Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ନିରଞ୍ଜନ ରଥଙ୍କୁ ଅଦାଲତ ଝଟକା, ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଆବେଦନ ଖାରଜ
ରାଜ୍ୟ ଖବର

ନିରଞ୍ଜନ ରଥଙ୍କୁ ଅଦାଲତ ଝଟକା, ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଆବେଦନ ଖାରଜ

April 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିରଞ୍ଜନ ରଥଙ୍କୁ ଅଦାଲତ ଝଟକା, ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଆବେଦନ ଖାରଜ

କଟକ: ଲୋକସେବକ ମଣ୍ଡଳର ପୂର୍ବତନ ଆଜୀବନ ସଦସ୍ୟ ନିରଞ୍ଜନ ରଥଙ୍କୁ ଲାଗିଛି ଅଦାଲତର ଝଟକା। ଲୋକସେବକ ମଣ୍ଡଳ ପକ୍ଷରୁ ତାଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ଶ୍ରୀରଥ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି।

ଜିମ୍‍ସାରରେ ପରିଚାଳନାଗତ ବିଭ୍ରାଟ, ପାଣ୍ଠି ଦୁରୁପଯୋଗ ଏବଂ ଅନ୍ୟାନ୍ୟ ଅନିୟମିତତା ସଂକ୍ରାନ୍ତରେ ଲୋକସେବକ ମଣ୍ଡଳ ନିକଟରେ ଗୁରୁତର ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଲୋକସେବକ ମଣ୍ଡଳର କାର୍ଯ୍ୟନିର୍ବାହୀ ପରିଷଦ ପକ୍ଷରୁ ୨୦୨୩ ଅକ୍ଟୋବର ୨୭ ରେ ଅନୁଷ୍ଠିତ ବୈଠକରେ ଅଡିଟରଙ୍କ ସହିତ ୩ଜଣିଆ ସଦସ୍ୟଙ୍କ ଦ୍ୱାରା ଏକ ତଦନ୍ତ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି କମିଟି ଦ୍ୱାରା ୨୦୨୪ ଜାନୁଆରୀ ୨୪ରେ ମିଳିଥିବା ରିପୋର୍ଟରେ ଜିମ୍‍ସାରରେ ଏକାଧିକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଯାଇଥିଲା। ଏହି ରିପୋର୍ଟ ଉପରେ ଲୋକସେବକ ମଣ୍ଡଳର ଷ୍ଟାଣ୍ଡିଂ କମିଟି ଓ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଉପସ୍ଥାପିତ ହେବା ସହ ଏହା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟନିର୍ବାହୀ ପରିଷଦ (ଇସି) ସଦସ୍ୟମାନଙ୍କ ମତାମତ ନେବା ପରେ ଲୋକସେବକ ମଣ୍ଡଳର ସଭାପତି ଏ ପ୍ରସଙ୍ଗରେ ଅନୁସନ୍ଧାନ ପାଇଁ ଉପଯୁକ୍ତ ସଂସ୍ଥାର ସହାୟତା ନେବାକୁ ନିଷ୍ପତ୍ତି ନେଇଥିଲେ।

ଲୋକସେବକ ମଣ୍ଡଳ ସମ୍ବିଧାନର ଧାରା ୮ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ସଭାପତିଙ୍କ ଉପରେ ନ୍ୟସ୍ତ କ୍ଷମତା ବଳରେ ସଭାପତି ଶ୍ରୀ ନିରଞ୍ଜନ ରଥଙ୍କୁ କୋଷାଧ୍ୟକ୍ଷ ପଦରୁ ଅବ୍ୟାହତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଅନ୍ତରିଣ ପଦକ୍ଷେପ ଭାବେ ୧୮୬୭ ପ୍ରେସ୍‍ ଓ ରେଜିଷ୍ଟ୍ରେସନ ଅଫ୍‍ ବୁକ୍‍ସ ଆକ୍ଟର ବ୍ୟବସ୍ଥା ଅନୁସାରେ ୨୦୨୪ ଫେବୃଆରୀ ୨୧ ତାରିଖ ଠାରୁ ଶ୍ରୀ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ସଭାପତି ନିଯୁକ୍ତି ଦେଇଛନ୍ତି।

‘ସମାଜ’, ‘ଜିମ୍‍ସାର’ ଓ ‘ସତ୍ୟବାଦୀ’ ସମେତ ଲୋକସେବକ ମଣ୍ଡଳର କୌଣସି କାର୍ଯ୍ୟରେ ଶ୍ରୀ ନିରଞ୍ଜନ ରଥ ସଂପୃକ୍ତ ରହିବେ ନାହିଁ ବୋଲି ସଭାପତି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବହୁ ଦୁର୍ନୀତି, ପ୍ରିୟାପ୍ରୀତି, ତଥ୍ୟ ଗୋପନ ଭଳି ଗୁରୁତର ଅଭିଯୋଗ ଉପରେ ପ୍ରସ୍ତାବିତ ତଦନ୍ତକୁ ଚାପ ଓ ପ୍ରଭାବମୁକ୍ତ ରଖିବା ଉଦ୍ଦେଶ୍ୟରେ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ପଦରୁ ଶ୍ରୀ ରଥଙ୍କୁ ଗତ ମାର୍ଚ୍ଚ ୨୯ ତାରିଖରେ ସଭାପତି ନିଳମ୍ବନ କରିଥିଲେ। ଏଥିସହ ତାଙ୍କ ବିରୋଧରେ ଉଠିଥିବା ବହୁ ଗୁରୁତର ଅଭିଯୋଗର ତଦନ୍ତ ସକାଶେ ନିରପେକ୍ଷ ତଦନ୍ତ ଅଧିକାରୀଙ୍କ ନାମ ସଭାପତିଙ୍କୁ ସୁପାରିସ କରିବା ପାଇଁ ମଣ୍ଡଳର ଦୁଇ ବରିଷ୍ଠ ଆଜୀବନ ସଭ୍ୟଙ୍କୁ ସଭାପତି ଅନୁରୋଧ କରିଥିଲେ।

ଲୋକସେବକ ମଣ୍ଡଳର ଏହି କାର୍ଯ୍ୟାନୁଷ୍ଠାନ ତଥା ଦାୟିତ୍ୱରୁ ଅବ୍ୟାହତି ଓ ପରେ ନିଳମ୍ବନ ଆଦେଶ ବିରୋଧରେ ଶ୍ରୀ ନିରଞ୍ଜନ ରଥ କଟକ ସ୍ଥିତ ବରିଷ୍ଠ ଦେୱାନୀ ବିଚାରପତି (ପ୍ରଥମ)ଙ୍କ ଅଦାଲତର ଦ୍ୱାରସ୍ଥ ହେବା ସହ ସେଠାରେ ଏକ ଦେୱାନୀ ମାମଲା ରୁଜୁ କରିଥିଲେ। ଲୋକସେବକ ମଣ୍ଡଳର ଓଡିଶା ଶାଖା ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପକୁ ରୋକିବା ଏବଂ ନିଳମ୍ବନ ଆଦେଶ ଉପରେ ଅନ୍ତରୀଣ (ମଧ୍ୟବର୍ତ୍ତୀ) ଅଙ୍କୁଶ ଲଗାଇବାକୁ ସେ ଅଦାଲତରେ ଆବେଦନ କରିଥିଲେ।

ତେବେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଦେବାକୁ ଶ୍ରୀରଥ କରିଥିବା ଆବେଦନକୁ ଅଦାଲତ ଗ୍ରହଣ ନକରି ଖାରଜ କରିଦେଇଥିଲେ। ପ୍ରତିପକ୍ଷଙ୍କ ଉପରେ ମଧ୍ୟବର୍ତ୍ତି ଅଙ୍କୁଶ ଜାରି କରିବାର କୌଣସି ଜରୁରୀ ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଅଦାଲତ ତାଙ୍କ ଆଦେଶନାମାରେ (ତା.୮-୦୪-୨୦୨୪) ସ୍ପଷ୍ଟ କରିଛନ୍ତି। ଆସନ୍ତା ମଇ ୮ ତାରିଖକୁ ମୂଳ ମକଦ୍ଦମାର ଶୁଣାଣି ଧାର୍ଯ୍ୟ ହୋଇଛି।

ଶ୍ରୀ ନିରଞ୍ଜନ ରଥଙ୍କ ଆବେଦନକୁ ଅଦାଲତ ଖାରଜ କରିଦେବା ପରେ ତାଙ୍କ ପ୍ରତି ଲୋକସେବକ ମଣ୍ଡଳର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେବ ତାହାକୁ ଓଡିଶାବାସୀ ଚାହିଁ ବସିଛନ୍ତି ।

ନିରଞ୍ଜନ ରଥ ଲୋକସେବକ ମଣ୍ଡଳ ସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.