Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନଙ୍କୁ ସମୁହ ଛୁଟି ପ୍ରସଙ୍ଗ, ମୁଖ୍ୟ ଶାସନ ସଚିବ କଲେ ଆଲୋଚନା
ରାଜ୍ୟ ଖବର

ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନଙ୍କୁ ସମୁହ ଛୁଟି ପ୍ରସଙ୍ଗ, ମୁଖ୍ୟ ଶାସନ ସଚିବ କଲେ ଆଲୋଚନା

June 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନଙ୍କୁ ସମୁହ ଛୁଟି ପ୍ରସଙ୍ଗ, ମୁଖ୍ୟ ଶାସନ ସଚିବ କଲେ ଆଲୋଚନା

ଭୁବନେଶ୍ୱର: ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଗତକାଲି ଗୁରୁବାର ଠାରୁ ସାମୁହିକ ଛୁଟିରେ ଯିବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଲୋକସେବା ଭବନ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ବିଭିନ୍ନ ଅମଲା ସଂଘର କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।

ଅମଲାମାନେ  ସଂଗଠିତ “ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ” ମାଧ୍ୟମରେ ଏକାଠି ହୋଇ ମୁଖ୍ୟ ଶାସନ ସଚିବଙ୍କୁ ସେମାନଙ୍କର ଦାବୀ ଲିଖିତ ଭାବରେ ପ୍ରଦାନ କରି ସମସ୍ୟା ସଂପର୍କରେ ଆଲୋଚନା ପୁର୍ବକ କମ୍ ଦିନ ମଧ୍ୟରେ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ।

ଆଲୋଚନାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ତରଫରୁ ଦାବୀ ସଂପର୍କରେ କୁହାଯାଇଛି ଯେ, ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଚାକିରିରେ ପ୍ରବେଶ ଶିକ୍ଷାଗତ ଯୋଗ୍ୟତା  ୨୦୧୭ ମସିହାରୁ ଯୁକ୍ତ ଦୁଇରୁ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ବୋଲି ଓଡ଼ିଶା ସରକାରଙ୍କ ରିଜୋଲୁସନ ନଂ ୨୭୩୬୭/୨୦୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ  ଅଦ୍ୟାବଧି ସେମାନଙ୍କୁ ପୂର୍ବବତ୍‌ ମାଟ୍ରିକ୍ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ବେତନ ପ୍ରଦାନ କରାଯାଉଛି, ଯାହାକି ଦରମା ପ୍ରଦାନ କ୍ଷେତ୍ରରେ  ଅସଙ୍ଗତି ରହିଛି । କନିଷ୍ଠ ସହାୟକମାନେ ସ୍ନାତକ ଯୋଗ୍ୟତା ଭିତ୍ତିରେ ଗ୍ରେଡ୍ ପେ-୧୯୦୦  (ଲେଭେଲ-୪ ) ପରିବର୍ତ୍ତେ ଗ୍ରେଡ୍ ପେ ୪୨୦୦ ( ଲେଭଲ-୯)  ପ୍ରଦାନ ପାଇଁ  ଦାବୀ ରଖିଛନ୍ତି।

ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନେ ପାଉଥିବା ଦରମାର  ଅସଙ୍ଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅବଗତ ହେବା ସହ ଏ ସଂପର୍କରେ ସବିଶେଷ ତଥ୍ୟକୁ ଅନୁଶୀଳନ କରାଯାଇ  ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲାସ୍ତରରେ ଅମଲାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଥିବାରୁ ସେମାନଙ୍କର ପ୍ରଶାସନିକ ବ୍ୟବସ୍ଥାରେ ମୂଲ୍ୟବାନ ଯୋଗଦାନ ରହିଆସିଥିବା ମୁଖ୍ୟ ଶାସନ ସଚିବ କହିଥିଲେ।

ସରକାରଙ୍କ ସ୍ତରରେ ସେମାନଙ୍କର ରହିଥିବା ଦାବୀ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିବା ସହ ସମସ୍ତ ଅମଲାମାନଙ୍କୁ ସେମାନଙ୍କର ସମୁହ ଛୁଟି ପ୍ରତ୍ୟାହାର କରି ନିଜ ନିଜ କାର୍ଯ୍ୟରେ ଯୋଗଦାନ ପାଇଁ  ସେ ଅନୁରୋଧ କରିଛନ୍ତି। ସମସ୍ତ ଅମଲାମାନଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା  ରାଜ୍ୟ ସରକାରଙ୍କ ଭରସା ରହିଛି ଓ ସରକାର ସେମାନଙ୍କର ଦାବୀ ପ୍ରତି ସହୃଦୟତାର ସହ ସୁବିଚାର କରିବେ ବୋଲି ଅମଲା ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ।

ମିଳିତ ମଂଚର ଅଧ୍ୟକ୍ଷ ଶ୍ରୀ ନାରାୟଣ ଦାସଙ୍କ ସମେତ ଓଡ଼ିଶା ଅମଲା ସଂଘର  ସଭାପତି ଶ୍ରୀ ଜ୍ଞାନ ରଞ୍ଜନ ଦାସ,  ମୁଖ୍ୟ ପୃଷ୍ଠପୋଷକ ଶ୍ରୀ  ପ୍ରସନ୍ନ କୁମାର ତ୍ରିପାଠୀ ଓ ଗଣମାଧ୍ୟମ ସମ୍ପାଦକ ଶ୍ରୀ ଗୁରୁ ଗୋବିନ୍ଦ ଦଳାଇ, ଓଡ଼ିଶା ରାଜସ୍ୱ ଅମଲା ସଂଘର ସାଧାରଣ ସଂପାଦକ ଶ୍ରୀ ନରେଶ କୁମାର ମହାପାତ୍ର, ଉପ ସଭାପତି ଶ୍ରୀ  ପ୍ରକାଶ କୁମାର ମାଳିଆ,ଟ୍ରେଜେରୀ ଅମଲା ସଂଘର ସଭାପତି ଶ୍ରୀ ସମୀର କୁମାର କାନୁନ୍‌ଗୋ, ସାଧାରଣ ସଂପାଦକ ଶ୍ରୀ ଶୁଭେନ୍ଦୁ ରାଉତରାଏ  ପ୍ରମୁଖ ଏହି ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ  କରିଥିଲେ।

ଅମଲା ସଂଘ ପ୍ରଦୀପ କୁମାର ଜେନା ମୁଖ୍ୟ ଶାସନ ସଚିବ ସାମୁହିକ ଛୁଟି
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

August 25, 2026

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026
Latest News

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.