ବାଲୁଗାଁ ମହାବିଦ୍ୟାଳୟରେ ବନ ମହୋତ୍ସବ

Published: Jul 3, 2023, 6:38 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଓଡିଶା ଜଙ୍ଗଲ ଓ଼ ପରିବେଶ ବିଭାଗର ନିର୍ଦ୍ଦେଶ ଓ ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡର ସଂଯୋଜନାରେ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏସିଏଫ ପ୍ରମୋଦ କୁମାର ସେଠୀଙ୍କ ତତ୍ୱାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଏନ ସି ସି ଓ ଏନ ଏସ ଏସ ୟୁନିଟର ମିଳିତ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କରି ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ଏହାପରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସମେତ ସମସ୍ତ କ୍ୟାଡେଟ, ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଚାରା ରୋପଣ କରି ସବୁଜ ପୃଥିବୀ ଗଠନ ର ସଂକଳ୍ପ ନେଇଥିଲେ।

ଏହି କାର୍ଯ୍ୟକ୍ରମକୁ ବନପାଳ ବନରାମ ନନ୍ଦ, ଫରେଷ୍ଟର ଜିତେନ୍ଦ୍ର କୁମାର ସାହୁ, ବନରକ୍ଷୀ ସ୍ବର୍ଣ୍ଣପ୍ରଭା ମହାପାତ୍ର ଓ ସ୍ଵାଗତିକା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେl।

Related posts