Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ଏଣିକି ସରକାର ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ହେବ ପାଳନ
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ଏଣିକି ସରକାର ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ହେବ ପାଳନ

October 5, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ଏଣିକି ସରକାର ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ହେବ ପାଳନ

ଭୁବନେଶ୍ୱର: ଆଜି ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଅନେକ ବୀର ଓଡିଆଙ୍କ ମଧ୍ୟରେ ଶହିଦ ବାଜି ରାଉତଙ୍କ ସ୍ଥାନ ଅନନ୍ୟ ଓ ସବୁଠାରୁ ଭିନ୍ନ। କେବଳ ଓଡିଶା ନୁହେଁ, ସାରା ଭାରତର କନିଷ୍ଠତମ ସ୍ଵାଧୀନତା ସଂଗ୍ରାମୀଭାବେ ମାନ୍ୟତା ପାଇଥିବା ଏହି ବୀର ବାଳକଙ୍କ ଜୀବନୀ ସ୍ୱଳ୍ପ ହୋଇଥାଇ ପାରେ, ହୁଏତ ତାଙ୍କର ବୀରତ୍ବର ଗାଥା ଇତିହାସର ଗୋଟିଏ କିମ୍ବା ଦୁଇଟା ପୃଷ୍ଠାରେ ସୀମାବଦ୍ଧ ହୋଇଥାଇ ପାରେ, କିନ୍ତୁ ସେଇ ବୀରତ୍ଵର ଗାଥା ଭବିଷ୍ୟତ ପିଢିକୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା ପାଇଁ ଲକ୍ଷ ଲକ୍ଷ ବାଜି ରାଉତ ସୃଷ୍ଟି କରିଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅକ୍ଟୋବର ମାସରେ ବାଜି ରାଉତଙ୍କ ସହିତ ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ, ଉତ୍କଳମଣି ଗୋପବନ୍ଧୁ ଦାସ ପରି ପ୍ରମୁଖ ମହାନାୟକମାନେ ମଧ୍ୟ ଜନ୍ମ ଗ୍ରହଣ କରିଥିଲେ ଏବଂ ସମସ୍ତେ ନିଜ ନିଜ ସ୍ତରରେ ଏ ଦେଶ, ଏ ଜାତି ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି। ବାଜି ରାଉତଙ୍କ ବଳିଦାନର ବ୍ୟଥା ଯାଇ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବାଜି ରାଉତଙ୍କ ତ୍ୟାଗର ପଦଚିହ୍ନକୁ ଅନୁସରଣ କରି ୧୯୪୨ ମସିହା ସେପ୍ଟେମ୍ବର ମାସରେ ଭଦ୍ରକ ଜିଲ୍ଲାର ଇରମ ମାଟି ରକ୍ତାକ୍ତ ହୋଇଉଠିଥିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଲହୁରେ।

ଓଡିଶାରେ ସେ ସମୟରେ ଚାଲି ଆସୁଥିବା ସ୍ଵାଧୀନତା ସଂଗ୍ରାମର ଯାତ୍ରାରେ ବାଜି ରାଉତଙ୍କ ବଳିଦାନ ଜନ ମାନସରେ ଏକ ଅଭୂତପୂର୍ବ ଉତ୍ସାହ ଭରି ଦେଇଥିଲା ଏବଂ ରାଜ୍ୟରେ ସ୍ଵାଧୀନତା ସଂଗ୍ରାମକୁ ନୂତନ ଦିଶା ପ୍ରଦାନ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଭାରତ ଇତିହାସରେ ବାଜି ରାଉତ ହେଉଛନ୍ତି ଦେଶର ସର୍ବ କନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ। ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ତାଙ୍କ ଜୟନ୍ତୀ ପାଳନ ବାସ୍ତବିକ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶହୀଦ ବାଜି ରାଉତଙ୍କ ବଳିଦାନକୁ ଜାତୀୟ ସ୍ତରରେ ପ୍ରଚାରିତ କରିବାର ସମୟ ଆସିଛି।

ସେତେବେଳର ରାଜନୈତିକ ଓ ସାମାଜିକ ପରିସ୍ଥିତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଇଂରେଜ ସରକାର ତାଙ୍କ ଶାସନ ପ୍ରଣାଳୀକୁ ସହଜ କରିବା ପାଇଁ ସମଗ୍ର ଓଡିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲ ବନ୍ଦୀ ଓ ଗଡଜାତ ଅଞ୍ଚଳ ଭାବେ ନାମିତ କରିଥିଲେ। ଗଡଜାତ ଅଞ୍ଚଳର ରାଜା ମାନେ ଇଂରେଜ ସରକାରଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରି ପ୍ରଜାମାନଙ୍କୁ ଶୋଷଣ କରୁଥିଲେ।

ରାଜ କର୍ମଚାରୀ ମାନଙ୍କ ଦୌରତ୍ମ୍ୟରେ ଲୋକମାନ ଅତିଷ୍ଠ ହୋଇ ଉଠୁଥିଲେ। ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣର ଫଳ ସ୍ବରୂପ ପୁଞ୍ଜିଭୂତ ଅସନ୍ତୋଷ ବୃଦ୍ଧି ପାଇ ବିସ୍ଫୋରଣର ରୂପ ନେଉଥିଲା। କିନ୍ତୁ ରାଜା ମାନେ ଇଂରେଜ ସରକାରଙ୍କ ସାହାଯ୍ୟରେ ତାହାକୁ କଳେ ବଳେ କୌଶଳେ ଦମନ କରୁଥିଲେ। ଅନ୍ୟାୟ ଅତ୍ୟାଚାରକୁ ଦୂର କରି ଦେଶକୁ ସ୍ବାଧୀନ କରିବା ପାଇଁ ସମସ୍ତଙ୍କ ମନ ଭିତରେ ନୂତନ ଆଶା ଓ ଉଦ୍ଦୀପନା ସୃଷ୍ଟି ହେଉଥିଲା ।

ସେ ପୁଣି କହିଲେ ଯେ, ୧୯୩୭ ସମିହା ଢେଙ୍କାନାଳ ଗଡଜାତରେ ରାଜା ଶଙ୍କର ପ୍ରତାପଙ୍କ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। ଏହି ଆନ୍ଦୋଳନର ନେତୃତ୍ବ ନେଉଥିଲେ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପରି ପ୍ରଜା ମଣ୍ଡଳ ଆନ୍ଦୋଳନର ବରିଷ୍ଠ ନେତୃସ୍ଥାନୀୟ ବ୍ୟକ୍ତିତ୍ବ। ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମ ଥିଲା ଏହି ଆନ୍ଦୋଳନର କେନ୍ଦ୍ର ସ୍ଥଳୀ। ଭୁବନଠାରେ ଏହି ଆନ୍ଦୋଳନର କାର୍ଯ୍ୟପନ୍ଥା ମଧ୍ୟ ସ୍ଥିର ହେଉଥିଲା।

ବାଜି ରାଉତଙ୍କ ଜୀବନୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୨୬ ମସିହା ଆଜିର ଦିନରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠ ପୁର ଗ୍ରାମରେ ଏକ ଗରୀବ ପରିବାରରେ ଜନ୍ମ ହୋଇଥିଲେ ବାଜି ରାଉତ। ବାଜି ରାଉତ ବ୍ରାହ୍ମଣୀ ନଦୀରେ ଡଙ୍ଗା ଚଳାଇ ଅନ୍ୟ ସାଧାରଣ ପରିବାର ପରି ଜୀବନ ଅତିବାହିତ କରୁଥିଲେ। ୧୨ ବର୍ଷ ହେବା ବେଳକୁ ସେ ଢେଙ୍କାନାଳର ଅନେକ ସ୍ବାଧୀନଚେତା ସଂଗ୍ରାମୀଙ୍କ ସହିତ ପ୍ରଜା ମଣ୍ଡଳ ଆନ୍ଦୋଳନର ଜଣେ ସକ୍ରୀୟ କର୍ମୀ ରୂପେ କାର୍ଯ୍ୟ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜି ରାଉତଙ୍କ ଶହୀଦ ହେବା କାହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେ ଦିନ ଥିଲା ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖର କାଳରାତ୍ରି । ପ୍ରଜାମେଳୀ ଆନ୍ଦୋଳନର ସଂଗ୍ରାମୀମାନଙ୍କୁ ଦମନ କରିବା ପାଇଁ ରାଜା ଶଙ୍କର ପ୍ରତାପଙ୍କ ଅନୁରୋଧରେ ପୋଲିସ ବାହିନୀ ଭୁବନଠାରେ ପହଞ୍ଚିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଆରମ୍ଭ ହୋଇଗଲା ପୋଲିସର ଲାଠି ପ୍ରହାର, ଅତ୍ୟାଚାର ଓ ଦମନଲୀଳା।

ଅତର୍କିତ ଆକ୍ରମଣର ପ୍ରତିରୋଧ କରିବା ପାଇଁ ଲୋକମାନେ ପ୍ରସ୍ତୁତ ନଥିଲେ। ଅନ୍ଧାର ରାତିର ସୁଯୋଗ ନେଇ ଶହ ଶହ ସଂଗ୍ରାମୀ ଏକତ୍ରିତ ହୋଇ ପୋଲିସକୁ ପାଲଟା ଆକ୍ରମଣ କଲେ। ସମସ୍ତଙ୍କ ଦେହର ଶତସିଂହର ବଳ। ବେକ କଟିଯାଉ ପଛେ, ରାଜ ଶାସନ ଓ ଇଂରେଜ ଶାସନକୁ ଲୋପ କରିବେ। ଇଂରେଜ ପୋଲିସ ବାହିନୀ ସଂଗ୍ରାମୀ ମାନଙ୍କ ପ୍ରତିଆକ୍ରମଣକୁ ପ୍ରତିରୋଧ ନକରି ପାରି ଛତ୍ରଭଙ୍ଗ ଦେଲେ। ଭୁବନଠାରୁ ଢେଙ୍କାନାଳ ସଦର ମହକୁମାକୁ ଯିବା ବାଟରେ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀଘାଟ ଥିଲା ସେମାନଙ୍କ ପାଇଁ ପ୍ରତିବନ୍ଧକ। ନୀଳକଣ୍ଠ ପୁର ଗାଁ ଲୋକେ ଶତ୍ରୁ ମାନଙ୍କୁ ଘାଟରେ ପାରି କରାଇବେ ନାହିଁ ବୋଲି ପୂର୍ବରୁ ସ୍ଥିର କରିଥିଲେ।

ବ୍ରାହ୍ମଣୀ ସେତେବେଳେ ଦୁଇ କୂଳ ଉଛୁଳୁ ଥାଏ। ଆଉ ସେଦିନ ଘାଟ ଜଗିବାର ପାଳି ଥିଲା ୧୨ ବର୍ଷର ବାଳକ ବାଜି ରାଉତଙ୍କର। ସାଙ୍ଗରେ ଆଉ କେତେ ଜଣ ମଧ୍ୟ ଥାଆନ୍ତି। ହଠାତ୍ ପୋଲିସ ବାହିନୀ ଘାଟରେ ପହଞ୍ଚି ନାଉରିଆକୁ ନଦୀ ପାର କରିବା ପାଇଁ ଡାକିଲେ। କିନ୍ତୁ ବୀର ବାଜି ରାଉତ ଇଂରେଜମାନଙ୍କ ବନ୍ଧୁକର ଭୟକୁ ବେଖାତିର କରି ସେମାନଙ୍କ କଥା ଶୁଣିଲେ ନାହିଁ। ଏହା ପରେ ପୁଲିସ ଗୁଳିରେ ଟଳିପଡିଲେ ୧୨ ବର୍ଷର ସାହସୀ ବାଳକ ବାଜି ରାଉତ। ସମସ୍ତ ବାଜି ରାଉତଙ୍କ ମୃତ ଶରୀର ଦେଖି କ୍ରୋଧ ଜର୍ଜରିତ ହୋଇ ପୋଲିସ ବାହିନୀକୁ ପ୍ରଚଣ୍ଡ ଆକ୍ରମଣ କଲେ। ଜୀବନ ବିକଳରେ ଡଙ୍ଗା ଛଡାଇ ନଦୀ ଗର୍ଭକୁ ପୋଲିସମାନେ ପଳାଇଲେ ଓ ସେଠାରୁ ଗୁଳି ଚାଳନା କଲେ। ପୋଲିସ ଗୁଳିରେ ସେଠାରେ ଶହୀଦ ହେଲେ ରଘୁ ନାୟକ, ହୁରୁଷି ପ୍ରଧାନ, ଲକ୍ଷ୍ମଣ ମଲ୍ଲୀକ,ଫଗୁ ସାହୁ ଓ ନଟ ମଲ୍ଲୀକ। ଦେଶ ଓ ଜାତିର ସ୍ବାର୍ଥପାଇଁ ବାଜି ରାଉତଙ୍କ ସହିତ ୬ଜଣଙ୍କ ରକ୍ତରେ ବ୍ରାହ୍ମଣୀ ନଦୀର ପାଣି ସେଦିନ ରକ୍ତାକ୍ତ ହୋଇ ଉଠିଥିଲା।

ଶହୀଦ ବାଜିଙ୍କ ମୃତ୍ୟୁ, ସଂଗ୍ରାମ ଆହୁରି ତେଜିୟାନ କରିଥିଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୀଳକଣ୍ଠ ପୁର ଗ୍ରାମ ଗୁଳି କାଣ୍ଡର ପରଦିନ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖରେ ଦେଶ ପାଇଁ ପ୍ରାଣ ବଳୀ ଦେଇଥିବା ଏହି ୬ଜଣ ବୀର ଶହୀଦଙ୍କ ପାର୍ଥୀବ ଶରୀରକୁ କଟକ ଆଣି ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଶେଷରେ କଟକ ଖାନ ନଗର ଶ୍ମଶାନର ଗୋଟିଏ ଚିତାରେ ସମସ୍ତେ ପାଉଁସ ହୋଇଗଲେ। ମାଟିର ଦେହ ମାଟିରେ ମିଶିଗଲା। ଯୁଗ ଯୁଗ ପାଇଁ ସେମାନେ ହେଲେ ଆମ ସ୍ବାଧୀନତା ସଂଗ୍ରାମର ବୀର ସୈନିକ। ସେଦିନ ଶୋଭାଯାତ୍ରା ଓ ଦାହ କାର୍ଯ୍ୟରେ ଉପସ୍ଥିତ ଥିଲେ ସଂଗ୍ରାମୀ ଅନନ୍ତ ପଟ୍ଟନାୟକ, ରବି ଘୋଷ, ମୋତିଲାଲ ତ୍ରିପାଠୀ ଓ କବି ସଚ୍ଚି ରାଉତରାୟ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ଛୋଟିଆ ଜୀବନର ଦୀପଶିଖା ଲିଭିଗଲା ଅବେଳରେ। କିନ୍ତୁ କାଳ କାଳ ପାଇଁ ସେ ତ୍ୟାଗ ଓ ବଳିଦାନ ରଖିଗଲା ଯଶ ଓ କିର୍ତ୍ତୀ ଭାରତର ଇତିହାସ ପୃଷ୍ଠାରେ। ଏକ ଛୋଟ ଗାଁରେ ଜନ୍ମ ହୋଇଥିଲେ ମଧ୍ୟ ସାରା ଜାତି ଓ ଜନ୍ମଭୂମି ପାଇଁ ଜୀବନ ଉତ୍ସର୍ଗ କରି ଆଗାମୀ ପିଢି ନିମନ୍ତେ ସେ ପାଲଟି ଗଲେ ପ୍ରେରଣାର ଉତ୍ସ। ଆଜିର ଯୁବ ପିଢି ତାଙ୍କର କର୍ତ୍ତବ୍ୟ ନିଷ୍ଠା, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଏକାନ୍ତ କାମ୍ୟ।

ଶହୀଦ ବାଜି ରାଉତ ମେମୋରିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା, କ୍ରୀଡା, ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶ୍ରୀ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ଶ୍ରୀ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଶହୀଦ ବାଜିରାଉତ ମେମୋରିଆଲ ଫାଉଣ୍ଡେସନର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ଆଇଚ ସ୍ୱାଗତ ଭାଷଣ ଦେଇଥିଲେ।

ବାଜି ରାଉତ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026
Latest News

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.