Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପରଲୋକରେ ପୂର୍ବତନ ମନ୍ତ୍ରୀ କମଳା ଦାସ, ମୃତ୍ୟୁବେଳକୁ ହୋଇଥିଲା ୭୯ ବର୍ଷ ବୟସ
ରାଜ୍ୟ ଖବର

ପରଲୋକରେ ପୂର୍ବତନ ମନ୍ତ୍ରୀ କମଳା ଦାସ, ମୃତ୍ୟୁବେଳକୁ ହୋଇଥିଲା ୭୯ ବର୍ଷ ବୟସ

April 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ପରଲୋକରେ ପୂର୍ବତନ ମନ୍ତ୍ରୀ କମଳା ଦାସ, ୭୯ ବର୍ଷ ବୟସରେ ନେଲେ ଶେଷ ନିଶ୍ବାସ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତି ୧୨ଟା ୧୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।

୧୯୯୦ ମସିହାରେ କମଳା ଦାସ ଡାକ୍ତର ଚାକିରି ଛାଡ଼ି ଜନତା ଦଳ ଟିକଟରେ ଭୋଗରାଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରି ବିଜୟୀ ହୋଇଥିଲେ। ଏହାପରେ ୧୯୯୫ ମସିହାରେ ସେହି ଜନତା ଦଳ ଓ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକଟରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ବିଧାନସଭାକୁ ହ୍ୟାଟ୍ରିକରେ ନିର୍ବାଚିତ ହେବାରେ ଡାକ୍ତର କମଳା ଦାସ ପ୍ରଥମ ବିଧାୟିକା ଥିଲେ।  ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା,ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପାଇଁ ମଏସଏମଇ ଅଂଶୀଦାରଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ

November 12, 2025

କଟକ ବାଲିଯାତ୍ରା ଆଉ ଗୋଟିଏ ଦିନ ପାଇଁ ବଢିଲା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

November 12, 2025

ଦିଲ୍ଲୀ ଘଟଣା ପରେ ଭୂଟାନର ଏକତା ପ୍ରଦର୍ଶନ ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

November 12, 2025

Indian Consumer Market: ଆସନ୍ତାବର୍ଷ ଭାରତ ବିଶ୍ବର ତୃତୀୟ ଗ୍ରାହକ ବଜାର ସୃଷ୍ଟି କରିବ, ସର୍ଭେ ରିପୋର୍ଟ

November 12, 2025
Latest News

“ବିହାରରେ ପୁଣି NDA ସରକାର”: ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା

November 12, 2025

କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପାଇଁ ମଏସଏମଇ ଅଂଶୀଦାରଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ

November 12, 2025

କଟକ ବାଲିଯାତ୍ରା ଆଉ ଗୋଟିଏ ଦିନ ପାଇଁ ବଢିଲା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

November 12, 2025

ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଖିବେ ଅଭିଭାଷଣ

November 12, 2025

ଦିଲ୍ଲୀ ଘଟଣା ପରେ ଭୂଟାନର ଏକତା ପ୍ରଦର୍ଶନ ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.