Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆରମ୍ଭ ହେଲା ପ୍ରସିଦ୍ଧ କଟକ ବାଲିଯାତ୍ରା, ଏଥର ୧୪ଟି ଦେଶର ଆମ୍ବାସାଡରଙ୍କ ଯୋଗଦାନ
ରାଜ୍ୟ ଖବର

ଆରମ୍ଭ ହେଲା ପ୍ରସିଦ୍ଧ କଟକ ବାଲିଯାତ୍ରା, ଏଥର ୧୪ଟି ଦେଶର ଆମ୍ବାସାଡରଙ୍କ ଯୋଗଦାନ

November 16, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link
BaliJatra
ଆରମ୍ଭ ହେଲା ପ୍ରସିଦ୍ଧ କଟକ ବାଲିଯାତ୍ରା, ଏଥର ୧୪ଟି ଦେଶର ଆମ୍ବାସାଡରଙ୍କ ଯୋଗଦାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକରେ ଉତ୍ସାହରେ ଭରପୁର ସହ ପ୍ରସିଦ୍ଧ ବାଲିଯାତ୍ରା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ଏହି ବାଲିଯାତ୍ରା। ଏହାକୁ ବାଦ ଦେଇ ଓଡ଼ିଶାରେ ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଚିନ୍ତା ମଧ୍ୟ କରାଯାଇ ପାରିବ ନାହିଁ।

ସେ କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। କଟକର ବାଲିଯାତ୍ରା ସମଗ୍ର ଭରତ ବର୍ଷର ସବୁଠାରୁ ବଡ ଓ ଶ୍ରେଷ୍ଠ ବାଣିଜ୍ୟିକ ଏବଂ ସାଂସ୍କୃତିକ ମେଳା। ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ସହିତ ଧାର୍ମିକ ଭାବନା ସହିତ ଓତପ୍ରୋତ ଭାବେ ଜଡ଼ିତ ବୋଲି ପ୍ରକାଶ କରି ସେ କହିଲେ ଯେ ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟ ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ବ୍ୟବସାୟ ହେବ ଏବଂ ରେକର୍ଡ ସଂଖ୍ୟକ ଲୋକେ ବୁଲି ଆସିବେ। ଜିଲ୍ଲା ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି।କଟକ ସହରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏଥିପାଇଁ ଆମ ସରକାର ଅନେକ ଯୋଜନା କରିଛନ୍ତି। ସାବରମତି ରିଭର ଫ୍ରଣ୍ଟ ପ୍ରକଳ୍ପ ଅନୁରୂପ କଟକରେ ମଧ୍ୟ ମହାନଦୀରେ ବିଶ୍ୱ ସ୍ତରୀୟ ରିଭର ଫ୍ରଣ୍ଟର ବିକାଶ କରାଯିବ। ମହାନଦୀ ରିଭର୍ ଫ୍ରଣ୍ଟ ର ବିକାଶ ପାଇଁ ପୂର୍ବ ରୁ ବଜେଟ୍ ରେ ୫୦ କୋଟି ଟଙ୍କା ର ପ୍ରାବଧାନ ଥିଲା ଆଜି ଏହି ମଞ୍ଚ ରେ ଏଥିପାଇଁ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏଣିକି ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥା ରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟ ର ବିକାଶ କରାଯିବ। କଟକ ସହରର ରାସ୍ତାଘାଟର ବିକାଶ ହେବ ଏବଂ ଏକ ଆଧୁନିକ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ଭୁବନେଶ୍ୱର ରୁ କଟକ କୁ ମେଟ୍ରୋ ରେଳସେବା ସହିତ ଯୋଡାଜିବ।ବାଲିଯାତ୍ରା କୁ ୟୁନେସ୍କୋ ମାନ୍ୟତା ମିଳିବା ପାଇଁ ଉଦ୍ୟମ କରାଯିବ।କଟକ ସହର ଆମ ଐତିହ୍ୟର ବାର୍ତ୍ତାବହ। ଏହାକୁ ଏକ ସୁନ୍ଦର ଓ ଆଧୁନିକ ସହରରେ ପରିଣତ କରାଯିବ।

ଓଡିଶାର ବିକାଶ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ସେ ମତ ଦେଇ ସେ କହିଲେ ଯେ, ଏବେ ଓଡିଶାରେ ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରେଳ ଓ ସଡକ ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ହୋଇଛି। ବିମାନପଥରେ ମଧ୍ୟ ବ୍ୟାପକ ସୁଯୋଗର ସୃଷ୍ଟି ହେଉଛି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜି ବିମାନ ଚାଳନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଟକ ବାଲିଯାତ୍ରା ହେଉଛି ଆମ ଓଡିଶାର ସବୁଠାରୁ ପ୍ରସିଦ୍ଧ ଉତ୍ସବ ମାନଙ୍କ ମଧ୍ୟରେ ଅନ୍ୟତମ। କଟକ ସହରର ଗର୍ବ ଓ ଗୌରବ। ହଜାର ବର୍ଷର ସହର ହେଉଛି କଟକ। କଟକର ପ୍ରତିଟି ମାଟି କଣିକାରେ ଭରି ରହିଛି ଗୌରବମୟ ଐତିହ୍ୟର ବାସ୍ନା। ଏ ସହର ହେଉଛି ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ସହର। ଆଧୁନିକତାର ଚାକଚକ୍ୟରେ କଟକସହରବାସୀ ଯାହାଙ୍କୁ ଶ୍ରଦ୍ଧାରେ ‘କଟକିଆ’ ବୋଲି କୁହାଯାଏ ଏହି ଭାଇଚାରାକୁ ଉଜ୍ଜୀବିତ କରି ରଖିଛନ୍ତି, ଯାହା ଆଜିକାଲି ଦେଖିବାକୁ ମିଳେନାହିଁ।

ସେ କହିଥିଲେ ଯେ, ହଜାରେ ବର୍ଷର ବିଶ୍ଵ ପ୍ରସିଦ୍ଧ ‘ବାଲି ଯାତ୍ରା’ କୁ ସେ ଅନେକ ଥର ଆସିଛନ୍ତି। କିନ୍ତୁ, ରାଜ୍ୟର ଶାସନ ମୁଖ୍ୟ ଭାବେ ସାମିଲ ହୋଇଥିବାରୁ ସେ ବହୁତ ଖୁସି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ପୂର୍ବନାମ କଳିଙ୍ଗ। କଳିଙ୍ଗର ମହାନ ନୌବାଣିଜ୍ୟ ପରମ୍ପରା ବେଶ୍ ପ୍ରାଚୀନ। ଯାହାର ନୌବାଣିଜ୍ୟିକ ଇତିହାସ ଏ ମାଟିର ବୀର ସାଧବପୁଅମାନଙ୍କର ଦୁଃସାହସିକ ଜଳଯାତ୍ରା ସହ ପୃଥ‌ିବୀର ବିଭିନ୍ନ ଭୂଖଣ୍ଡ ସହ ବାଣିଜ୍ୟିକ ସମ୍ପର୍କକୁ ଉନ୍ମୋଚନ କରେ।

କଳିଙ୍ଗର ସାହସୀ ସାଧବମାନେ ସାମୁଦ୍ରିକ ଝଡଝଞ୍ଜାକୁ ଭୃକ୍ଷେପ ନ କରି ସାତ ସମୁଦ୍ର ତେର ନଈ ପାର ହୋଇ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭିଏତନାମ ପ୍ରଭୃତି ଦ୍ବୀପ ଓ ଦେଶମାନଙ୍କୁ ଯାଇ ବେପାର ବଣିଜ କରୁଥିଲେ । ଆପଣମାନେ ଜାଣି ଖୁସି ହେବେ ଯେ ଏହି ସବୁ ଦେଶରେ ଆଜି ମଧ୍ୟ ଓଡିଆ ସଂସ୍କୃତି ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମେ ଏକ ନୂତନ ଯୁଗରେ ପ୍ରବେଶ କରିଛୁ। ସମୟର ସହିତ ତାଳଦେଇ ଆମେ ବିକାଶ ପଥରେ ଅଗ୍ରସର ହେଉଛୁ। ଗତ ପ୍ରାୟ ସତୁରୀ ବର୍ଷ ହେବ ଓଡିଶା ଏକ ଅବହେଳିତ, ପଛୁଆ ରାଜ୍ୟ ଭାବେ ଦେଶରେ ଜଣାଶୁଣା ଥିଲା। ଗତ ୨୪ ବର୍ଷରେ ବିକାଶ ନାଁ ରେ ଯେଉଁ ଭେଳିକି ଦେଖା ଯାଇଥିଲା, ତାହାର ଗୁମର ଗୋଟିଏ ପରେ ଗୋଟିଏ ଫିଟିବାକୁ ଲାଗିଲାଣି।

ଆଧୁନିକ ଓଡିଶାର ରାଜନୈତିକ ଇତିହାସରେ ଜୁନ ୧୨ ତାରିଖ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। କାରଣ ଏହିଦିନ ଏକ ଲୋକାଭିମୁଖୀ ସରକାର, ଲୋକଙ୍କ ସରକାର ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ରାଜ୍ୟର ସାଧାରଣ ଜନତାଙ୍କ ସେବାରେ ଉତ୍ସର୍ଗୀକୃତ। ଆମ ସରକାର ବିକାଶ ସହିତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ବଦ୍ଧପରିକର।

ଆପଣମାନଙ୍କ ଏହି ସ୍ଵପ୍ନକୁ ସାର୍ଥକ କରିବା ପାଇଁ ସରକାର ଆକ୍ସନ ମୋଡରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଦୁର୍ନୀତି ନିବାରଣ ସହିତ ବିକାଶ ହେଉଛି ଆମର ସରକାରଙ୍କ ମନ୍ତ୍ର ସେ କହିଥିଲେ। ଆଜିଠାରୁ ହେଉଥିବା ଏହି ବାଲିଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ବ୍ୟବସାୟୀ ଏବଂ ବ୍ଯବସାୟିକ ଅନୁଷ୍ଠାନ ନିଜ ନିଜ ସାମଗ୍ରୀ ଏବଂ ସେବା ପ୍ରଦର୍ଶନ କରିବେ। ଏହା ଆମର ସ୍ଥାନୀୟ ଲୋକଙ୍କୁ ଏବଂ ବ୍ୟବସାୟୀଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ବିକାଶର ଗତି ତ୍ୱରାନ୍ୱିତ ହୋଇଛି ବୋଲି ମତ ଦେଇ ସେ କହିଲେ ଯେ, ସ୍ୱାଧୀନତା ପରେ ଦେଶର ଅର୍ଥନୀତି ଧିରେ ଧିରେ ଆଗକୁ ବଢି ଚାଲିଥିଲା। ୨୦୧୪ରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରଠାରୁ ଦେଶ ସବୁ କ୍ଷେତ୍ରରେ ଦୃତ ଗତିରେ ଅଗ୍ରଗତି କରି ଚାଲିଛି। ଦେଶର ଅର୍ଥନୀତି ୨ ଟ୍ରିଲିଅନ ଡଲାର ରୁ ଆସି ୪ ଟ୍ରିଲିଅନ ଡଲାର ରେ ପହଞ୍ଚିଲାଣି।

ଆଉ କିଛି ବର୍ଷ ମଧ୍ୟରେ ଆମର ଅର୍ଥନୀତି ୫ ଟ୍ରିଲିଅନ ଡଲାରରେ ପହଞ୍ଚିବ ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଆମ ଅର୍ଥନୀତିର ବିକାଶରେ ବନ୍ଦର ଓ ବନ୍ଦରଭିତ୍ତିକ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମୋଦୀଜୀଙ୍କ ନେତୃତ୍ୱରେ ଦେଶ ନୌବାଣିଜ୍ୟ କ୍ଷେତ୍ରରେ, ବିଶେଷ କରି ପୂର୍ବ ଏସିୟ ଦେଶମାନଙ୍କ ସହିତ ବ୍ୟାପକ ନୌବାଣିଜ୍ୟ କାରବାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ୧୪ ଟି ଦେଶ ରୁ ଆସିଥିବା ରାଷ୍ଟ୍ରଦୂତ ମାନଙ୍କୁ ସ୍ମାରକୀ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନେ ବାଲିଯାତ୍ରା ସ୍ମରଣିକା ଏବଂ ସାନ୍ତାଳୀ ଭାଷା ରେ ମୁଦ୍ରିତ RBI ର ଆର୍ଥିକ ସାକ୍ଷରତା ପୁସ୍ତକ ଉନ୍ମୋଚନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ, ନୂଆ ସରକାର ଆଜି ଗୋଟିଏ ମଞ୍ଚ ରେ ଶାସକ, ପ୍ରଶାସକ ଏବଂ ରାଷ୍ଟ୍ରଦୂତ ମାନଙ୍କୁ ଏକାଠି କରି ବାଲିଯାତ୍ରା କୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆମ ପରମ୍ପରା ସବୁକୁ ଆଗେଇ ନେବାକୁ ହେବ। ଏଥି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ କହିଲେ ଯେ, ଓଡ଼ିଶା ଏବଂ ଦେଶ ବିଦେଶ ରେ ବାଲିଯାତ୍ରା କହିଲେ କଟକ ବାଲିଯାତ୍ରା କୁ ବୁଝାଏ ନୂଆ ସରକାର ଏଥର ନୂଆ ଢଙ୍ଗ ରେ ବାଲିଯାତ୍ରା ଆୟୋଜନ କରିଛି । କଟକ ଏକ ଐତିହ୍ୟ ସମ୍ପନ୍ନ ସହର ।ବହୁ ପର୍ଯ୍ୟଟନ ଐତିହ୍ୟ ଏଠାରେ ରହିଛି । ପୁରୀ, କୋଣାର୍କ, ଚିଲିକା ସହିତ କଟକ କୁ ଓଡ଼ିଶା ର ପର୍ଯ୍ୟଟନ ମାନଚିତ୍ର ରେ ସାମିଲ୍ କରିବା ପାଇଁ ସେ ଅନୁରୋଧ କରିଥିଲେ।

ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ,କଟକ-ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, କଟକ-ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ,କଟକ ମୁନ୍‌ସିପାଲ କର୍ପୋରେସନ ମେୟର ଶ୍ରୀ ସୁବାଷ ଚନ୍ଦ୍ର ସିଂହ, ଇଷ୍ଟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀ ଜୟଦୀପ ମଜୁମଦାର କାର୍ଯ୍ୟକ୍ରମ ରେ ବକ୍ତବ୍ୟ ରଖିଥିଲେ।

୧୪ ଟି ଦେଶ ର ରାଷ୍ଟ୍ରଦୂତ ଙ୍କ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପ୍ରମୁଖ ଯୋଗ ଦେଇଥିଲେ। କଟକ ଜିଲାପାଳ ଶ୍ରୀ ଦତା ତ୍ରେୟ ସିନ୍ଧେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆର୍ ଡି ସି ଶ୍ରୀ ଅନାମ ଚରଣ ପାତ୍ର ଧନ୍ୟବାଦ୍ ଦେଇଥିଲେ।

Balijatra କଟକ ବାଲିଯାତ୍ରା ବାଲିଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.