Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିପର୍ଯ୍ୟସ୍ତ ଅବସ୍ଥାରେ ହୋମିଓପାଥିକ ପିଜି ପାଠ୍ୟକ୍ରମ, ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି
ରାଜ୍ୟ ଖବର

ବିପର୍ଯ୍ୟସ୍ତ ଅବସ୍ଥାରେ ହୋମିଓପାଥିକ ପିଜି ପାଠ୍ୟକ୍ରମ, ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି

September 23, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିପର୍ଯ୍ୟସ୍ତ ଅବସ୍ଥାରେ ହୋମିଓପାଥିକ ପିଜି ପାଠ୍ୟକ୍ରମ, ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ବର: ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ , ଭାରତ ବର୍ଷର ପ୍ରଥମ ବିଏଚଏମଏସ ସ୍ନାତକ ଡିଗ୍ରୀ ସରକାରୀ ହୋମିଓପାଥି ଭେଷଜ ମହାବିଦ୍ୟାଳୟ ରୂପେ ପରିଚିତ। ରାଜ୍ୟ ସରକାର ଏହାକୁ *ସେଣ୍ଟର ଫର ଏକ୍ସେଲେନ୍ସେ *ଘୋଷଣା କରିଥିଲେ। ଏହା ସହିତ ଅନ୍ୟ ତିନୋଟି ପୁରାତନ ହୋମିଓପାଥି ଭେଷଜ ମହାବିଦ୍ୟାଳୟ ବ୍ରହ୍ମ ପୁର, ସମ୍ବଲପୁର, ରାଉଲକେଲା ରେ ମଧ୍ୟ ରହିଛି ।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ଅଧୀନରେ ଏବଂ ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଙ୍କ ତତ୍ତ୍ଵାବଧାନରେ ରାଜ୍ଯରେ ଆୟୁର୍ବେଦ ଓ ହୋମିଓପାଥି ଦୁଇ ପ୍ରକାର ଚିକିତ୍ସା ବ୍ୟବସ୍ଥା ଚାଲିଛି । ଆୟୁର୍ବେଦ ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ତୁଳନାରେ ହୋମିଓପାଥି ଶିକ୍ଷା ବ୍ୟବସ୍ଥା ର ଅବସ୍ଥା ବହୁତ ଦୟନୀୟ ଅବସ୍ଥାରେ ଅଛି। ଭୁବନେଶ୍ୱର ରେ ମାତ୍ର ୪ ଟି ପିଜି ସିଟ ଥିବା ବେଳେ ବ୍ରହ୍ମପୁର, ରାଉଲକେଲା ଓ ସମ୍ବଲପୁରରେ ଥିବା ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ରେ ଆଜି ପର୍ଯ୍ୟନ୍ତ ପିଜି ସିଟ ଖୋଲିବା ପାଇଁ ରାଜ୍ୟ ସରକାର କୌଣସି ପ୍ରକାର ବ୍ୟବସ୍ଥା କରିନାହାନ୍ତି।

ଏନେଇ ଗତ ଏପ୍ରିଲ ମାସରେ ଓଡିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ରାଷ୍ଟ୍ରପତି, କେନ୍ଦ୍ର ଆୟୁଷ ମନ୍ତ୍ରୀ, ସଚିବ,ରାଷ୍ଟ୍ରୀୟ ହୋମିଓପ୍ୟାଥିକ ଆୟୋଗ ର ଅଧ୍ୟକ୍ଷ, ସମ୍ପାଦକ ଙ୍କୁ ପତ୍ର ଲେଖିବା ପରେ ଏନ .ସି .ଏଚ ଓ ମାର୍ଭୀ ର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ରାଜ୍ୟର ବିଭିନ୍ନ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଆସି ଅନୁଧ୍ୟାନ କରିଥିଲେ।

ତିନିଟି କଲେଜ ରେ ପିଜି ସିଟ ଖୋଲିବା ପାଇଁ ଉଦ୍ୟମ ଆରମ୍ଭ ହେବ ବୋଲି ସମସ୍ତେ ଆଶା ରଖିଥିବା ବେଳେ ରାଜ୍ୟର ଚାରୋଟି ହୋମିଓପ୍ୟାଥିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭିତ୍ତିଭୂମି ଓ ମାନଵ ସମ୍ବଳ ଅଭାଵ ନେଇ ଚୁପହୋଇ ବସିଛନ୍ତି। ରାଜ୍ୟ ଆୟୁଷ ନିର୍ଦେଶକ ହୋମିଓପ୍ୟାଥିକ ମହାବିଦ୍ୟାଳୟ ରେ ପିଜି ପାଠ୍ୟକ୍ରମ ପାଇଁ କୌଣସି ପ୍ରକାର ପ୍ରାରମ୍ଭିକ ପର୍ଯ୍ୟାୟର ପଦକ୍ଷେପ ନେଇନାହାନ୍ତି।

ରାଜ୍ୟ ଓ ଜେ ଇ ପକ୍ଷରୁ ୨୦୨୪ ବର୍ଷ ଆୟୁଷ ରେ( ଏମ ଡ଼ି, ଏମ ଏସ)ପିଜି ପାଠ୍ୟକ୍ରମ ପାଇଁ ବିଜ୍ଞାପନ ପ୍ରକାଶ ପରେ ରାଜ୍ୟ ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ଆଜି ରାଜ୍ୟରେ ତିନୋଟି କଲେଜ ରେ ତୁରଣ ପିଜି ପାଠ୍ୟକ୍ରମ ପ୍ରଚଳନ ପାଇଁ ବ୍ୟବସ୍ଥା କରିବାକୁ ସରକାର ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି।

ରାଜ୍ୟରେ ଆୟୁର୍ବେଦିକ ପାଇଁ ୩୩ଟି ପିଜି ସିଟ ଥିବା ବେଳେ ହୋମିଓପ୍ୟାଥିକ ପାଇଁ କେବଳ ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ମାତ୍ର ୪ଟି ପିଜି ସିଟ ରହିଛି। ଏହି ମହାବିଦ୍ୟାଳୟ ରେ ପୂର୍ବରୁ ୫ ଟି ବିଭାଗ ରେ ପିଜି ପାଠ୍ୟକ୍ରମ ୨୦୧୨ ମସିହା ପର୍ଯ୍ୟନ୍ତ ଚାଲୁରହି ଥିଲା। ପି.ଏଚ୍.ଡି. କଥା ନଖିଲେ ଭଲ।ପି. ଏଚ. ଡି ରେ ଆୟୁର୍ବେଦ ରେ ପ୍ରତେକ ବର୍ଷ ୧୦ଜଣ ନାମ ଲେଖାଉଥିବା ବେଳେ ହୋମିଓପ୍ୟାଥିକରେ ପିଜି ପଢିବା ପାଇଁ ରାଜ୍ୟରେ ସୁଯୋଗ ସୃଷ୍ଟି କରାଯାଇନାହିଁ।

ଏ ନେଇ ରାଜ୍ୟ ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ସଭାପତି ଡା ଶୁଭେନ୍ଦୁ କୁମାର ସାହୁ ଓ ସମ୍ପାଦକ ସୁବ୍ରତ ସାମଲ, କାର୍ଯ୍ୟନିର୍ବାହୀ ସଦସ୍ୟ ଡା ସୁନୀଲ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ଆୟୁଷ ନିର୍ଦେଶକ ପ୍ରେମଜିତ ନାୟକ ଙ୍କ ଜରିଆରେ ଏକ ଦାବୀ ପତ୍ର ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି।

ଭୁବନେଶ୍ୱରସ୍ଥିତ ଡା ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ରେ ପିଜି ସିଟ ବୃଦ୍ଧି କରିବା ସହିତ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ, ସମ୍ବଲପୁର ସ୍ଥିତ ଓଡ଼ିଶା ମେଡ଼ିକାଲ କଲେଜ ଅଫ ହୋମିଓପ୍ୟାଥିକ ଆଣ୍ଡ ରିସର୍ଚ୍ଚ, ରାଉରକେଲା ସ୍ଥିତ ଉତ୍କଳମଣୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ରେ ତୁରଣ ପିଜି ପାଠ୍ୟକ୍ରମ ପ୍ରଚଳନ ପାଇଁ ନିବେଦନ କରିଛନ୍ତି।

ଏଥିସହିତ ରାଜ୍ୟରେ ହୋମିଓପ୍ୟାଥିକ ପିଜି ପାଠ୍ୟକ୍ରମ ପ୍ରଚଳନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଗତ ପାଞ୍ଚ ବର୍ଷ ମଧ୍ୟରେ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଚଳିତ ବର୍ଷ ରାଜ୍ୟରେ ହୋମିଓପ୍ୟାଥିକ ପିଜି ପାଠ୍ୟକ୍ରମ ପାଇଁ କଣ ବ୍ୟବସ୍ଥା କରିଛନ୍ତି ଏ ନେଇ ରାଜ୍ୟ ସରକାରଙ୍କ ସୂଚନା ଅଧିକାର ଆଇନ ଅନୁଯାୟୀ ସୂଚନା ପ୍ରଦାନ କରିବାକୁ ରାଜ୍ୟ ଆୟୁଷ ଛାତ୍ର ସଂସଦ ସଭାପତି ଡା ଶୁଭେନ୍ଦୁ କୁମାର ସାହୁ ଆବେଦନ କରିଛନ୍ତି।

ରାଜ୍ୟ ସରକାର ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ରେ ଚଳିତ ବର୍ଷ ପିଜି ପାଠ୍ୟକ୍ରମ ଚାଲୁ ନ କଲେ ସେମାନେ ବାଧ୍ୟତାମୂଳକ ଭାବେ ବିକଳ ପନ୍ଥା ଅବଲମ୍ବନ କରିବା ପାଇଁ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ଆୟୁଷ ଛାତ୍ର ସଂସଦ ପକ୍ଷ ରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆୟୁର୍ବେଦ ହୋମିଓପାଥି
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.