Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ, ଯୋଗଦେଲେ ରାଜ୍ୟପାଳ
ରାଜ୍ୟ ଖବର

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ, ଯୋଗଦେଲେ ରାଜ୍ୟପାଳ

December 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
RamaDevi
ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ, ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଚଳିତ ଶତାଦ୍ଦୀ ଭାରତର। ଭାରତ ବିଶ୍ୱର ନେତୃତ୍ତ୍ୱ ନେବାକୁ ଯାଉଛି। ସଂପ୍ରତି ଭାରତ ବିଶ୍ୱରେ ପଂଚମ ବିଶାଳ ଅର୍ଥବ୍ୟବସ୍ଥା। ଖୁବ୍ ଶୀଘ୍ର ତୃତୀୟ ସ୍ଥାନରେ ପହଂଚିବ। ବିକାଶର ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ନାରୀ ଶକ୍ତି ଅଗ୍ରଣୀ ଭୂମିକା ନେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ କହିଛନ୍ତି ଯେ, ଏବେ ନାରୀମାନେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ସଫଳତା ଅର୍ଜନ କରିବା ସହ ନେତୃତ୍ତ୍ୱ ନେଉଛନ୍ତି। ଏହାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଅନେକ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଉଛି।

ନିକଟରେ ସଂମ୍ବିଧାନ ସଂଶୋଧନ କରି ନାରୀଶକ୍ତି ବନ୍ଦନ ଅଧିନିୟମ ଆଣି ନାରୀଶକ୍ତିର ଉପଯୋଗ ଓ ପ୍ରୟୋଗକୁ ସଶକ୍ତ କରାଯାଇଛି। ନାରୀଶକ୍ତିର ସମ୍ମାନ ଓ ଅଧିକାର ପାଇଁ ସରକାରଙ୍କ ପ୍ରତିବଦ୍ଧତା ଓ ଆନ୍ତରିକତା ବେଶ୍ ପ୍ରେରଣାଦାୟୀ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି ୨୦୨୦ ଏକ ପ୍ରଗତିଶୀଳ ପ୍ରୟାସ। ଜ୍ଞାନ ଆଧାରିତ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ। ଦକ୍ଷତା ଓ କୌଶଳ ବିକାଶଠୁ ଆରମ୍ଭ କରି ମାତୃଭାଷାରେ ଶିକ୍ଷାଦାନ ଏବଂ ନବସୃଜନ ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ମାଧ୍ୟମରେ ଦେଶ ଉଜ୍ଜଳ ଭବିଷ୍ୟତକୁ ଯାତ୍ରା କରିବ। ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ନାରୀଶକ୍ତିର ଗରିଷ୍ଠ ଭୂମିକା ରହିଛି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା ବେଶ୍ ଅର୍ଥପୂର୍ଣ୍ଣ ଓ ପ୍ରେରଣା ପ୍ରଦାୟକ। ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ବିଶ୍ୱବିଦ୍ୟାଳୟର ଅବଦାନ ଉଲ୍ଲେଖନୀୟ। ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ଏ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଭବିଷ୍ୟତର ଆହ୍ୱାନ ଓ ଆବଶ୍ୟକତାକୁ ସାମ୍ନା କରିବାକୁ ପ୍ରସ୍ତୁତି ସଂପର୍କରେ ଆତ୍ମସମୀକ୍ଷା ହିଁ ଆଜିର ଅନୁଚିନ୍ତା। ମା’ ରମାଦେବୀ ଚିର ପ୍ରେରଣାର ଉତ୍ସ। ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଗଢ଼ିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ରାଜ୍ୟପାଳ ଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ସଫଳତାରେ ଅତି ଉଲ୍ଲସିତ ହୁଅ ନାହିଁ କି ବିଫଳତାରେ ଭାଙ୍ଗି ପଡନାହିଁ। ନିଜ ଉପରେ ଆସ୍ଥା ଓ ଭରସା ରଖ। ଅନ୍ୟ କାହା ସହିତ ନୁହେଁ ନିଜ ସହ ପ୍ରତିଦ୍ୱନ୍ଦିତା କରିବାକୁ ରାଜ୍ୟପାଳ କହିଛନ୍ତି।

ପ୍ରତିଷ୍ଠା ଦିବସ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ, କୁଳସଚିବ ଶ୍ୟାମଳୀ ମହାପାତ୍ର, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଚଣ୍ଡୀ ଚରଣ ରଥ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ଦକ୍ଷିଣ କୋରିଆର ବୌଦ୍ଧ ସନ୍ନ୍ୟାସୀ ଭେନ୍‌. ସୀମ୍ ସାନ୍ ମାନବ କଲ୍ୟାଣରେ ମହିଳାଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ସମ୍ମାନନୀୟ ଅତିଥି ତଥା “ସ୍ୱାଭିମାନ’ର ପ୍ରତିଷ୍ଠାତା ଓ ମୁଖ୍ୟନିର୍ବାହୀ ଶ୍ରୁତି ମହାପାତ୍ର ନିଜ ଜୀବନ ଯାତ୍ରାର ଅନୁଭବ ଓ ଉପଲବ୍ଧି ପ୍ରକାଶ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପୁସ୍ତକ ଉନ୍ମୋଚିତ ହେବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ ଦ୍ୱାରା ମା’ ରମାଦେବୀ ମ୍ୟୁଜିଅମ ଉଦ୍‌ଘାଟିତ ହୋଇଥିଲା।

RamaDevi ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026
Latest News

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.