Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଗରିବ ପିଲାଙ୍କ ଘରୋଇ ସ୍କୁଲରେ ଆଡ଼ମିସନ ପୋର୍ଟାଲ ଖୋଲିବା ଦାବୀରେ ଅଭିଭାବକ ମହାସଂଘର ଅନଶନ
ରାଜ୍ୟ ଖବର

ଗରିବ ପିଲାଙ୍କ ଘରୋଇ ସ୍କୁଲରେ ଆଡ଼ମିସନ ପୋର୍ଟାଲ ଖୋଲିବା ଦାବୀରେ ଅଭିଭାବକ ମହାସଂଘର ଅନଶନ

March 11, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
School
ଗରିବ ପିଲାଙ୍କ ଘରୋଇ ସ୍କୁଲରେ ଆଡ଼ମିସନ ପୋର୍ଟାଲ ଖୋଲିବା ଦାବୀରେ ଅଭିଭାବକ ମହାସଂଘର ଅନଶନ

ଭୁବନେଶ୍ୱର: ଆର୍ଥିକ ଦୁର୍ବଳବା ଗରିବ ପିଲା ପ୍ରାଇଭେଟ ସ୍କୁଲରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲ ଆବେଦନ ପ୍ରକ୍ରିୟାକୁ ପ୍ରାଇଭେଟ ସ୍କୁଲଙ୍କୁ କେଳେଙ୍କାରୀ ପାଇଁ ପ୍ରୋତ୍ସାହନ ଦେବାକୁ ସମ୍ପୂର୍ଣ ପ୍ରକ୍ରିୟା ଏକ ମାସ ଘୁଞ୍ଚାଇ ଦେବା ଘଟଣାରେ ଅନେକ ଘୋଟଲା ରହିଛି ବୋଲି ଅଭିଯୋଗ କରି ଓଡିଶା ଅଭିଭାବକ ମହାସଂଘ ତୁରନ୍ତ ପୋର୍ଟାଲ ଖୋଲି ପିଲାଙ୍କ ପଞ୍ଜିକରଣ ଦାବୀ କରି ଆଜି ଆମରଣ ଅନଶନରେ ବସିଥିଲା।

ସଂଶୋଧିତ ମାର୍ଗଦର୍ଶିକା ରେ ନିରୀହ, ଗରିବ ଓ ଅଶିକ୍ଷିତ ଆର୍ଥିକ ଦୁର୍ବଳ ବା ଗରିବ ଶ୍ରେଣୀର ଅଭିଭାବକ ନିଜର ପିଲାର ଆବେଦନ ପାଇଁ 17 ସତର ଦିନ ସମୟ ଦିଆଯାଇଥିବା ବେଳେ ଧନୀ ବା ବିତ୍ତଶାଳୀ ଉଚ ଶିକ୍ଷିତ ପ୍ରାଇଭେଟ ମ୍ୟାନେଜମେଣ୍ଟ ସ୍କୁଲ ଙ୍କୁ ପୋର୍ଟାଲ ରେ ପଞ୍ଜିକରଣ ପାଇଁ ସତୁରି 70 ଦିନ ସମୟ ଦିଆଯାଇଛି l ପ୍ରଥମ ପର୍ଯ୍ୟାୟ ଆବେଦନରେ ଜାନୁଆରୀ 22 ରୁ ଫେବୃଆରୀରୁ 28 ପର୍ଯ୍ୟନ୍ତ ସ୍କୁଲ ମାନଙ୍କ ପଞ୍ଜିକରଣ କାଗଜ ପତ୍ର ଯାଞ୍ଚ ଥିଲା l ମାର୍ଚ୍ଚ 1 ତାରିଖରୁ ପିଲାଙ୍କ ପ୍ରଥମ ପର୍ଯ୍ୟାୟ ଆବେଦନ ସହ କାଗଜ ପତ୍ର ଯାଞ୍ଚ ଓ ଲଟେରୀ ଉଠାଣ ପରେ ମାର୍ଚ୍ଚ 29 ରୁ ଏପ୍ରିଲ 10 ମଧ୍ୟରେ ନାମଲେଖା ହୋଇ ଥାନ୍ତା।

ପରବର୍ତୀ ପର୍ଯ୍ୟାୟରେ ଆବେଦନ ସହ ପିଲାମାନେ ମେ 1 ତାରିଖ ସୁଦ୍ଧା ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଓ ମେ 15 ସୁଦ୍ଧା ଅନ୍ତିମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ବ୍ୟବସ୍ଥା ଥିଲା। ନୂତନ ମାର୍ଗ ଦର୍ଶିକା ରେ ପ୍ରାଇଭେଟ ସ୍କୁଲ ରେଜିଷ୍ଟ୍ରେସନ ମାର୍ଚ୍ଚ 1ରୁ 31 ପର୍ଯ୍ୟନ୍ତ ବଢ଼ାଯାଇଛି। ତେଣୁ ଜାନୁଆରୀ 22 ରୁ ମାର୍ଚ୍ଚ 31 ପାଖାପାଖି 70 ଦିନ ମହଲତ ମିଳିଲା। ନିରୀହ ଅଭିଭାବକ ପାଇଁ ଆବେଦନ ଏପ୍ରିଲ 3 ରୁ 20 ଅର୍ଥାତ 17 ଦିନ ମିଳିଲା। ଶିକ୍ଷା ବିଭାଗର ଶିକ୍ଷା ବର୍ଷ ଏପ୍ରିଲ 1 ରୁ ଆରମ୍ଭ ହୋଇ ଯାଉଛି। ପୂର୍ବ ନିର୍ଦେଶନାମ ରେ ଏହି ପିଲାମାନେ ଟିକେ ଡେରିରେ ହେଲେ ବି ଏହି ଶିକ୍ଷା ବର୍ଷ ଆରମ୍ଭ ରୁ ଗ୍ରୀଷ୍ମ ଛୁଟି ଭିତରେ ପାଠ ପଢିଥାନ୍ତେ l l ନୂତନ ପ୍ରକ୍ରିୟାରେ ପିଲାମାନେ ଆଡ଼ମିସନ ସାରିବାକୁ ଜୁନ ଶେଷ ହୋଇ ଯିବ।

ପିଲାଙ୍କ ତିନି ମାସ ସମୟ ବାରବାଦ ହେବ। ପ୍ରକ୍ରିୟା ଯେତିକି ବିଳମ୍ବ ହେବ ପ୍ରାଇଭେଟ ସ୍କୁଲ ମାନେ ତାର ସୁଯୋଗ ନେଇ ପିଲାଙ୍କୁ ଆଡ଼ମିସନ କରାଇନେବେ। ଅଭିଭାବକ ମାନେ ମଧ୍ୟ୍ୟ ଅପେକ୍ଷା ନ କରି ବାଧ୍ୟ ହୋଇ ନାମ ଲେଖେଇବାପାଇଁ ନିକଟରେ ଠିକା ଛୋଟ ସ୍କୁଲକୁ ବାଛିବେ, ଫିସ ଦେବାକୁ ବାଧ୍ୟ୍ୟ ହେବେ। କାହିଁକି ଏ ପାରଦର୍ଶୀ ପୋର୍ଟାଲ ଓ କାହାପାଇଁ ? ପ୍ରାଇଭେଟ ସ୍କୁଲ ସ୍ୱାର୍ଥ ରେ ନା ଗରିବ ପିଲା ବା ଅଭିଭାବକ। ଯେହେତୁ ସ୍କୁଲ ମାନେ ସ୍ୱୀକୃତି ତିନି ବର୍ଷରୁ ପାଞ୍ଚ ବର୍ଷ ପାଇଁ ପାଇଥାନ୍ତି ଓ ସେମାନେ ପୋର୍ଟାଲ ମାଧ୍ୟମରେ ପୂର୍ବରୁ ବର୍ଷ ବର୍ଷ ଧରି ପିଲାଙ୍କୁ ମଧ୍ୟ ଆର ଟି ଇ କୋଟା ରେ ପାଠ ପଢାଉ ଛନ୍ତି। ସେମାନଙ୍କୁ ପୁଣି ଏପରି ପଞ୍ଜିକରଣ ଆବଶ୍ୟକ କଣ।

କେବଳ ସମୟ ଅତିବାହିତ କରି ସ୍କୁଲ ମାନଙ୍କୁ ସୁଯୋଗ ଦେବା ପାଇଁ ବିଭାଗ କାମ କରୁଛି l ସ୍କୁଲ ମାନେ କଣ ଉଠା ଦୋକାନ ନା ବ୍ୟବସାୟ ପ୍ରତିଷ୍ଠାନ କରିଛନ୍ତି, ଅଧାରୁ ବନ୍ଦ କରି ପଳେଇବେ l ଯଦି ପଳେଇବେ ବିଭାଗ କଣ ଖାଲି ବସିବ, ଯେଉଁ ପିଲା ଶିକ୍ଷା ଅଧିକାର ଆଇନ ଅନୁସାରେ ପଢୁଛନ୍ତି ସେମାନେ କୁଆଡେ ଯିବେ, ସେକଥା କାହିଁ କହୁନାହାନ୍ତି।

ତେଣୁ ପ୍ରତିବର୍ଷ ସ୍କୁଲ ରେଜିଷ୍ଟ୍ରେସନର କଣ ଆବଶ୍ୟକ ରହିଛି ବା ଏଇ ପ୍ରହସନ ବନ୍ଦ କରିବl ସହ ଯେଉଁ ସ୍କୁଲ ପିଲାଙ୍କୁ ଆଗରୁ ନେଇଛି ସେସବୁ ସ୍କୁଲ ନାମ ଲେଖନ୍ତୁ ଓ ପୋର୍ଟାଲରେ ପଞ୍ଜିକରଣ କରନ୍ତୁ, ନଚେତ ସେ ପିଲାଙ୍କ ପଢ଼ା ବନ୍ଦ ହୋଇଯିବ ଏପରି ଆଶଙ୍କା କରିଓଡିଶା ଅଭିଭାବକ ମହାସଂଘ ଆମରଣ ଅନଶନ ରେ ବସିଛି। ଅଭିଭାବକ ମଧ୍ୟ ଗତବର୍ଷ ବିଭାଗର ତ୍ରୁଟି ଯୋଗୁ ଆଡ଼ମିସନ କରିନପାରି ହଇରାଣ ହୋଇଥିଲେ।

ଅସାଧୁ ବା ମୁନଫା ମନୋଭାବ ଥିବା ଅଫିସର ମାନଙ୍କ ଯୋଗୁ ଏହି ଯୋଜନା ବାଟବଣା ହେବାକୁ ଯାଉଛି l ଗରିବ ପିଲାମାନେ ସଠିକ ସ୍କୁଲ ଓ ସଠିକ ସମୟରେ ଆଡ଼ମିସନ ପାଇବାରୁ ବଂଚିତ ହେଉଛନ୍ତି l ଏହି ଯୋଜନାରେ ଆବେଦନ କରୁଥିବା ଅଭିଭାବକର କମ ଶିକ୍ଷାଗତ ଯୋଗ୍ୟତା, ଅନ ଲାଇନରେ ଆବେଦନ ପ୍ରକ୍ରିୟା ଜ୍ଞାନର ଅଭାବ , ସମସ୍ତ ଆବଶ୍ୟକ ଦସ୍ତାବିଜ ଯୋଗାଡ଼ ପାଇଁ ପର୍ଯ୍ୟାପ୍ତ ସମୟର ଆବଶ୍ୟକତା, କିଛି କ୍ଷେତ୍ରରେ ଉପାନ୍ତ ଅଂଚଳରେ ଗାଁ ଠାରୁ ବି ଇ ଓ ଅଫିସ, ତହସିଲର ଦୂରତା ପାଖାପାଖି 100 କିମି ରହିଛି l ତେଣୁ ତୁରନ୍ତ ପୋର୍ଟାଲ ଖୋଲି ରେଜିଷ୍ଟ୍ରେସନ ଆରମ୍ଭ ହେଵା ଦରକାର।

ଆଜି ତିନି ଶହ ରୁ ଉର୍ଦ୍ଧ ଅଭିଭାବକ ଆମରଣ ଅନଶନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମହାସଂଘ ପ୍ରସ୍ତାବରେ ବିଭାଗର ସକାରାତ୍ମକ ପ୍ରତିକ୍ରିୟା ନମିଳିବାରୁ ଆମରଣ ଅନଶନ ଜାରି ରହିଛି। ଏନ ଏଚ ଆର ସି କୋର ମେମ୍ବର ମନୋଜ ଜେନା ଧାରଣା ସ୍ଥଳ କୁ ଆସି ସମର୍ଥନ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ସଭାପତି ବାସୁଦେବ ଭଟ୍ଟ,କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ,ମହାଶଚିବ ଅଶୋକ ପାଇକରାୟ, ସତ୍ୟବ୍ରତ ପରିଜା,, ପଦ୍ମନାଭ ସାହୁ , ସଦାନନ୍ଦ,ଗଣ୍ଡ, ମୀନାରାଣୀ ଦାସ, ମିଲି ସାହୁ, ତପନ ରାଉତରାୟ,ପ୍ରଫୁଲ୍ଲ ବଡ଼ସେଟ, ଆସିତା ମହାନ୍ତି, ସୁନିତା ରେଡି।

private school school ଘରୋଇ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

କମୁନି ପିଲାଙ୍କ ବସ୍ତାନି ବୋଝ, ପୁଣି ଜାରି ହେଲା ନିର୍ଦ୍ଦେଶନାମା: ସ୍କୁଲରେ ଯାଞ୍ଚ କଡ଼ାକଡ଼ି କଲେ ବାଣପୁର ବିଇଓ

July 29, 2025

ବାବୁଙ୍କ ନାମରେ ରହିଛି ୧୩ ଟି ପ୍ଲଟ, ୨ଟି ଫ୍ଲାଟ, ରାଜଧାନୀର ଦାମୀ ସ୍ଥାନରେ ରହିଛି ୨ ଟି ମଲ

July 29, 2025

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଢେଇ?: ବାଜିରେ ସେମିଫାଇନାଲ୍ ଟିକେଟ୍; ଜାଣନ୍ତୁ ପ୍ଲେଇଂ-୧୧

July 29, 2025

ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବୟାନକୁ ନେଇ ବିବାଦ, ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର କହିଲେ ଏହି ବଡ଼ କଥା

July 29, 2025
Latest News

କମୁନି ପିଲାଙ୍କ ବସ୍ତାନି ବୋଝ, ପୁଣି ଜାରି ହେଲା ନିର୍ଦ୍ଦେଶନାମା: ସ୍କୁଲରେ ଯାଞ୍ଚ କଡ଼ାକଡ଼ି କଲେ ବାଣପୁର ବିଇଓ

July 29, 2025

ବାବୁଙ୍କ ନାମରେ ରହିଛି ୧୩ ଟି ପ୍ଲଟ, ୨ଟି ଫ୍ଲାଟ, ରାଜଧାନୀର ଦାମୀ ସ୍ଥାନରେ ରହିଛି ୨ ଟି ମଲ

July 29, 2025

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଢେଇ?: ବାଜିରେ ସେମିଫାଇନାଲ୍ ଟିକେଟ୍; ଜାଣନ୍ତୁ ପ୍ଲେଇଂ-୧୧

July 29, 2025

ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବୟାନକୁ ନେଇ ବିବାଦ, ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର କହିଲେ ଏହି ବଡ଼ କଥା

July 29, 2025

Jio PC: ଆସିଲା ରିଲାଏନ୍ସର ‘ଜିଓ-ପିସି’: ନିଜ ଘରର ଟିଭି ସ୍କ୍ରିନକୁ କରନ୍ତୁ ଏଆଇ କଂପୁଟର, ଜାଣନ୍ତୁ କେତେ ଅଛି ଦାମ୍

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.