Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭୁବନେଶ୍ବର ଘାଟିକିଆରେ ୭୪ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳିତ
ରାଜ୍ୟ ଖବର

ଭୁବନେଶ୍ବର ଘାଟିକିଆରେ ୭୪ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳିତ

July 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
VanMahotasv
ଭୁବନେଶ୍ବର ଘାଟିକିଆରେ ୭୪ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳିତ

ଭୁବନେଶ୍ବର: ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନା ସହ ଗତକାଲି ଭୁବନେଶ୍ଵରସ୍ଥିତ ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପାଳିତ ହୋଇଅଛି। ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସଭାକୁ ସମ୍ବୋଧିତ କରି ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ ଉପଲକ୍ଷେ ଅପାର ଆନନ୍ଦ ପରିପ୍ରକାଶ କରିଥିଲେ । ତତ ସହିତ ଜନସାଧାରଣଙ୍କୁ ରାଜ୍ୟରେ ବ୍ୟାପକ ପରିମାଣରେ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ କରିବାକୁ ଉପଦେଶ ଦେଇଥିଲେ।

ସେହିପରି ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ନିରାପତ୍ତା ଓ ଅକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଅଁର, ସ୍ଥାନୀୟ କର୍ପୋରେଟ ଶ୍ରୀମତୀ କିରଣବ।ଳା ମାଝି ଯୋଗ ଦେଇଥିଲେ।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦାନ କରି ଉପସ୍ଥିତ ଜନସାଧାରଣଙ୍କୁ ବ୍ୟାପକ ବନୀକରଣ ପାଇଁ ସଚେତନ କରାଇଥିଲେ।। ଏହା ବ୍ୟତୀତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଯଥା ଜଙ୍ଗଲ ବିଭାଗର ଅଧିକାରୀ, ଅବସର ପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, ବୁଦ୍ଧିଜୀବୀ, ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧି ବନ୍ଧୁଗଣ ଅଂଶଗ୍ରହଣ କରିଥିଲେ।

ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ସମ୍ମାନୀତ ଅତିଥିଙ୍କ ଦ୍ଵାରା ବୃକ୍ଷରୋପଣ କାର‌୍ୟ୍ୟକ୍ରମ କରାଯାଇ ଶୁଭାରମ୍ଭ କରାଯାଇଥିଲା। ବନମହୋତ୍ସବ ଅବସରରେ ଏକ ସ୍ମରଣିକା, “୭୪ତମ ବନମହୋତ୍ସବ” ନାମରେ ଉନ୍ମୋଚିତ ହୋଇଥିଲା। ସେଥିରେ ରାଜ୍ୟ ବନବିଭାଗର ବିଭିନ୍ନ ଉନ୍ନତିମୂଳକ କାର‌୍ୟ୍ୟକ୍ରମର ବିବରଣୀ ଉଲ୍ଲେଖ ଅଛି। ଏହା ବ୍ୟତୀତ ଅନ୍ୟ ଏକ ବହି Mangroves of Odisha” ଉନ୍ମୋଚିତ ହୋଇଥିଲା।

ବନ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026
Latest News

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.