Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»‘ରୁଦ୍ରାକ୍ଷ ଫାଉଣ୍ଡେସନ୍’ ପକ୍ଷରୁ ଆୟୋଜିତ ୭ମ ବର୍ଣ୍ଣାଳୀ ମହୋତ୍ସବ ଉଦଯାପିତ 
ରାଜ୍ୟ ଖବର

‘ରୁଦ୍ରାକ୍ଷ ଫାଉଣ୍ଡେସନ୍’ ପକ୍ଷରୁ ଆୟୋଜିତ ୭ମ ବର୍ଣ୍ଣାଳୀ ମହୋତ୍ସବ ଉଦଯାପିତ 

February 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରୁଦ୍ରାକ୍ଷ ଫାଉଣ୍ଡେସନ୍
‘ରୁଦ୍ରାକ୍ଷ ଫାଉଣ୍ଡେସନ୍’ ପକ୍ଷରୁ ଆୟୋଜିତ ୭ମ ବର୍ଣ୍ଣାଳୀ ମହୋତ୍ସବ ଉଦଯାପିତ 

ଭୁବନେଶ୍ବର: ଅଗ୍ରଣୀ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ “ରୁଦ୍ରାକ୍ଷ ଫାଉଣ୍ଡେସନ” ତରଫରୁ ଫେବୃୟାରୀ ୧୩  ଓ ୧୪ ତାରିଖ ଦୁଇଦିନ ଧରି ସ୍ଥାନୀୟ “ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର” ପରିସରସ୍ଥ ‘ଉତ୍କଳ ରଙ୍ଗମଞ୍ଚ’ ପ୍ରେକ୍ଷାଳୟରେ ଅନୁଷ୍ଠିତ ସପ୍ତମ ସଙ୍ଗୀତ ଓ ନୃତ୍ୟ ଉତ୍ସବ “ବର୍ଣ୍ଣାଳୀ -୨୦୨୫” ଶୁକ୍ରବାର ଉଦଯାପିତ ହୋଇଯାଇଛି ।

ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମହୋତ୍ସବକୁ ପ୍ରଥମ ଦିନ ସଂଧ୍ୟାରେ ଅତିଥି ଭାବେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡା. ଶୀତକଣ୍ଠ ଦାଶ, ସିସିବିଏ ର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାମପ୍ରସାଦ ଆକିସେଟି, ଖ୍ୟାତନାମା ନୃତ୍ୟାଙ୍ଗନା ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଅଧ୍ୟାପିକା ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ନୃତ୍ୟଗୁରୁ ଶ୍ରୀମତୀ ସ୍ନେହପ୍ରଭା ସାମନ୍ତରାୟ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗର ପ୍ରାକ୍ତନ ଉପଦେଷ୍ଟା ତଥା ଖ୍ୟାତନାମା ସମାଜସେବୀ ଶ୍ରୀମତୀ ସୁମିତ୍ରା ଜେନା ପ୍ରମୁଖ ଯୋଗଦେଇ  ବର୍ଣ୍ଣାଳୀ ନୃତ୍ୟୋତ୍ସବର ଶୁଭ ଉଦଘାଟନ ପୂର୍ବକ  ରୁଦ୍ରାକ୍ଷ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟ ପ୍ରତି ଅବଦାନକୁ ଭୂୟସୀ ପ୍ରଶଂସା କରିଥରଲେ।

ରୁଦ୍ରାକ୍ଷ ଫାଉଣ୍ଡେସନର ପ୍ରତିଷ୍ଠାତା ଗୁରୁ ଶ୍ରୀ  ସ୍ଵାଇଁଙ୍କର  ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ଏବଂ ଏ ଦିଗରେ ନୃତ୍ୟ ଶିଳ୍ପୀମାନଙ୍କୁ ଉତ୍ସାହିତ କରାଇବାରେ  ପ୍ରେରଣାର ଉତ୍ସ ହୋଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ  କରିଥିଲେ। ପ୍ରଥମ ଦିନ ଉତ୍ସବରେ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ଶ୍ରୀ ସତ୍ୟବାନ ସେଠୀ ଓ ତାଙ୍କ ସାଥିମାନଙ୍କ ଦ୍ୱାରା ବାଦ୍ୟଯନ୍ତ୍ର କାର‌୍ୟ୍ୟକ୍ରମ, ଯାହାର ନାମ ଥିଲା ମଲ୍ହାର।

ପରେ ଶ୍ରୀମତୀ ମିନାକ୍ଷୀ ରାଣୀ ଜେନା ଏକକ ଓଡ଼ିଶୀ ନୃତ୍ୟ, ଲିପ୍ସା ଶତପଥୀଙ୍କ ଗୀତଗୋବିନ୍ଦ, ସମ୍ରାଟ୍ ଦତ୍ତ ଓ ସାନ୍ତନୁ ରାୟଙ୍କ ଭାରତନାଟ୍ୟମ୍ (ଦଶ ମହାବିଦ୍ୟା), ଶ୍ରୀ ଋତ୍ୱିକ ଭଟ୍ଟାଚାର‌୍ୟ୍ୟଙ୍କ ଦ୍ଵାରା ଏକକ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ  ରୁଦ୍ରାକ୍ଷ ଫାଉଣ୍ଡେସନ୍ ତରଫରୁ ଦଳଗତ ଓଡ଼ିଶୀ ନୃତ୍ୟ ‘ଶାକ୍ୟ ମୁନି ବୁଦ୍ଧ’ ପରିବେଷଣ ପ୍ରେକ୍ଷାଳୟରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ‘ରୁଦ୍ରାକ୍ଷ’ର ସମ୍ପାଦକ ତଥା ସୁଦକ୍ଷ ମର୍ଦ୍ଦଳ ବାଦକ ଶ୍ରୀମାନ୍ ରୋହିତ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପ୍ରଥମ ଦିବସ ଉଦ୍ଘାଟନୀ କାର‌୍ୟ୍ୟକ୍ରମ ପରିଚାଳିତ ହୋଇଥିଲା।

ଦ୍ୱିତୀୟ ତଥା ଉଦଯାପନୀ ଦିବସର ମୁଖ୍ୟ ଆକର୍ଷଣ ଥିଲା ‘ସମୁଦ୍ର ମନ୍ଥନ’। ରୁଦ୍ରାକ୍ଷ ଫାଉଣ୍ଡେସନର ମୋଟ ୧୬ ଜଣ ବରିଷ୍ଠ ନୃତ୍ୟଶିଳ୍ପୀ ଏହାକୁ ମଞ୍ଚର ସୀମିତ ସ୍ଥାନରେ ଯେପରି ଅଦ୍ଭୁତ ସମନ୍ୱୟ ଏବଂ ପରିଚାଳନାର ସହିତ ପରିବେଷଣ କରିଥିଲେ, ତାହା     ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଉପସ୍ଥିତ ସମୀକ୍ଷକ ତଥା ଦର୍ଶକମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଏହି ନୃତ୍ୟାଭିନୟ ସପ୍ତମ ବର୍ଣ୍ଣାଳୀ ମହୋତ୍ସବର ସ୍ମୃତିକୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ ବୋଲି ପ୍ରକାଶ କହିଛନ୍ତି।

ଏଥିରେ ରହିଥିବା କାହାଣୀରେ ଦେବାସୁରଙ୍କ ମଧ୍ୟରେ ଯୁଦ୍ଧ, କ୍ଷୀରସାଗରର ମନ୍ଥନ, ମନ୍ଦର ପର୍ବତକୁ ଖୁଆ କରି ବାସୁକୀ ରଜ୍ଜୁ ପରି ଚାରିପଟେ ଟାଣିବା, ଭଗବାନ ଶିବ ପୃଥିବୀକୁ ବଞ୍ଚାଇବା ପାଇଁ ନିଜେ  ବିଷ ପିଇଥିବା, ଧନ୍ୱନ୍ତରୀ  ଅମୃତ ଭର୍ତ୍ତି ପାତ୍ର ଧରି ବାହାରକୁ ଆସିବା, ଭଗବାନ ବିଷ୍ଣୁ ମୋହିନୀ ରୂପ ଧରି ଅମୃତ ପରଷିବା ଏବଂ ଅସୁର ସ୍ୱରଭାନୁର ଏଥିରୁ କିଛି ପାଇବାରେ ସକ୍ଷମ ହେବା,  ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ତା’ର ମୁଣ୍ଡ କାଟିବା ଭଳି ଘଟଣାକୁ ସ୍ପଷ୍ଟ ଭାବରେ ଚିତ୍ରଣ କରାଯାଇଥିଲା।ଏହି ଦୃଶ୍ୟ ଦର୍ଶକମାନଙ୍କୁ ପାଇଁ ଅତ୍ୟନ୍ତ  ଆକର୍ଷଣୀୟ ଅନୁଭୂତି ଥିଲା ।

ସଂସ୍କୃତ ପଣ୍ଡିତ ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନାରେ ଏହି ଓଡ଼ିଶୀ  ନୃତ୍ୟାଭିନୟର ନିର୍ଦ୍ଦେଶନା ଦେଇଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ସଙ୍ଗୀତ ରଚନା କରିଥିଲେ ଗୁରୁ ରାମହରି ଦାସ ଏବଂ  ସହ-ରଚନା କରିଥିଲେ ଶ୍ରୀ ମାତୃପ୍ରସାଦ ଦାସ । ଏଥିରେ ପରିବେଷଣ କରିଥିବା ନୃତ୍ୟଶିଳ୍ପୀମାନେ ହେଲେ ଦୁଃଶାସନ ସାହୁ, ଦେବବ୍ରତ ବେହେରା, ମାନସ ରଞ୍ଜନ ସାହୁ, ସନ୍ତୋଷ ରାମ, ସମୀର କୁମାର ପାଣିଗ୍ରାହୀ, ସଞ୍ଜୀବ ଜେନା, ପ୍ରଶାନ୍ତ କୁଅଁର, ବିଶ୍ୱଜିତ ଜେନା, ବଶିଷ୍ଠ ଜେନା, ରୋଜି ସ୍ୱାଇଁ, ଟି. ତୁଲିକା ରେଡ୍ଡୀ, ସୁଚିସ୍ମିତା ସାହୁ, ଲୋପାମୁଦ୍ରା ସାହୁ, ପ୍ରହଲ୍ଲାଦ ସାହୁ, ଅଭିପ୍ସା ବିଶ୍ୱାଳ , ଅଞ୍ଜଳି ଦାଶ ଏବଂ ଲିପ୍ସା ଶତପଥୀ । ଅଭିଜିତ ବିଶ୍ୱାଳଙ୍କ ମଞ୍ଚରେ ଉଚ୍ଚକୋଟୀର ଆଲୋକ  ବିଚ୍ଛୁରଣ କୌଶଳ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ବେଶ୍ ସହାୟକ ହୋଇଥିଲା । ଦୁଇ ଦିନ ଧରି ସମସ୍ତ କାର‌୍ୟ୍ୟକ୍ରମରେ ଇଂ ଶ୍ରୀନିବାସ ଘଟୁଆରୀ  ମଂଚ ସଂଯୋଜନା କରିଥିଲେ ।

Odissi Odissi Festival ଓଡିଶୀ ନୃତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

October 21, 2025

ଦୀପାବଳିରେ 6 ଲକ୍ଷ କୋଟିର ବିକ୍ରୟ ରେକର୍ଡ, ସ୍ୱଦେଶୀ ଉତ୍ପାଦ ବାଛିଲେ 87% ଗ୍ରାହକ

October 21, 2025

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025

ବନ୍ଧୁତାର ହାତ ବଢାଇ ଭାରତକୁ ଝଟକା ଦେଲା ଚୀନ୍: ଏହି ମାମଲାରେ WTO କୁ କଲା ଅଭିଯୋଗ

October 21, 2025
Latest News

ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

October 21, 2025

ଦୀପାବଳିରେ 6 ଲକ୍ଷ କୋଟିର ବିକ୍ରୟ ରେକର୍ଡ, ସ୍ୱଦେଶୀ ଉତ୍ପାଦ ବାଛିଲେ 87% ଗ୍ରାହକ

October 21, 2025

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଭାରତୀୟ କମ୍ପାନୀଗୁଡ଼ିକର ବଢିବ ସଙ୍କଟ: ମୁଡିଜ୍ ର ଚେତାବନୀ

October 21, 2025

ଏସିଆ କପ୍ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିସିସିଆଇ ପ୍ରସ୍ତୁତ

October 21, 2025

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.