ଚିଲିକା ଅଞ୍ଚଳରେ ବାତ୍ୟା ମୁକାବିଲା ପାଇଁ ସମୀକ୍ଷା କଲେ ଉପଜିଲ୍ଲାପାଳ

Published: Oct 23, 2024, 10:16 pm IST
ଚିଲିକା ଅଞ୍ଚଳରେ ବାତ୍ୟା ମୁକାବିଲା ପାଇଁ ସମୀକ୍ଷା କଲେ ଉପଜିଲ୍ଲାପାଳ

ବାଣପୁର(ସୀତାରାମ ଅଗ୍ରୱାଲ): ସମ୍ଭାବ୍ୟ ବାତ୍ୟା ଦାନା କୁ ଦୃଷ୍ଟିରେ ରଖି ବୁଧବାର ଦିନ ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀ ବାଣପୁର ଓ ଚିଲିକା ବ୍ଲକ ପରିଦର୍ଶନ କରି ସ୍ଥାନୀୟ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ତଦାରଖ କରିଥିଲେ।

ଏହି ଅବସରରେ ଉପ ଜିଲ୍ଲପାଳ ଶ୍ରୀ ସେଠି ସାମ୍ଭାବ୍ୟ ବାତ୍ୟା କୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ କହିଥିଲେ। ଉଭୟ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାତ୍ୟା ସମୟରେ ନାଗରିକଙ୍କ ସ୍ଥାନାନ୍ତରିକରଣ ପ୍ରକ୍ରିୟା ସମ୍ବନ୍ଧୀୟ ପ୍ଲାନ ସମ୍ପର୍କରେ ଅବଗତ କରାଯାଇଛି।

ସମସ୍ତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳି ଏବଂ ସାମୟିକ ବାତ୍ୟା ଆଶ୍ରୟସ୍ଥଳିକୁ ସଜାଗ ରଖାଯାଇଛି ଏବଂ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବିଦ୍ୟୁତ, ପାଣି, ଶୁଖିଲା ଖାଦ୍ୟ ସହ ଜେନେରେଟରର ବ୍ୟବସ୍ଥା ହୋଇଥିବା ଜଣାପଡିଛି।

ଉଭୟ ବ୍ଲକର ସମସ୍ତ ପଞ୍ଚାୟତରେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଅନୁରୂପଭାବେ ଅତ୍ୟାବଶକୀୟ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ଯୋଗାଣ ନିରୀକ୍ଷକ ମାନେ ନିରନ୍ତର ପେଟ୍ରୋଲିଂ ଜାରି ରଖିଥିବା ଉପଜିଲ୍ଲାପାଳ କହିଛନ୍ତି। ଉପଜିଲ୍ଲାପାଳ ଙ୍କ ଗସ୍ତବେଳେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା ଓ ଚିଲିକା ବିଡ଼ିଓ ହଳଧର ଶବର ଆଦି ଉପସ୍ଥିତ ଥିଲେ।

Related posts