୍ବାଳ କହିଲେ ବିସ୍ପୋରକ କଥା

ଭୁବନେଶ୍ବର: ଗତ କିଛିମାସ ଧରି କଂଗ୍ରେସ ଦଳରେ ସକ୍ରିୟ ନ ଥିବା ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ବକ୍ତବ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା। ଗତକାଲି ଜୟଦେବ ଭବନରେ ଆୟୋଜିତ ‘ଜାନକୀବାବୁ ବସନ୍ତବାବୁ ଯୋଡି, ଓଡିଶା ରାଜନୀତିରେ ସୁବର୍ଣ୍ଣ ସୁଯୋଗ’ ଆଲୋଚନା ଚର୍କରେ ଏକ ବିସ୍ପୋରକ ବକ୍ତବ୍ୟ ଦେଇଛନ୍ତି ଚିରଞ୍ଜୀବ।

ସେ କହିଛନ୍ତି ଯେ, କଂଗ୍ରେସ ଦଳର ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଦଳରେ ନଅ ଜଣ ବିଧାୟକ ଅଛନ୍ତି, ହେଲେ ଏହି ଦଳରେ ମୁଖ୍ୟମନ୍ତ୍ରୀ ଆଶାୟୀ ସଂଖ୍ୟା କୋଡିଏ ହେବ। ଚିରଞ୍ଜୀବ ଏହା କହିବା ପରେ ପ୍ରେକ୍ଷାଳୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଫଳରେ ଦଳ ଆଗକୁ ଯେପରି ବଢିବା କଥା ତାହା ହୋଇପାରୁ ନାହିଁ ବୋଲି ଚିରଞ୍ଜୀବ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନବୀନ ପଟ୍ଟନାୟକ 2000 ମସିହାରେ ମୁଖ୍ୟମନ୍ତ୍ରୀ ହେଲେ। ସେ ସମୟରେ ଯେଉଁ ପିଲା ଜନ୍ମଗ୍ରହଣ କରିଥିବ ଏବେ ତାକୁ 23 ବର୍ଷ ହୋଇସାରିଥିବ। ସେ ଜନ୍ମ ହେବାଠାରୁ କେବଳ ନବୀନବାବୁଙ୍କୁ ଦେଖୁଛି। ତା ମୁଣ୍ଡଭିତରେ ଆଉ କେହି ନାହିଁନ୍ତି। ଫଳରେ ବର୍ତ୍ତମାନର ଯୁବ ପିଢୀ କେବଳ ନବୀନଙ୍କ ଛଡା ଆଉ କିଛି ଜାଣନ୍ତି ନାହିଁ। ସେହି ଯୁବକଙ୍କୁ କଂଗ୍ରେସ ନିଜ ଦଳକୁ ଆଣିବାରେ ବିଫଳ ହୋଇଛି ବୋଲି ସେ କହିଛନ୍ତି।

କଂଗ୍ରେସ ଦଳ ପ୍ରତି ଓଡିଶାର ଯୁବକମାନେ ଆକୃଷ୍ଟ ହୋଇପାରୁ ନାହାଁନ୍ତି। କିମ୍ବା ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସେମିତି କିଛି ପଦକ୍ଷେପ ଗ୍ରହଣ କରାଯାଇପାରୁ ନାହିଁ। ଦୁଃଖର କଥା କଂଗ୍ରେସରେ ଯେଉଁ ଯୁବକମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଗୁରୁତ୍ବ ଦିଆଯାଉ ନାହିଁ। ତେଣୁ ଦଳ କିପରି ଭଲ ପ୍ରଦର୍ଶନ କରିବ ବୋଲି ପ୍ରଶ୍ନ କରିଥିଲେ ଚିରଞ୍ଜୀବ।

ସେହିପରି ସେ କହିଥିଲେ ଯେ, ଏହି ଦଳର ଗୋଟିଏ ପୁରୁଣା ରୋଗ ଅଛି। ତାହା ହେଲା ଜଣେ ବର୍ଷବର୍ଷ ଧରି ସଂଗଠନ କରି ଦଳକୁ ସୁଦୃଢ କରିଥିବ। ଠିକ ନିର୍ବାଚନ ଦୁଇ ମାସ ଥିବ କେନ୍ଦ୍ରୀୟ ଦଳ ଆଉ ଜଣଙ୍କୁ ସଭାପତି କରିଦେବେ। ଏସବୁ ଜାଣିବା ପରେ କାହିଁକି କେହି ଦମ ଲଗାଇ ସଂଗଠନକୁ ସୁଦୃଢ କରିବାକୁ ଯିବ ବୋଲି ପ୍ରଶ୍ନ କରିଥିଲେ ଚିରଞ୍ଜୀବ।

ଆଗାମୀ ନିର୍ବାଚନରେ କଂଗ୍ରେସର ସ୍ଥିତି ସଂପର୍କରେ ମଧ୍ୟ ଚିରଞ୍ଜୀବ ଭବିଷ୍ୟବାଣୀ କରି ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଆସନ୍ତା ନିର୍ବାଚନରେ କଂଗ୍ରେସକୁ 147 ଜଣ ବିଧାୟକ ପ୍ରାର୍ଥୀ ମିଳିବା କଷ୍ଟକର ହେବ। ଏମିତି ଟିକେଟ ଦେବା ନାମରେ ଯାହାକୁ ହେଲେ ଟିକେଟ ଦେଇଦେବେ। ସେ ଅମାନତ ହରାଇବ। ଏହାର କିଛି ମାନେ ନାହିଁ ବୋଲି ସେ ସୂଚନା ଦେଇଥିଲେ।

ଏବେ କଂଗ୍ରେସ ଦଳ ଏକ ସ୍ଲୋଗାନ ଦେଉଛି। ତାହା ହେଲା 9 ରୁ 90। ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ଦେଖିବାର କଥା ବୋଲି ଚିରଞ୍ଜୀବ କହିଥିଲେ। ଚିରଞ୍ଜୀବଙ୍କ ଏପରି ବକ୍ତବ୍ୟ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ ଖୁବ ଶିଘ୍ର ଦଳ ଛାଡିବେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରିଛନ୍ତି।

BJP Ads
ଚିରଞ୍ଜୀବ ବିଶ୍ବାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025

ପ୍ରାଚୀନ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ: ଓଡ଼ିଶାରେ ରହିଛି ଏହି ଗଛ

November 3, 2025

“ଆମେରିକା ଏବଂ ଚୀନ୍ ପରସ୍ପର ପାଇଁ ବିପଦ”: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

November 3, 2025
BJP Ads
Latest News

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.