Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ରକ୍ତଦାନ ଶିବିର
ରାଜ୍ୟ ଖବର

ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ରକ୍ତଦାନ ଶିବିର

January 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରକ୍ତ ହିଁ ଜୀବନ। ଆପଦକାଳୀନ ସ୍ଥିତିରେ ଟୋପାଏ ରକ୍ତ ମଣିଷକୁ ବଞ୍ଚାଇଥାଏ। ଆମେମାନେ ସମସ୍ତେ ଏହାର ଗୁରୁତ୍ୱ ଉପଲବ୍ଧି କରିବା ଦରକାର। ସରକାର ଦୁର୍ଘଟଣା କ୍ଷେତ୍ରରେ ଶୂନ୍ୟ ମୃତୁ୍ୟ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଆମେ ସମସ୍ତ ସେ୍ୱଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି ।

ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ଲୋକସେବା ଭବନ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ ରାଜସ୍ୱ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ।

ଏହିଭଳି ଶିବିର ଆୟୋଜନ ମାଧ୍ୟମରେ ସେ୍ୱଚ୍ଛାସେବୀମାନେ ସେ୍ୱଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଲେ ରକ୍ତସଂଗ୍ରହ ଅଭାବ ଦୂର ହୋଇପାରିବ ଓ ଆବଶ୍ୟକ ସମୟରେ ବହୁମୂଲ୍ୟ ଜୀବନଟିଏ ବଞ୍ଚାଯାଇ ପାରିବ। ରକ୍ତଦାନ ମହତ ଦାନ। ବିଭାଗ ପକ୍ଷରୁ ଆୟୋଜିତ ଏହି ମହତ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ଶ୍ରୀ ସାହୁ ଆଶାବ୍ୟକ୍ତ କରିଥିଲେ।

ଏହି ରକ୍ତଦାନ ଶିବିରରେ ୬୯ ଜଣ ସେ୍ୱଚ୍ଛାସେବୀ ରକ୍ତଦାନ କରିଥିବାବେଳେ ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦର ସାଧାରଣ ସଂପାଦକ ମନୋରଞ୍ଜନ ପଟ୍ଟନାୟକ, ସଭାପତି ଶୁଭେନ୍ଦୁ ଆଚାର୍ଯ୍ୟ, ଉପସଭାପତି ସତ୍ୟବ୍ରତ ନାୟକ ରକ୍ତଦାନ ଶିବିର ପରିଚାଳନା କରିଥିଲେ । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ରକ୍ତଦାନ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳର ଆଲୋଚନା: ପ୍ରାକୃତିକ ସମ୍ପଦ ଓ ଜୀବିକା ସଶକ୍ତୀକରଣ ଉପରେ ଗୁରୁତ୍ୱ

September 18, 2026

ଆଗାମୀ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

September 18, 2026

ଗଞ୍ଜାମରେ CSR ରାଶିର ସୁବ୍ୟବହାର ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରସ୍ତାବ

September 18, 2026

ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

September 18, 2026
Latest News

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳର ଆଲୋଚନା: ପ୍ରାକୃତିକ ସମ୍ପଦ ଓ ଜୀବିକା ସଶକ୍ତୀକରଣ ଉପରେ ଗୁରୁତ୍ୱ

September 18, 2026

ଆଗାମୀ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

September 18, 2026

ଗଞ୍ଜାମରେ CSR ରାଶିର ସୁବ୍ୟବହାର ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରସ୍ତାବ

September 18, 2026

ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

September 18, 2026

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ୍‌ ଆଇଜି

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.