Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଜାତୀୟ କ୍ରୀଡା ଦିବସରେ ରାଜ୍ୟର ଖେଳାଳୀମାନଙ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ଖବର

ଜାତୀୟ କ୍ରୀଡା ଦିବସରେ ରାଜ୍ୟର ଖେଳାଳୀମାନଙ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 29, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ କ୍ରୀଡା ଦିବସରେ
ଜାତୀୟ କ୍ରୀଡା ଦିବସରେ ରାଜ୍ୟର ଖେଳାଳୀମାନଙ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରତିବର୍ଷ କିମ୍ବଦନ୍ତୀ ହକି ଖେଳାଳି ମେଜର ଧିଆନ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶା କ୍ରୀଡା ଏବଂ ଖେଳ ପ୍ରତି ଉଲ୍ଲେଖନୀୟ ଅବଦାନକୁ ରାଜ୍ୟ ସରକାର ସମ୍ମାନିତ କରିଥିଲେ। ଭୁବନେଶ୍ୱରରେ ଆୟୋଜିତ ଏକ ବିଶାଳ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା କ୍ଷେତ୍ରରେ ଅତୁଳନୀୟ ପ୍ରଦର୍ଶନ ପାଇଁଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏଥିରେ ସାଇକେଲ ଚାଳକ ସ୍ବାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ଅସାଧାରଣ ସଫଳତା ଏବଂ ସାଇକେଲ ଚଲାଇ ସ୍ବାତୀ ସିଂ ଓଡିଶା ପାଇଁ ସଫଳତା ଆଣିଥିଲେ। ତାଙ୍କର ଉଲ୍ଲେଖନୀୟ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ରାଜ୍ୟ କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ତାଙ୍କୁ ଦୁଇ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ଫଳକ ପ୍ରଦାନ କରିଥିଲେ।

କ୍ରୀଡା ଜଗତର ଉଲ୍ଲେଖନୀୟ ଅବଦାନ ରଖିଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି। ହକି କୋଚ୍ ପିଟର ତିର୍କି ଏବଂ ଫୁଟବଲ କୋଚ୍ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମାନେ ଯୁବ କ୍ରୀଡ଼ାବିତଙ୍କୁ ସେମାନଙ୍କର ଭବିଷ୍ୟତ ଗଠନ କରିବାରେ ନିରନ୍ତର ନିଷ୍ଠା ଏବଂ ମାର୍ଗ ଦର୍ଶନ ଦେଇ ଆସିଛନ୍ତି। ପ୍ରତ୍ୟେକ କୋଚଙ୍କୁ ତିନି ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ସମାରୋହରେ କୋଚ ଏବଂ କ୍ରୀଡା ସାମ୍ବାଦିକତାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। କୋଚ୍ ପ୍ରଦୀପ କୁମାର ସାରଙ୍ଗୀ ଏବଂ କ୍ରୀଡ଼ା ସାମ୍ବାଦିକ ଅଜୟ କୁମାର ଦାସଙ୍କୁ ଯଥାକ୍ରମେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନଙ୍କର ଅମୂଲ୍ୟ ଅବଦାନ ଓଡିଶାର କ୍ରୀଡା ଦୃଶ୍ୟପଟ୍ଟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ପ୍ରତ୍ୟେକ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। କ୍ରୀଡ଼ାର ପ୍ରୋତ୍ସାହନ ତଥା କ୍ରୀଡ଼ାବିତଙ୍କୁ ଚାକିରି ଯୋଗାଇବା ପାଇଁ ସାଂଗଠନିକ ପ୍ରୟାସ ନିମନ୍ତେ  ଓଡିଶା ପୋଲିସକୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ପୋଲିସ ଡିଜି ସୁନୀଲ ବନସାଲ ଏବଂ ଏଡିଜି ଆର କେ ଶର୍ମା ଏହି ପୁରସ୍କାର ଗ୍ରହଣ କରିଥିଲେ।

ପାରା ବ୍ୟାଡମିଣ୍ଟନ ଖେଳାଳି ଦୀପ ରଂଜନ ବିଶୋଇଙ୍କୁ ବର୍ଷର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ଭାବରେ ସମ୍ମାନିତ କରାଯାଇଥିଲା।  ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ଅପାର ସମ୍ଭାବନା ଥିବା ଭବିଷ୍ୟତର ଆଥଲେଟ୍ ସବିତା ଟପ୍ପୋଙ୍କୁ ଶ୍ରେଷ୍ଠ ଆଗାମୀ ଆଥଲେଟ୍ ଭାବରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କାରଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବୈଷୟିକ ଅଧିକାରୀଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗୁରୁତ୍ବ ଦିଆଯାଇଥିଲା। କ୍ରୀଡା ଇକୋସିଷ୍ଟମରେ ତାଙ୍କର ଅବଦାନ ପାଇଁ ବ୍ରିଗେଡିୟର୍ ବିଭୂ ଭୂଷଣ ନାୟକଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ସ୍ବର୍ଗତ ଶ୍ରୀ ସରୋଜ କୁମାର ଦାସ ଏବଂ ସ୍ବର୍ଗ ଶ୍ରୀ ସୁଦର୍ଶନ ସ୍ବାଇଁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ଉଲ୍ଲେଖନୀୟ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଛନ୍ତି। ଯାହା ଆମ ସମାଜ ପାଇଁ ସାହସିକତାର ଜ୍ୱଳନ୍ତ ଉଦାହରଣ ଅଟେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ବଳିଦାନକୁ ସାହସିକତା ପୁରସ୍କାର ଭାବେ ସମ୍ମାନିତ କରିଥିଲେ। ସେମାନଙ୍କ ପରିବାର ସଦସ୍ୟ ଏହି ସମ୍ମାନକୁ ଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର କ୍ରୀଡ଼ା ଦୃଶ୍ୟପଟ୍ଟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଥଲେଟ୍, ପ୍ରଶିକ୍ଷକ ଏବଂ ବ୍ୟକ୍ତିବିଶେଷଙ୍କ ଅଦମ୍ୟ ଉତ୍ସର୍ଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।

5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏବଂ କ୍ରୀଡ଼ାବିତମାନଙ୍କ ସହ ଆଲୋଚନା କରିଥିଲେ। ସେ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଯୁବ କ୍ରୀଡାବିତଙ୍କୁ କଠିନ ପରିଶ୍ରମ କରିବାକୁ ତଥା ରାଜ୍ୟର ସମ୍ମାନ ରଖିବାକୁ ଉତ୍ସାହିତ କରିଥିଲେ।

ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ଫେଡେରସନର ସଭାପତି ଦିଲୀପ ତିର୍କି, କ୍ରୀଡ଼ା ସଚିବ ଭିନିଲ କୃିଷ୍ଣା ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ପୂର୍ବରୁ  388 କ୍ରୀଡାବିତଙ୍କୁ ସମ୍ମାନିତ କରିଥିଲେ। ସେମାନଙ୍କୁ 899 ନଗଦ ପୁରସ୍କାର ହିସାବରେ ମୋଟ 2 କୋଟି 23 ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭିନ୍ନ ସଙ୍ଗଠନର କ୍ରୀଡ଼ା ପ୍ରଶାସକ, ବିଶିଷ୍ଟ କ୍ରୀଡ଼ାପ୍ରେମୀ, କ୍ରୀଡ଼ା ସାମ୍ବାଦିକ ଏବଂ ଯୁବ କ୍ରୀଡ଼ାବ୍ୟକ୍ତି  ଅଂଶଗ୍ରହଣ କରିଥିଲେ।

ଜାତୀୟ କ୍ରୀଡା ଦିବସ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.