Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଡି.ଏ.ଭି କଳିଙ୍ଗ ନଗରରେ ମେଧାବୀ ସମ୍ବର୍ଦ୍ଧନା
ରାଜ୍ୟ ଖବର

ଡି.ଏ.ଭି କଳିଙ୍ଗ ନଗରରେ ମେଧାବୀ ସମ୍ବର୍ଦ୍ଧନା

July 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡି.ଏ.ଭି କଳିଙ୍ଗ ନଗର ପରିସରରେ ଶିକ୍ଷାବର୍ଷ ୨୦୨୨-୨୩ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କୃତ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ଯୋଗ ଦେଇ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରି ଏହି ସଫଳତାକୁ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ।

ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା, ଡି.ଏ.ଭି ଆଞ୍ଚଳିକ ଅନୁଷ୍ଠାନର ସହ ନିର୍ଦ୍ଦେଶିକା ତଥା ଡି.ଏ.ଭି ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷା ଡ. ସୁଜାତା ସାହୁ, ବିଦ୍ୟାଳୟର ମ୍ୟାନେଜର ତଥା ଡି.ଏ.ଭି ୟୁନିଟ୍ – ୮ର ଅଧ୍ୟକ୍ଷା ଈପ୍‌ସିତା ଦାସ, ଓ ଏଲ୍ .ଆର୍ ଡି.ଏ.ଭି କଟକର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ ଯୋଗ ଦେଇ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ତଥା ପ୍ରତ୍ୟେକ ବିଷୟରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଏବଂ ରାଷ୍ଟ୍ରଗଠନ ଦିଗରେ ସକ୍ରିୟ ଭୂମିକା ନିର୍ବାହ କରିବା ପାଇଁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସ୍ୱାଗତ ସମ୍ଭାଷଣ ପ୍ରଦାନପୂର୍ବକ ପରୀକ୍ଷାରେ ବିଦ୍ୟାଳୟର ସଫଳତା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷିକା ତଥା ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସୂଚାରୁରୁପେ ସମ୍ପାଦିତ ହୋଇଥିଲା। ବିଦ୍ୟାଳୟର ଏହି ଉଦ୍ୟମକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଥିଲା।

ଡି.ଏ.ଭି କଳିଙ୍ଗ ନଗର
Share. Facebook Twitter LinkedIn Email WhatsApp Copy Link

Related Posts

ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

November 12, 2025

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

November 12, 2025

Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ

November 12, 2025

ତିନୋଟି ଔଷଧକୁ ତିନି ବର୍ଷ ପାଇଁ କଳା ତାଲିକାଭୁକ୍ତ କଲା CGMSC 

November 12, 2025
Latest News

ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

November 12, 2025

ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ

November 12, 2025

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

November 12, 2025

Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ

November 12, 2025

ତିନୋଟି ଔଷଧକୁ ତିନି ବର୍ଷ ପାଇଁ କଳା ତାଲିକାଭୁକ୍ତ କଲା CGMSC 

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.