Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଘାଟିକିଆରେ ୭୪ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳିତ

ଭୁବନେଶ୍ବର: ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନା ସହ ଗତକାଲି ଭୁବନେଶ୍ଵରସ୍ଥିତ ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପାଳିତ ହୋଇଅଛି। ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସଭାକୁ ସମ୍ବୋଧିତ କରି ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ ଉପଲକ୍ଷେ ଅପାର ଆନନ୍ଦ ପରିପ୍ରକାଶ କରିଥିଲେ । ତତ ସହିତ ଜନସାଧାରଣଙ୍କୁ ରାଜ୍ୟରେ ବ୍ୟାପକ ପରିମାଣରେ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ କରିବାକୁ ଉପଦେଶ ଦେଇଥିଲେ।

ସେହିପରି ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ନିରାପତ୍ତା ଓ ଅକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଅଁର, ସ୍ଥାନୀୟ କର୍ପୋରେଟ ଶ୍ରୀମତୀ କିରଣବ।ଳା ମାଝି ଯୋଗ ଦେଇଥିଲେ।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦାନ କରି ଉପସ୍ଥିତ ଜନସାଧାରଣଙ୍କୁ ବ୍ୟାପକ ବନୀକରଣ ପାଇଁ ସଚେତନ କରାଇଥିଲେ।। ଏହା ବ୍ୟତୀତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଯଥା ଜଙ୍ଗଲ ବିଭାଗର ଅଧିକାରୀ, ଅବସର ପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, ବୁଦ୍ଧିଜୀବୀ, ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧି ବନ୍ଧୁଗଣ ଅଂଶଗ୍ରହଣ କରିଥିଲେ।

ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ସମ୍ମାନୀତ ଅତିଥିଙ୍କ ଦ୍ଵାରା ବୃକ୍ଷରୋପଣ କାର‌୍ୟ୍ୟକ୍ରମ କରାଯାଇ ଶୁଭାରମ୍ଭ କରାଯାଇଥିଲା। ବନମହୋତ୍ସବ ଅବସରରେ ଏକ ସ୍ମରଣିକା, “୭୪ତମ ବନମହୋତ୍ସବ” ନାମରେ ଉନ୍ମୋଚିତ ହୋଇଥିଲା। ସେଥିରେ ରାଜ୍ୟ ବନବିଭାଗର ବିଭିନ୍ନ ଉନ୍ନତିମୂଳକ କାର‌୍ୟ୍ୟକ୍ରମର ବିବରଣୀ ଉଲ୍ଲେଖ ଅଛି। ଏହା ବ୍ୟତୀତ ଅନ୍ୟ ଏକ ବହି Mangroves of Odisha” ଉନ୍ମୋଚିତ ହୋଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବନ ମହୋତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଓଡିଶା ଜଙ୍ଗଲ ଓ଼ ପରିବେଶ ବିଭାଗର ନିର୍ଦ୍ଦେଶ ଓ ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡର ସଂଯୋଜନାରେ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏସିଏଫ ପ୍ରମୋଦ କୁମାର ସେଠୀଙ୍କ ତତ୍ୱାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଏନ ସି ସି ଓ ଏନ ଏସ ଏସ ୟୁନିଟର ମିଳିତ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କରି ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ଏହାପରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସମେତ ସମସ୍ତ କ୍ୟାଡେଟ, ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଚାରା ରୋପଣ କରି ସବୁଜ ପୃଥିବୀ ଗଠନ ର ସଂକଳ୍ପ ନେଇଥିଲେ।

ଏହି କାର୍ଯ୍ୟକ୍ରମକୁ ବନପାଳ ବନରାମ ନନ୍ଦ, ଫରେଷ୍ଟର ଜିତେନ୍ଦ୍ର କୁମାର ସାହୁ, ବନରକ୍ଷୀ ସ୍ବର୍ଣ୍ଣପ୍ରଭା ମହାପାତ୍ର ଓ ସ୍ଵାଗତିକା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେl।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ରାଗିଲେ ସାଂସଦ ଅପରାଜିତା, ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଉତ୍ସବକୁ ନିମନ୍ତ୍ରଣ ନାହିଁ

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୁବ୍ଧ ହୋଇଛନ୍ତି। ପୂର୍ବରୁ ସେହିପରି ଉତ୍କଳ ଦିବସରେ ତାଙ୍କୁ ରାଜ୍ୟ ସରକାର ସ୍ଥାନୀୟ ସାଂସଦ ଭାବେ ନିମନ୍ତ୍ରଣ କରି ନ ଥିଲେ। ତାହାକୁ ନେଇ ସେ ତୁମ୍ବିତୋଫାନ କରିଥିଲେ। ଏଥର ମଧ୍ୟ ସେହିପରି ରାଜ୍ୟ ସରକାର ଗଣ୍ଡାଗଣ୍ଡା ମନ୍ତ୍ରୀ ବିଧାୟକଙ୍କୁ ଭୁବନେଶ୍ବର କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ହେଲେ ତାଙ୍କୁ ସ୍ଥାନୀୟ ସାଂସଦ ହିସାବରେ ଡକାଯାଇ ନାହିଁ।

ଘଟଣାଟି ହେଉଛି ଆସନ୍ତାକାଲି ଗୁରୁବାର ଦିନ ହେଉଛି ବନ୍ୟ ମହୋତ୍ସବ। ରାଜ୍ୟ ସ୍ତରୀୟ ଏହି ଉତ୍ସବ ଭୁବନେଶ୍ବରର ବରମୁଣ୍ଡା ବିଏମସ ସରକାରୀ ସ୍କୁଲରେ ପାଳନ ହେବ। ସେହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ନିମନ୍ତ୍ରଣ ପତ୍ରରେ ରହିଛି। ଏଥିସହିତ ଦୁଇଜଣ ମନ୍ତ୍ରୀ, ଦୁଇଜଣ ବିଧାୟକ ଏବଂ ଭୁବନେଶ୍ବର ମେୟର ଯୋଗଦେବେ। ହେଲେ ସେଥିରେ ସାଂସଦଙ୍କୁ ଡକାଯାଇ ନାହିଁ। ଏପରିକି ଯେଉଁ ୱାର୍ଡରେ ଏହି ଉତ୍ସବ ହେଉଛି ତାହାର ବିଜେରି କରର୍ପୋରେଟରଙ୍କୁ ମଧ୍ୟ ଡକାଯାଇ ନାହିଁ ବୋଲି ଅପରାଜିତା କ୍ଷୋଭ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର, ବାଲୁଗାଁ ଓ ଟାଙ୍ଗୀରେ ପାଳନ ହେଲା ୭୨ତମ ବନ ମହୋତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ : ଓଡିଶା ସରକାରଙ୍କ ବନବିଭାଗ ଦ୍ୱାରା ସାରା ରାଜ୍ୟରେ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ କରାଯାଉଛି। ତେବେ ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା କୋଭିଡ଼ କଟକଣା ଅନୁଯାୟୀ ପାଳନ କରାଯାଇଛି ୭୨ତମ ବନ ମହୋତ୍ସବ।

ଏହି ପରିପ୍ରେକ୍ଷୀରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଗ୍ନିଶମ ସେବା କେନ୍ଦ୍ର ଏବଂ ଆଜି ବାଲୁଗାଁ ଅଗ୍ନିଶମ ସେବା କେନ୍ଦ୍ର, ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ଓ ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ପାଳନ କରାଯାଇଛି ୭୨ତମ ବନ ମହୋତ୍ସବ।

ଟାଙ୍ଗୀ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ଅବିନାଶ ପୃଷ୍ଟି ଏବଂ ଟାଙ୍ଗୀ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ଉକ୍ତ ମହୋତ୍ସବ ପାଳନ କରାଯାଇଥିବା ବେଳେ ବାଲୁଗାଁ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା, ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ବନପାଳ ଅଜୟ କୁମାର ମହାରଣା, ବନରକ୍ଷୀ ସ୍ବର୍ଣ୍ଣପ୍ରଭା ମହାପାତ୍ର ଏବଂ ଅନ୍ୟାନ୍ୟ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ପାଳିତ ହୋଇଛି ଉକ୍ତ ମହୋତ୍ସବ।

ସେହିପରି ଭାବେ ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ଏବଂ ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ବାଲୁଗାଁ ବନପାଳ ପ୍ରଦୀପ୍ତ କୁମାର ମହାନ୍ତି, ବରବରା ବନପାଳ ଅକ୍ଷୟ କୁମାର ନାୟକ, ବାଲୁଗାଁ ବନରକ୍ଷୀ ତ୍ରିଲୋଚନ ବେହେରା, ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ, ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ସରପଞ୍ଚ ଏବଂ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।