Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଡ ଘଟଣାରେ ଆମ୍ ଆଦ୍‌ମୀ ପାର୍ଟି କହିଲା ଏହି ୬ଟି କଥା
ରାଜ୍ୟ ଖବର

କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଡ ଘଟଣାରେ ଆମ୍ ଆଦ୍‌ମୀ ପାର୍ଟି କହିଲା ଏହି ୬ଟି କଥା

February 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କର୍ମଚାରୀଙ୍କ ମାଡ ଘଟଣାର ଆମ୍ ଆଦ୍‌ମୀ ପାର୍ଟି କହିଲା ଏପରି କଥା

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମର ଆଲୁଅ ପ୍ରସଙ୍ଗଟି ମନରୁ ନ ଲିଭୁଣୁ କିଟ୍ କର୍ତ୍ତୃପକ୍ଷଙ୍କର ନେପାଳୀ ଛାତ୍ର ଛାତ୍ରୀଙ୍କ ପ୍ରତି ବର୍ବରୋଚିତ ଆକ୍ରମଣର ଘଟଣା ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଅପଯଶ ମୁଣ୍ଡାଇବାକୁ ବାଧ୍ୟ କରିଛି। ରାଜ୍ୟ ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ଠାରୁ ଏଭଳି ଅସମ୍ବେଦନଶୀଳ ପ୍ରସଙ୍ଗରୁ କିଛି ସଙ୍ଗୀନ ପ୍ରଶ୍ନର ଉତ୍ତର  ଆମ୍ ଆଦମୀ ପାର୍ଟି ଦାବୀ କରିଛି। ତାହା ହେଲା

୧-  ଛାତ୍ରୀ ଜଣକ ପୂର୍ବରୁ IROଙ୍କୁ ପୁରୁଷ ବଂଧୁଙ୍କ ଦ୍ବାରା ଅତ୍ୟାଚାରିତ ହେଉଥିବାର ଅଭିଯୋଗ ବାରମ୍ବାର କରିଥିଲେ ସୁଦ୍ଧା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେଉଁ ବାଧ୍ୟ ବାଧକତା ଯୋଗୁଁ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବାରୁ ବିରତ ରହିଲେ ?

୨-  ପୁରୁଷ ବନ୍ଧୁଙ୍କ ସହ କୌଣସି ବିବାଦରୁ ଅନ୍ୟ କୌଣସି ବୃହତ୍ କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ଚୟନ କରିବାକୁ ବାଧ୍ୟ ହୋଇଥିଲେ ?

୩- ଛାତ୍ରୀଙ୍କ ମର ଶରୀରକୁ ସହପାଠୀଙ୍କୁ ଅନ୍ତତଃ ପକ୍ଷେ ଶେଷ ଦର୍ଶନ ପାଇଁ ଅନୁମତି ଦେବାରେ କେଉଁ ବଡ଼ କାରଣ ବାଧକ ସାଜିଥିଲା ?

୪- ପୋଲିସ୍ ବଦଳରେ ସୁରକ୍ଷା କର୍ମଚାରୀଙ୍କ ଦ୍ବାରା ନେପାଳୀ ଛାତ୍ରଙ୍କୁ ବର୍ବରୋଚିତ ଆକ୍ରମଣ କରି କାହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲେ କିଟ୍ କର୍ତ୍ତୃପକ୍ଷ ?

୫- ଯଦି ପୋଲିସ୍ ଓ କର୍ତ୍ତୃପକ୍ଷଙ୍କ ଅନୁସାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲା ତେବେ କେଉଁ କାରଣରୁ ନିରୀହ ଛାତ୍ର ଛାତ୍ରୀଙ୍କୁ ଜୋର୍ ଜବରଦସ୍ତି କ୍ୟାମ୍ପସ ଖାଲି କରାଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ବାଧ୍ୟ କରାଯାଇଥିଲା ?

୬- ଭୁବନେଶ୍ୱର ରେଳ ଷ୍ଟେସନଟି ଅନତିଦୂରରେ ଥିଲେ ସୁଦ୍ଧା କେଉଁ କାରଣରୁ  ବିନା ଟିକେଟ, ବିନା ଖାଦ୍ୟ ଓ ବିନା ଆର୍ଥିକ ସହାୟତାରେ ଛାତ୍ର ଛାତ୍ରୀଙ୍କୁ ସୁଦୂର କଟକ ରେଳ ଷ୍ଟେସନକୁ ପଠାଇ ଦିଆଯାଇଥିଲା?

ସରକାରୀ ଶିକ୍ଷାନୁଷ୍ଠାନର ମାନକୁ ଗୌଣ କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରାଧାନ୍ୟ ଦେବା ଓ ସେମାନଙ୍କର ଚାପର ବଶବର୍ତ୍ତୀ ହୋଇ ରାଜ୍ୟ ସରକାର ନିଜ ଦାୟିତ୍ୱ ନିର୍ବାହ କରିବାରେ ଅକ୍ଷମତା ପ୍ରକାଶ କରୁଥିବାର ନଜିର କେବଳ ଏହି ଘଟଣା ନୁହେଁ ଅତୀତରେ ଅନେକ ଘଟଣାକ୍ରମରେ ପ୍ରମାଣିତ ହୋଇ ସାରିଛି।

ଏକ ସଦିଚ୍ଛା ଓ ନିର୍ଭୟ ବାତାବରଣ ମଧ୍ୟରେ ସମସ୍ତ ନେପାଳୀ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଇବାର ସୁବନ୍ଦୋବସ୍ତ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଆମ୍ ଆଦମୀ ପାର୍ଟି ଦାବୀ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପ୍ରବକ୍ତା ଶ୍ରୀ ଲଳିତ ମୋହନ ଦାଶ ଅଧିକାରୀ, ରାଜ୍ୟ ସଙ୍ଗଠନ ସଂପାଦକ ଶ୍ରୀ ସନ୍ଦୀପ୍ତ ଦାସ୍, ପ୍ରବକ୍ତା ଶ୍ରୀମତୀ ସସ୍ମିତା ହୋତା,ପ୍ରବକ୍ତା ଶ୍ରୀ ସୁନୀଲ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

kiit କିଟ୍ ବିଶ୍ବବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026
Latest News

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.