Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଉତ୍ସବ ଉଦଯାପିତ
ରାଜ୍ୟ ଖବର

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଉତ୍ସବ ଉଦଯାପିତ

February 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ramadevi
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଉତ୍ସବ ଉଦଯାପିତ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତି୍ୟକ ଉତ୍ସବ ଉଦଯାପିତ ହୋଇଯାଇଛି। ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି କୁଳପତି ପ୍ରଫେସର ଶ୍ରୀମତୀ ଅପରାଜିତା ଚୌଧୁରୀ, କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ, ଏପରି କାର୍ଯ୍ୟ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାକୁ ବିକାଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ଅଭିନବ ଯୋଜନା ଏବଂ ଛାତ୍ରବୃତ୍ତି ପ୍ରଣୟନ କରିଛନ୍ତି। ଭିତ୍ତିଭୂମି ଉନ୍ନୟନ, ଉପଲବ୍ଧ ସୁବିଧାଗୁଡ଼ିକର ଆଧୁନିକୀକରଣ ଏବଂ ସମସାମୟିକ ଶିକ୍ଷା ବ୍ୟବସ୍ଥା ସହିତ ଗତି କରିବା ପାଇଁ ଉନ୍ନତ ପାଠ୍ୟକ୍ରମ ପ୍ରଚାଳନ ପାଇଁ ଅର୍ଥ ବିନିଯୋଗ କରାଯାଇଛି।

ଶିକ୍ଷାଦାନରେ ଉତ୍କର୍ଷ ଓ ନବସୃଜନର ସଂସ୍କୃତି ପ୍ରତିପାଦନ କରି ଓଡ଼ିଶା ସରକାର କେବଳ ଏହି ସମ୍ମାନଜନକ ଅନୁଷ୍ଠାନଗୁଡ଼ିକର ଐତିହ୍ୟ, ସଂସ୍କୃତିକୁ ସରଂକ୍ଷଣ କରୁନାହାନ୍ତି ବରଂ ଏକବିଂଶ ଶତାବ୍ଦୀରେ ଶିକ୍ଷା ପାଇଁ ଗତିଶୀଳ କେନ୍ଦ୍ର ଭାବରେ ସ୍ଥାନିତ କରିଛନ୍ତି। ଯୁବପିଢି ଆମ ଓଡ଼ିଶାର ଇତିହାସ ଓ ମହାପୁରୁଷଙ୍କୁ ଜାଣିବା ଦରକାର ଏବଂ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ।

ବିଶ୍ୱବିଦ୍ୟାଳୟ ହେଉଛି ଉଚ୍ଚଶିକ୍ଷା ଏବଂ ଗବେଷଣାର ଏକ ଅନୁଷ୍ଠାନ। ଏବଂ ଏହି ଅନୁଷ୍ଠାନଗୁଡିକ ଏକ ଉନ୍ନତ ତଥା ପ୍ରଗତିଶୀଳ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ସହିତ ସେମାନଙ୍କ ଜୀବନର ମାନବୀୟ ମୂଲ୍ୟବୋଧକୁ ପରିପୁଷ୍ଟ କରାଇଥାଏ ବୋଲି ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ଜେନା କହିଥିଲେ।

କୁଳପତି ପ୍ରଫେସର ଶ୍ରୀମତୀ ଚୌଧୁରୀ କହିଥିଲେ ଯେ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଗବେଷଣା, ନୂତନତ୍ୱ ଓ ଜିଜ୍ଞାସା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ଓ ବ୍ୟବସ୍ଥା ସୃଷ୍ଟି କରାଯାଉଛି। ସେହିସବୁ ସୁବିଧା ସୁଯୋଗର ଭରପୂର ଉପଯୋଗ କରିଲେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ନୂତନ ଇତିହାସ ରଚି ପାରିବ।

ଦୁଇଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ରାଜ୍ୟର ୧୮ଟି ବିଶ୍ୱବିଦ୍ୟାଳୟରୁ ବହୁସଂଖକ ଛାତ୍ରଛାତ୍ରୀମାନେ ଆସି ଯୋଗ ଦେଇଥିଲେ। ଓଡିଆ ଭାଷା ସାହିତ୍ୟ, ଜଗନ୍ନାଥ ସଂସ୍କୃତି ଉପରେ ବହୁଭାଷୀ ପ୍ରବନ୍ଧ ଲିଖନ, ବହୁଭାଷୀ ତର୍କ, ଡ୍ରାମା, କବିତା ପାଠ, ଡ୍ୟାନ୍ସ, ସଙ୍ଗୀତ, କୁଇଜ, ଚିତ୍ରାଙ୍କନ, କମେଡ଼ି, କ୍ଷୁଦ୍ର ଚଳଚ୍ଚିତ୍ର, ହାସ୍ୟରସାତ୍ମକ କଥା ପ୍ରଭୃତି ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ଶେଷରେ ମନ୍ତ୍ରୀ ଶ୍ରୀ ନାୟକ ପୁରସ୍କୃତ କରିଥିଲେ।

RamaDevi ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026

ଐତିହ୍ୟ କାହାଣୀ ବା ‘ହେରିଟେଜ୍ ଟେଲ୍ସ’ କଳା ପ୍ରଦର୍ଶନୀ ଉଦ୍ଘାଟିତ

July 20, 2026
Latest News

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.