Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା ତଥା କିଛି ସମାଜସେବି
ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା ତଥା କିଛି ସମାଜସେବି

December 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା ତଥା କିଛି ସମାଜସେବି

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ମୁଖପାତ୍ର ତଥା ଓବିସି ସେଲ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ବେହୁରା କଂଗ୍ରେସ ଦଳ ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଶ୍ରୀ ବେହୁରାଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ମନୋଜ କୁମାର ପତି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ। କେନ୍ଦ୍ରାପଡା ପାଟକୁରାର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମନୀଷା ପଣ୍ଡା ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ରାଜ୍ୟରେ ଅନ୍ୟ ଦଳମାନଙ୍କ ଅପେକ୍ଷା ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି। ମୋର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଦଳ ପାଇଁ କାର୍ଯ୍ୟ କରିବା ସହ ଦଳର ମୁଠାକୁ ସଶକ୍ତ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀମତୀ ମନୀଷା ପଣ୍ଡା କହିଛନ୍ତି।

ଶ୍ରୀ ବେହୁରା, ଶ୍ରୀ ପତି ଓ ଶ୍ରୀମତୀ ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ। ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

BJP ବିଜେପି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026

ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ, ୬ ଗିରଫ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026
Latest News

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଲେ ଜେମ୍ସ ରୋଡ୍ରିଗେଜ୍

September 17, 2026

UPI ଶୁଳ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କ’ଣ କହିଲେ?

September 17, 2026

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.