Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଦୀର୍ଘ ତିନି ବର୍ଷ ପରେ ଆଜି ବସିବ ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ବୈଠକ
ରାଜ୍ୟ ଖବର

ଦୀର୍ଘ ତିନି ବର୍ଷ ପରେ ଆଜି ବସିବ ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ବୈଠକ

August 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଦୀର୍ଘ ତିନି ବର୍ଷ ପରେ ଆଜି ୧୩ ତାରିଖ ମଙ୍ଗଳ ବାର ପୂର୍ବାହ୍ନ ୧୧ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସ ପି ସି ଏ ର ବୈଠକ ବସିବ। ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ଏଥିରେ ଏସ ପି ସି ଏ ଉପସଭାପତି ଖୋଦ ଜିଲ୍ଲା ପୋଲିସ ଅଧିକ୍ଷକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାର ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦେବୀଦତ୍ତ ମାଝି ପ୍ରମୁଖ ଉପସ୍ଥିତ ରହିବେ।

ଏଥିରେ ସମସ୍ତ ପ୍ରଶାସନିକ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର, ଭୁବନେଶ୍ୱର ମହାନଗର ନିଗମର ଡେପୁଟିପୋଲିସ କମିଶନର,ଏସ ପି, ଏ ଡ଼ି ଏମ ଖୋର୍ଦ୍ଧା, ଖୋର୍ଦ୍ଧା ମୁନିସିପାଲଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ,ଜଟଣୀ, ବାଲୁଗାଁ, ବାଣପୁର ଆଦି ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଭୁବନେଶ୍ୱର ଆର ଟି ଓ -୧ଏବଂ-୨,ଜିଲ୍ଲାର ସୂଚନା ଅଧିକାରୀ, ଏସ ଡ଼ି ଭି ଓ ଖୋର୍ଦ୍ଧା, ଏ ଡ଼ି ଭି ଓ ଖୋର୍ଦ୍ଧା (ପ୍ରାଣୀ କଲ୍ୟାଣ),ଏସ ଡ଼ି ଭି ଓ ଖୋର୍ଦ୍ଧା ଜିଲ୍ଲା,ବିଭିନ୍ନ ସାମାଜିକ ସଂଗଠନ, ଯୋଗ ଦେବାକୁ ଖୋର୍ଦ୍ଧା ଜିଲ୍ଲାର ସି ଡ଼ି ଭି ଓ ଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର କରାଯାଇଛି।

ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାରେ ହେଉଥିବା ବେଆଇନ ଗୋ ଚାଲାଣ ପ୍ରତିରୋଧ, ବୁଲା ଗାଈ ଗୋରୁ ଙ୍କ ଆଶ୍ରୟ ସ୍ଥଳୀ ନିର୍ମାଣ, ନୂତନ ଗୋ ଶାଳା ପ୍ରତିଷ୍ଠା, ପ୍ରାଣୀ ମାନଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର(ଏ ବି ସି),ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ହେଲ୍ପ ଲାଇନ ର ବ୍ୟାବହାରିକ ସୁ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ପ୍ରାଣୀ କଲ୍ୟାଣ କାର୍ୟ୍ଯକ୍ରମ ସମ୍ପର୍କରେ ଗୁରୁତ୍ୱପୂର୍ଣ ଆଲୋଚନା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ଏହି ବୈଠକରେ ଯୋଗ ଦେବାକୁ ବହୁ ପୁରାତନ ସଦସ୍ୟା ଙ୍କୁ ଏ ପର୍ଯ୍ୟନ୍ତ ପତ୍ର ପ୍ରଦାନ କରାଯାଇନଥିବାରୁ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି।ଜିଲ୍ଲା ତଥା ରାଜ୍ୟରେ ପ୍ରାଣୀ ନିଷ୍ଠୁରତା ନିରୋଧ ପାଇଁ ଅହରହ କାର୍ଯ୍ୟ କରୁଥିବା ବହୁ ସଦସ୍ୟ ଙ୍କୁ ଏଥିରେ ଯୋଗ ଦେବାକୁ ମେଲ, ପତ୍ର କିମ୍ବା ଫୋନ କରାଯାଇନଥିବାରୁ ଜିଲ୍ଲା ପ୍ରାଣୀ କଲ୍ୟାଣ ଅଧିକାରୀ ଡା ସଂଜୀବନୀ ପଟେଲ ଙ୍କ କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକାଶ କରି ଉପସ୍ଥିତ ଅଧିକାରୀ ଙ୍କୁ ଅବଗତ କରାଇଛନ୍ତି।

ଏସ ପି ସି ଏ ସଦସ୍ୟ ଙ୍କୁ ଦୀର୍ଘ ବର୍ଷ ଧରି ପରିଚୟ ପତ୍ର ପ୍ରଦାନ କରାଯାଇ ନ ଥିବାରୁ, ଏସ ପି ସି ଏ ଏନ ଫୋର୍ସ ମେଣ୍ଟ ପାଇଁ ପୂର୍ବରୁ ଜଣେ ଇନ୍ସପେକ୍ଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ନୂତନ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସଦସ୍ୟ ମାନେ ଦାବି କରୁଥିବାରୁ ସେମାନଙ୍କୁ ବୈଠକରେ ଯୋଗ ଦେବାକୁ ପତ୍ର ଦିଆ ଜାଇନାହିବୋଲି ମତ ପ୍ରକାଶ ପାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Latest News

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.