Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କଲେ ଜିଲ୍ଲାପାଳ, ଜାଣନ୍ତୁ କେତେବେଳେ ହେବ ଖୋଲା

ଖୋର୍ଦ୍ଧା: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି। ସକାଳୁ ମଧ୍ୟ ବାହାରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ଗତକାଲି ଭୁବନେଶ୍ବରର ତାପମାତ୍ର ସର୍ବାଧିକ ଥିଲା। ଏହା 43 ଡିଗ୍ରୀ ଛୁଇଁଥିଲା। ଯାହା ପୁରା ଏସିଆ ମହାଦେଶର ଷଷ୍ଠତମ ଗରମ ସହର ଭାବେ ପରିଲକ୍ଷିତ ହୋଇଛି।

ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ,  “ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।”

Categories
ଆଜିର ଖବର ରାଜ୍ୟ ଖବର

ଅଣ୍ଡା ଦର ୮ ଟଙ୍କା, ତେଲ ଓ ଡାଲି ଦର କମୁନି, ମଧ୍ୟାହ୍ନ ଭୋଜନ ଯୋଗାଣରେ ପୃଷ୍ଟି ଆସିବ କେଉଁଠୁ?

ବେଗୁନିଆପଡ଼ା: (ଟୁକୁନା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ କେବଳ ଚାଉଳ ଯୋଗାଇ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟକୁ ଦାୟିତ୍ଵ ଦିଆଯାଇଛି। ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡ ପିଛା ୫.୯୦ ଟଙ୍କା ଆସୁଥିବା ବେଳେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଈଁ ୮.୮୧ ଟଙ୍କା ଆସୁଛି। ବର୍ତ୍ତମାନ ସ୍ଥିତିରେ ଅଣ୍ଡା ପ୍ରତି ୮ ଟଙ୍କା ଦର ଥିବା ବେଳେ ସରକାର ଦେଉଛନ୍ତି ୫ ଟଙ୍କା। ତା ସହିତ ସେହିଦିନ ତରକାରୀ କରି ଦେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଅଛି। ସେପଟେ ଡାଲି ଓ ତେଲ ଦର ଅଧିକା ଥିବା ବେଳେ ରସୁଣ ଦର ୨୫୦ ଟଙ୍କା ଓ ଅଦା ଦର ୧୫୦ଟଙ୍କା ରହିଛି। ଯାହାକୁ ନେଇ ବିଦ୍ୟାଳୟରେ ଶିକ୍ଷକ ହୁଅନ୍ତୁ କିମ୍ବା ଏସ ଏଚ ଜି ପରିଚାଳନା ପାଇଁ ଚିନ୍ତାରେ ଅଛନ୍ତି।

ବେଗୁନିଆପଡ଼ା ବ୍ଲକରେ ୧୪୦ ରୁ ଅଧିକା ବିଦ୍ୟାଳୟ ଥିବା ବେଳେ ଏହି ପ୍ରକାର ଅବ୍ୟବସ୍ଥାରେ ସମସ୍ତେ ସନ୍ତୁଳିତ। ପିଲାଙ୍କୁ ପୃଷ୍ଟିସାର ଦେବା ପାଇଁ ଶିକ୍ଷକ ଚେଷ୍ଟା କରୁଥିବା ବେଳେ ଖର୍ଚ୍ଚ ଅଧିକା ଯୋଗୁଁ ସେ ଅନ୍ୟ କିଛି ପନ୍ଥା ପାଇପାରୁ ନାହାନ୍ତି। ସେପଟେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଆଗରୁ ଅର୍ଥ ବରାଦ ନକରି ୩ ମାସ ପରେ ଅର୍ଥ ଆସୁଥିବା ଯୋଗୁଁ ଏହା ପରିଚାଳନା ପାଈଁ ଉଦ୍ଧାର କରି ୩ ମାସ ପରେ ବକେୟା ପରିଶୋଧ କରୁଛନ୍ତି। ଏଣୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ଅଧିକା ଅର୍ଥ ବରାଦ କରିବା ସହ ନିୟମିତ ଭାବେ ଅର୍ଥ ବରାଦ କରି ଦର ବୃଦ୍ଧିକୁ ଆଖି ଆଗରେ ରଖି ସରକାର ପିଲାଙ୍କ ମୁଣ୍ଡ ପିଛା ଦର ବୃଦ୍ଧି କରିବା ଆବଶ୍ୟକ ହୋଇପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟମାନଙ୍କୁ ପ୍ରଦାନ କରାଗଲା ଜମିପଟ୍ଟା

ଭୁବନେଶ୍ୱର: ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୫୦ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ୫୬ଟି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ମୋଟ ୧୦୬ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ କରାଯାଇଛି ।

ଏହି ଅବସରରେ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବହୁଦିନର ଦାବିକୁ ବିଚାରକୁ ନେଇ ସରକାର ବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରିଛନ୍ତି।

ଏହାଦ୍ୱାରା ବିଦ୍ୟାଳୟ ଜମିକୁ ନେଇ ଥିବା ବିବାଦ ସମାଧାନ ହୋଇପାରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ସେହିଭଳି ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ତଥା ଖୋର୍ଦ୍ଧା ଜିଲ୍ଲା ଆମ ଓଡିଶା ନବୀନ ଓଡିଶା ଉପଦେଷ୍ଟା ଶ୍ରୀମତୀ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇ ସରକାରଙ୍କ ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।

ବିଦ୍ୟାଳୟ ଗୁଡିକର ନିଜସ୍ୱ ପଟ୍ଟା ଦ୍ୱାରା ଆବଶ୍ୟକୀୟ ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହାସଲ ହୋଇପାରିବ। ତ୍ୱରିତ ସେବା ପ୍ରଦାନରେ ବିଭିନ୍ନ ସଂସ୍ଥା ଗୁଡିକୁ କୌଣସି ସମସ୍ୟା ହେବ ନାହିଁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ବିଦ୍ୟାଳୟ ପଟ୍ଟା ଗ୍ରହଣ କରିବା ସହ ଖୁସିବ୍ୟକ୍ତ କରିଥିଲେ ।

ଏହି ଅବସରରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଭୁବନେଶ୍ୱର ତହସିଲଦାର ଶ୍ରୀ ମାନସ କୁମାର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ପ୍ରଜ୍ଞା ପାରମିତା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର

ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ବର: ଶୈକ୍ଷିକ ଉନ୍ନତି ପାଇଁ ପରୀକ୍ଷା କେବଳ ଏକ ପ୍ରକ୍ରିୟା। ଏଥିପାଇଁ ଛାତ୍ରଛାତ୍ରୀମାନେ ମାନସିକ ଭାବରେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଏଦିଗରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସେମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବା ସହ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଦରକାର।

ଓସେପାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌. ଯୋଗଦେଇ ଏହି ମତବ୍ୟକ୍ତ କରିଛନ୍ତି।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲାମାନେ କିଭଳି ଚାପମୁକ୍ତ ରହି ପରୀକ୍ଷା ପ୍ରସ୍ତୁତି କରିବେ ସେ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଅଧ୍ୟକ୍ଷତା କରି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଏସ୍‌. ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀମତୀ ଏସ୍‌. ସୂଚନା ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍‌ ଓସେପାର ବିଦ୍ୟା ସମୀକ୍ଷା କେନ୍ଦ୍ରରେ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ତରଫରୁ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବ ବୋଲି କହିଥିଲେ।

ଏହି କର୍ମଶାଳାରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହାଙ୍କ ସମେତ ମୋ ସ୍କୁଲ ଅଭିଯାନ, ୟୁନିସେଫ୍‌, ୟୁଏନ୍‌ଏଫ୍‌ପିଏର କର୍ମକର୍ତ୍ତା, ବିଭିନ୍ନ ସେ୍ୱଚ୍ଛାସେବୀ ସଂଗଠନର ଅଧିକାରୀ ଏବଂ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଲୋଚନାର ମୁଖ୍ୟ ଉଲ୍ଲେଖ୍ୟ ଥିଲା, ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ପ୍ରତି ଥିବା ଚିନ୍ତା ଦୂର କରିବା ପାଇଁ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଭିଭାବକମାନେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଚାପ ଦେବା ଉଚିତ ନୁହେଁ। ସେମାନଙ୍କ ସମସ୍ୟାକୁ ବୁଝି ସେମାନଙ୍କ ମନରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ପ୍ରୟାସ କରିବା ଦରକାର।

ସେହିଭଳି ବିଦ୍ୟାଳୟରେ ଶିକ୍ଷକମାନେ ନିର୍ଦ୍ଦିଷ୍ଟ ସମୟରେ ପାଠ୍ୟକ୍ରମ ସମାପ୍ତ କରି ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରତି ଦୃଷ୍ଟି ଦେବା ଦରକାର। ଛାତ୍ରଛାତ୍ରୀମାନେ ମଧ୍ୟ ମନରେ କୌଣସି ଭୟ ନରଖି ନିଜ ସମସ୍ୟାକୁ ଅଭିଭାବକ କିମ୍ବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିବା ଉଚିତ। ଏହାଦ୍ୱାରା ସେମାନେ ଚାପମୁକ୍ତ ରହିପାରିବେ ବୋଲି ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ।

ଏହି ଆଲୋଚନାକୁ ଭିତ୍ତିକରି ଏକ କାର୍ଯ୍ୟପନ୍ଥା ତିଆରି ହେବ। ଏହି କାର୍ଯ୍ୟପନ୍ଥା ଅନୁସାରେ ଆସନ୍ତା ଫେବୃଆରୀ ମାସରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସେଲ୍‌ ସକ୍ରିୟ ରହିବା ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ଭିତରେ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍କୁଲରେ ନିଆଗଲା ଅଭିନବ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି। ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଭାରତୀୟ ହକିଦଳର ସଫଳତାର କାହାଣୀ କୁହାଯାଇଛି। ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ପରାକାଷ୍ଠା ଓ ବିଜୟ କାହାଣୀକୁ ଉତ୍ସାହର ସହ ଶୁଣିଥିଲେ।

ଚୀନରେ ଭାରତୀୟ ପୁରୁଷ ହକିଦଳ ‘ହ୍ୱାଙ୍ଗଝୋ ଏସିଆ କ୍ରୀଡ଼ା’ରେ ସ୍ୱର୍ଣ୍ଣ ପଦକ ଜିତି, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ଏହା ଚତୁର୍ଥ ସ୍ୱର୍ଣ୍ଣ ପଦକ। ସ୍ୱର୍ଣ୍ଣ ବିଜୟୀ ଭାରତ ଦଳ ପକ୍ଷରୁ ଏକମାତ୍ର ଓଡି଼ଆ ଖେଳାଳି ଭାବେ ଅମିତ ରୋହିଦାସ୍ ପ୍ରତିନିଧିତ୍ୱ କରିଥିଲେ।

ଏହି ଜୟଗାଥାର କାହାଣୀ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ପହଁଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଶିକ୍ଷକ-ଶିକ୍ଷୟିତ୍ରୀ ହକିର ଏ ସଫଳତାରେ ଓଡି଼ଶାର ଅବଦାନ ସମ୍ପର୍କରେ ପିଲାମାନଙ୍କୁ ବିସ୍ତୃତ ଭାବରେ କହିଥିଲେ।

ଆମ ରାଜ୍ୟର ହକି ତାରକା ଦିଲ୍ଲୀପ୍ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ୍‌, ନୀଲମ୍ ସଞ୍ଜୀବ୍ ଖେସ୍‌, ସୁଭଦ୍ରା ପ୍ରଧାନ, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌ଙ୍କ ପରି ଅନେକ ହକି କ୍ରୀଡ଼ାବିତ୍‌ଙ୍କ ସମ୍ପର୍କରେ କୁହାଯାଇ ଛାତ୍ରଛାତ୍ରୀମାନଙ୍କ ମନରେ ହକି ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥିଲା। ଫଳରେ ସେମାନଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିଛି।

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସ୍କୁଲ ଶିକ୍ଷାରେ କ୍ରୀଡ଼ାର ଗୁରୁତ୍ୱକୁ ଉପଲବ୍ଧି କରି ଓଡି଼ଶାରେ ୫-ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ାକୁ ପ୍ରାଥମିକତା ଦିଆଯାଉଛି। ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲରେ ହକି, ଟେନିସ୍‌, ଫୁଟବଲ୍‌, ବାସ୍କେଟ୍‌ବଲ୍ ସହ ପାରମ୍ପରିକ କ୍ରୀଡ଼ା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଉପକରଣ ଯୋଗାଇ ଦିଆଯାଇଛି।

ଆକର୍ଷଣୀୟ ଖେଳପଡି଼ଆ ସହ ଇଣ୍ଡୋର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଓ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି। ହକିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ‘ମୋ ସ୍କୁଲ ହକି କ୍ଲବ୍‌’ କାର୍ଯ୍ୟ କରୁଛି। ସ୍କୁଲସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡ଼ାବିତ୍ କରି ଗଢ଼ିତୋଳିବାରେ ଏହି କ୍ଲବ୍ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଷଷ୍ଠ ଶ୍ରେଣୀରୁ ଉର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କ୍ଲବ୍‌ରେ ଅଂଶଗ୍ରହଣ କରି ହକି ଖେଳୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଅଧାରୁ ପାଠ ଛାଡିଥିବା ପିଲା ମୁକ୍ତ ବିଦ୍ୟାଳୟରେ କରିବେ ମାଗଣା ନାମଲେଖା,ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍‌ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍‌ଆଇଓଏସ୍‌)ରେ ଜୁଲାଇ ଶେଷ ସପ୍ତାହରୁ ଏହି ମାଗଣା ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

ବର୍ତ୍ତମାନ ସୁଦ୍ଧା ୯୬୦୦ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖି ସାରିଲେଣି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏସ୍‌ଆଇଓଏସ୍‌ ମାଗଣା ନାମଲେଖା ପ୍ରକ୍ରିୟା ଶେଷ ହେବ।ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖି ନାହାନ୍ତି ୩୧ ତାରିଖ ମଧ୍ୟରେ ମାଗଣାରେ ନାମ ଲେଖିପାରିବେ।

ରାଜ୍ୟରେ ଅଧାରୁ ପାଠଛାଡିଥିବା ୩୯୨୫ ଏବଂ ଅନୁପସ୍ଥିତ ଥିବା ୧୦,୮୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ମାଗଣା ନାମଲେଖା ଚାଲିଛି। ଏହି ପର୍ଯ୍ୟାୟରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳିବା ସହ କୌଣସି ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ଏହାସହ ଛାତ୍ରଛାତ୍ରୀମାନେ ବିନା କୌଣସି ଶୁÂରେ ପରୀକ୍ଷା ମଧ୍ୟ ଦେବେ।

ଏସ୍‌ଆଇଓଏସ୍‌ରେ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ, ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ନାମଲେଖା ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି। ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପମୁ ଆସି ସୁବିଧାରେ ନାମ ଲେଖାଇପାରୁଛନ୍ତି।

ଏହା ସହ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଘର ଯାଇ କାଉନ୍ସେଲିଂ କରୁଛନ୍ତି। ରାଜ୍ୟ ବାହାରେ ଥିବା ପିଲାମାନେ ଯେପରି ନାମ ଲେଖିପାରିବେ, ସେଥିପାଇଁ ଶିକ୍ଷକମାନେ ତାଙ୍କୁ ମୋବାଇଲ୍‌ ମାଧ୍ୟମରେ ଯୋଗାଯୋଗ କରି ନାମ ଲେଖାଇବାକୁ ବୁଝାଉଛନ୍ତି। ଅଧିକ ସଚେତନତା ସୃଷ୍ଟି କରିବାକୁ ଲିଫ୍‌ଲେଟ୍‌ ବା ସଚେତନ ପତ୍ରିକା ବଣ୍ଟାଯିବା ସହ ଅଟୋରିକ୍ସାରେ ମାଇକ୍‌ ଯୋଗେ ପ୍ରଚାର କରାଯାଉଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ସ୍ତରରେ ନେତୃତ୍ବ ନେବାର ଗୁଣ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ମୁଖ୍ୟମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର: ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଏ ନେଇ ପ୍ରଥମ ରାଜ୍ୟସ୍ତରୀୟ କମିଟି ବୈଠକ ଗୁରୁବାର ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ବିଷୟରେ ଆଲୋଚନା କରାଯାଇଥିଲା।ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀଙ୍କ ତାଲିକାକୁ ବୈଠକରେ ଉପସ୍ଥାପିତ କରାଯାଇଥିଲା।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଶ୍ରୀମତୀ ଅଶ୍ୱଥୀ ଏସ୍ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ଅଶ୍ୱଥୀ କହିଥିଲେ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଶା କରାଯାଉଛି ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିବ।

ରାଜ୍ୟ ସ୍ତରରେ ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ତାଲିକାକୁ ରାଜ୍ୟସ୍ତରୀୟ କମିଟି ଅନୁମୋଦନ କରିବା ପରେ ପୁରସ୍କାର ରାଶି ସିଧା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।

ଏହାସହ ଜିଲ୍ଲାସ୍ତରୀୟ ମେଧାବୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକାକୁ ଖୁବ ଶୀଘ୍ର ଜିଲ୍ଲାସ୍ତରୀୟ କମିଟିକୁ ଅନୁମୋଦନ ପାଇଁ ପଠାଇବାକୁ ଶ୍ରୀମତୀ ଅଶ୍ୱଥୀ କହିଥିଲେ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଏବଂ ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ।

ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ।ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ଜଣଙ୍କୁ ୫୦ହଜାର ଟଙ୍କା, ଜିଲ୍ଲା ସ୍ତରରେ ଶ୍ରେଷ୍ଠ ୩୦୦୦ଜଣଙ୍କୁ ୧୦ହଜାର ଟଙ୍କା ଏବଂ ବ୍ଲକ ସ୍ତରରେ ପ୍ରତିବ୍ଲକରୁ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ।

ଅନ୍ୟପକ୍ଷରେ ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ମିଳିବ। ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଜୀତୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ରେସନ କାର୍ଡ ହିତାଧିକାରୀ ପରିବାରର ଛାତ୍ରଛାତ୍ରୀଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ।

ଏହାପରେ ବିଦ୍ୟାଳୟ ସ୍ତରରେ ନେତୃତ୍ୱ ନେବାର କଳାଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ମିଳିବ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର। ପ୍ରତ୍ୟେକ ସ୍କୁଲରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁଏହି ପୁରସ୍କାର ଦିଆଯିବ। ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ।

କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ଆବାହକ ତଥା ‘ମୋ ସ୍କୁଲ ଅଭିଯାନ’ର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା ସ୍ୱାଗତ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ମୋ ସ୍କୁଲ ଅଭିଯାନ’ର ଭାରପ୍ରାପ୍ତ ଅଧିକାରୀ କାବେରୀ ମୁଦୁଲି ସମସ୍ତ ପୁରସ୍କାର ଓ ଏହାର ଚୟନ ପ୍ରକ୍ରିୟା ଉପରେ ସମ୍ୟକ ସୂଚନା ଦେଇଥିଲେ।

ବୈଠକରେ ବିଭାଗୀୟ ସମସ୍ତ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ନିର୍ଦ୍ଦେଶକ, ଅନୁସୂଚିତଜାତି ଓ ଜନଜାତି ବିକାଶ ବିଭାଗର ଯୁଗ୍ମ ନର୍ଦେଶକ, ଏନସିଇଆରଟି, ଏନସିପିସିଆର୍, ୟୁଏନଡିପି, ୟୁଏନ୍ଏଫପିଏ, ଡବ୍ଲ୍ୟଏଫପି, ୟୁନିସେଫ୍ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ‘ମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମର ଜିତ୍ଜେନା ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଆଭିମୁଖ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍କୁଲର ସଫଳତାକୁ ଆହୁରି ପ୍ରୋତ୍ସାହିତ କରିବା।ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ବ୍ୟକ୍ତିଗତ ପୁରସ୍କାର (ଇଣ୍ଡିଭିଜୁଆଲ୍ ଆୱାର୍ଡ) ଓ ଆନୁଷ୍ଠାନିକ ପୁରସ୍କାର (ଇନଷ୍ଟିଚ୍ୟସନାଲ୍ ଆୱାର୍ଡ) ବ୍ୟବସ୍ଥା ରହିଛି।

ବ୍ୟକ୍ତିଗତ ପୁରସ୍କାରରେ ଛାତ୍ରଛାତ୍ରୀଙ୍କୁ ମେଧାବୀ ପୁରସ୍କାର, ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ଦିଆଯିବ।ଏହାସହ ବ୍ୟକ୍ତିଗତ ପୁରସ୍କାରରେ ଶିକ୍ଷକ ପୁରସ୍କାର, ପ୍ରଧାନ ଶିକ୍ଷକ ପୁରସ୍କାର, ସିଆର୍ସିସି ପୁରସ୍କାର, ବିଇଓ ପୁରସ୍କାର ଏବଂ ଡିଇଓ ପୁରସ୍କାର ଦିଆଯିବ।

ଅନ୍ୟପକ୍ଷରେ ଆନୁଷ୍ଠାନିକ ପୁରସ୍କାରରେ ମାଧ୍ୟମିକ ସ୍କୁଲଗୁଡ଼ିକୁ ଜିଲ୍ଲା, ବ୍ଲକ୍, ସ୍କୁଲସ୍ତରରେ ପୁରସ୍କୃତ କରାଯିବ। ଏହାସହ ଶ୍ରେଷ୍ଠ ଏସ୍ଏମ୍ସି, ଶ୍ରେଷ୍ଠ ପୁରାତନ ଛାତ୍ର କମିଟି, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତକୁ ମଧ୍ୟ ଏହି ପୁରସ୍କାର ମିଳିବ।ସେହିପରି ଆନୁଷ୍ଠାନିକ ପୁରସ୍କାରରେ ପ୍ରାଥମିକ ସ୍କୁଲ ପାଇଁ ରହିଛି ସ୍କୁଲ ପୁରସ୍କାର।ଏହାସହ ତିନୋଟି ଶ୍ରେଷ୍ଠ ଡିଆଇଟିଗୁଡିକୁ ମଧ୍ୟ ଆନୁଷ୍ଠାନିକ ପୁରସ୍କାର ଦିଆଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 5T ଉପକ୍ରମରେ ଓଡିଆ ମାଧ୍ୟମ ଘରୋଇ ସ୍କୁଲକୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ବର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।

ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ, ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି।

ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ କେତେ ବୟସ ହେବା ଦରକାର, କହିଲେ ସରକାର

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗହଣରେ ଦ୍ୱନ୍ଦ ଉପୁଜିଥିଲା । ଯାହା ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଏକ ଦ୍ୱନ୍ଦାତ୍ମକ ସ୍ଥିତି ସୃଷ୍ଟି କରିଥିଲା । ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍ପଷ୍ଟ ପତ୍ର ଉଲ୍ଲେଖ କରିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ଅଧିସୂଚନା କ୍ରମାଙ୍କ ୬୫୫୪ ତା. ୦୪/୦୪/୨୦୨୨ରିଖରେ ସ୍ପଷ୍ଟ ଭାବେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସ ସୀମା ୩୧ ମାର୍ଚ୍ଚ ସୁଦ୍ଧା ପାଞ୍ଚରୁ ସାତ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି । ତେବେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହି ବୟସସୀମା ସର୍ବାଧିକ ନଅ ବର୍ଷ ହୋଇପାରିବ । ବର୍ତ୍ତମାନ ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପତ୍ର କ୍ରମାଙ୍କ ୭୬୪୪
ତା. ୦୫/୦୪/୨୦୨୩ରିଖରେ ପୁନଃସ୍ପଷ୍ଟିକରଣ ଦିଆଯାଇଛି ।

Categories
ଆଜିର ଖବର

ଏପ୍ରିଲ ୧୧ ରୁ ରାଜ୍ୟରେ ସକାଳୁଆ ସ୍କୁଲ, ଜିଲ୍ଲାପାଳ ଚାହିଁଲେ କରିପାରିବେ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଅପ୍ରେଲ ମାସ ୩ ତାରିଖରୁ ଆରମ୍ଭ ହେବ।

ପୁନଶ୍ଚ ଗ୍ରୀଷ୍ମ ଋତୁ ପାଇଁ ଆସନ୍ତା ଏପ୍ରିଲ ୧୧ରୁ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟମାନଙ୍କରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଇତ୍ୟାଦି ଯୋଗେଇ ଦେବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯନିବାନ ହେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ବଢିଲା ପିଇଟି ଶିକ୍ଷକଙ୍କ ଦରମା, ଶିକ୍ଷା ବିଭାଗର ଘୋଷଣା

ଭୁବନେଶ୍ବର: ବହୁ ବର୍ଷ ଧରି ଦାବୀକୁ ଶେଷରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ରାଜ୍ୟର ସ୍କୁଲରେ କାର୍ଯ୍ୟରତ ପିଇଟି ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଇଛି। ଏ ନେଇ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟରତ ପିଇଟିମାନଙ୍କ ଦରମା ମାସିକ 8 ହଜାର ଟଙ୍କାରୁ  13 ହଜାର 500 ଟଙ୍କାକୁ ବୃଦ୍ଧି କରାଯାଇଛି।

ତେବେ ଏହା ଘୋଷଣା ଅନୁସାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗ୍ରାଣ୍ଟ-ଇନ-ଏଡ ଅର୍ଡର 2014 ଅନୁଯାୟୀ ଅନୁଦାନପ୍ରାପ୍ତ ସ୍କୁଲର ପିଇଟି ପାଇବେ। ତେବେ ସେମାନେ ବିପିଇଡି ବା ବିଏସିପିଇଡି ଯୋଗ୍ୟତା ହାସଲ କରିଥିବା ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ଦରମା ପ୍ରଦାନ କରାଯିବ।

Categories
StateBoard ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟାରୁ ସକାଳ ୯ଟା ଯାଏ ପାଠପଢ଼ା ଚାଲିବ। ରାଜ୍ୟରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି।

ଏହି ଖରାକୁ ଦେଖି ସରକାର ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ଖରା ସ୍କୁଲ ଛୁଟି ଘୋଷଣା ହୋଇଥିଲା । ପରେ ଖରାର ପ୍ରକୋପ ବଢ଼ୁଥିବାରୁ ସକାଳୁଆ ସ୍କୁଲ ନେଇ ଅଭିଭାବମାନେ ଦାବି କରିଥିଲେ। ହେଲେ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ପୂର୍ବପରି ଚାଲୁ ରହିବ ବୋଲି ନିଷ୍ପତି ନିଆଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟତ୍ରୀଙ୍କୁ ‘ଟିଚର’ ଡାକିବେ; ସା’ରେ କିମ୍ବା ମ୍ୟାଡମ୍ ନୁହେଁ

ନୂଆଦିଲ୍ଲ: ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ କେତେବେଳେ କେଉଁଠି ନୂଆନୂଆ ନିଷ୍ପତି ଗ୍ରହଣ କରାଯାଉଛି। ନିକଟରେ ଅନ୍ତର୍ଜାତୟ କ୍ରିକେଟ ବୋର୍ଡ ବ୍ୟାଟସମ୍ୟାନ ଶଦ୍ଦକୁ ଉଠାଇ ବ୍ୟାଟର କରିବାକୁ ନିଷ୍ପତି କରିଛନ୍ତି। କାରଣ ହେଲା, ମହିଳା କ୍ରିକେଟରଙ୍କ ପାଇଁ ବ୍ୟାଟସମ୍ୟାନ ଶଦ୍ଦଟି ଅସୁବିଧା ସୃଷ୍ଟି କଲା।

ସେହିପରି କେରଳର ଗୋଟିଏ ସ୍କୁଲ ଏହି ଲିଙ୍ଗଗତ ତାରତମ୍ୟକୁ ଦୂର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଏଣିକି ଛାତ୍ରଛାତ୍ରୀ ସ୍କୁଲର ଶିକ୍ଷକଙ୍କୁ ‘ Teacher’ ବୋଲି ସଂବୋଧିତ କରିବେ। କେହି ‘ସା’ରେ’ କିମ୍ବା ‘ମ୍ୟାଡମ’ ଡାକିପାରିବେ ନାହିଁ।  କେରଳର ପାଲକ୍କାଡ ଜିଲ୍ଲାର ଓଲାସ୍ସେରୀ ଗ୍ରାମ୍ୟ ସ୍କୁଲରେ ଏହି ନିଷ୍ପତି କରାଯାଇଛି। ସରକାରୀ ସାହାଯ୍ୟପ୍ରାପ୍ତ ଏହି ସ୍କୁଲରେ ମୋଟ 3 ଶହ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏଥିସହିତ 9 ଜଣ ଶିକ୍ଷୟତ୍ରୀ ଏବଂ 8 ଜଣ ଶିକ୍ଷକ ଅଛନ୍ତି।

ପଢିବା ପାଇଁ କ୍ଲିକ କରନ୍ତୁ – ଘର ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣ୍ଟିଲେ 3 ହଜାର ଟଙ୍କା ଲେଖାଏଁ

ଏହି ସ୍କୁଲର ପ୍ରଧାନଶିକ୍ଷକ ଏଚ. ଭେନୁଗୋପାଳନ କୁହନ୍ତି ଯେ, ଏହି ପ୍ରସ୍ତାବଟି ସ୍କୁଲର ଜଣେ ଶିକ୍ଷକ ଆଣିଥିଲେ। ଏହାପରେ ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ସମସ୍ତେ ସମ୍ମତି ପ୍ରଦାନ କଲେ। ଏପରିକି ଶିକ୍ଷୟତ୍ରୀମାନେ ମଧ୍ୟ ବେଶ ଖୁସି ପ୍ରକଟ କଲେ। ଫଳରେ ଏକ ନୋଟିସ ବାହାର କରି ଏହି ଲାଗୁ କରିବା ପାଇଁ ନିଷ୍ପତି କଲୁ ବୋଲି ଭେନୁଗୋପାଳ କହିଛନ୍ତି।

ଆଉ ଜଣେ ଶିକ୍ଷକଙ୍କ କହିବା କଥା ଯେ, ଏହି ସ୍କୁଲଠାରୁ 14 କିଲୋମିଟର ଦୂରରେ ଏକ ପଞ୍ଚାୟତ ଅଛି। ସେଠାରେ ମଧ୍ୟ କାହାକୁ ସା’ରେ କିମ୍ବା ମ୍ୟାଡମ ନ ଡାକିବା ପାଇଁ ନିଷ୍ପତି କରାଯାଇଛି। ସେଠାରେ ଅଧିକାରୀଙ୍କୁ ବା ପ୍ରତିନିଧିଙ୍କୁ ତାଙ୍କର ପଦବୀ ଅନୁସାରେ ଡାକିବା ପାଇଁ ନିଷ୍ପତି କରାଯାଇଛି। ଯେପରି ସରପଞ୍ଚଙ୍କୁ ସା’ରେ ନ ଡାକି ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ସା’ରେ ବା ମ୍ୟାଡମ ନ ଡାକି ୱାର୍ଡମେମ୍ବର ଡାକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ହେଲେ କରୋନା ଆକ୍ରାନ୍ତ- ପଢିବା ପାଇଁ କ୍ଲିକ କରନ୍ତୁ

‘ଏହି ନିଷ୍ପତି ଆମକୁ ବେଶ୍ ପ୍ରଭାବିତ କରିଥିଲା। ସେଥିପାଇଁ ଆମେ ମଧ୍ୟ ନିଷ୍ପତି କଲୁ ଯେ, ଆମ ସ୍କୁଲରେ ମଧ୍ୟ ସା’ରେ ମ୍ୟାଡମ ପରଂପରାକୁ ଭାଙ୍ଗିଦେବୁ। ସେହି ଅନୁସାରେ ସମସ୍ତଙ୍କ ମତାମତ ନେଇ ଏପରି ନିଷ୍ପତି ଗ୍ରହଣ କରିଲୁ ବୋଲି ଆଉ ଜଣେ ଶିକ୍ଷକ କହିଛନ୍ତି।’ ସେ ପୁଣି କହିଛନ୍ତି ଯେ, ଖୁସିର କଥା ଆମର ଏହି ନିଷ୍ପତି ଅନ୍ୟ ସ୍କୁଲରେ ମଧ୍ୟ ଲାଗୁ କରିବା ପାଇଁ ସେଠାକାର କର୍ତ୍ତୁପକ୍ଷ ଚିନ୍ତା କରୁଛନ୍ତି।

( ଏଥିରେ ସଂଲଗ୍ନ ଫଟୋଟି ପୂର୍ବ ସଂଗୃହିତ, ଏହା ଷ୍ଟୋରୀ ସହିତ କେବଳ ସାମଞ୍ଜସ୍ୟ ଥିବାରୁ ଦିଆଯାଇଛି।)

Categories
ଆଜିର ଖବର ରାଜ୍ୟ ଖବର

ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦେବେ ଟଙ୍କା, ଜାଣନ୍ତୁ କେମିତି

ଭୁବନେଶ୍ବର: ୨୦୨୧-୨୨ ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ ରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ୫୦୦୦ ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାର ସୁଯୋଗ ନେବା ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରମାନେ State Scholarship Portal https://scholarship.odisha.gov.in ଯାଇ ଲଗଅନ କରିବାକୁ ପଡିବ।

ପୁନଶ୍ଚ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦,୦୦୦ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ବର୍ଷକୁ ୩୦୦୦ ଲେଖାଏ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ବ୍ୟବସ୍ଥା ଥିବାବେଳେ ଶେଷ ତାରିଖ ୦୫.୧୨.୨୦୨୧ ସୁଦ୍ଧା ମାତ୍ର ୧୯୨୮ ଛାତ୍ରଛାତ୍ରୀ ଆବେଦନ କରିଥିବାରୁ ଆବେଦନ ଶେଷ ତାରିଖ ୨୭.୧୨.୨୦୨୧ କୁ ବୃଦ୍ଧି କରାଯାଇଛି ।

ଏହି ବୃତ୍ତି CBSE, ICSE, CHSE ଆଦି ବୋର୍ଡ ଅଧୀନରେ ପଢୁଥିବା ଶତକଡ଼ା ୬୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଏହି ବୃତ୍ତି ପାଇଁ ଆବେଦନ କରିବାକୁ ଉତ୍ସାହିତ କରିବାକୁ ଅଧକ୍ଷମାନଙ୍କୁ ନିବେଦନ କରାଯାଇଛି । ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ସଙ୍ଗେ ସଙ୍ଗେ ଅଧ୍ୟୟନରେ ମନଯୋଗୀ ହୁଅନ୍ତୁ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆହ୍ୱାନ ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ସ୍କୁଲ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୫୪,୦୬୧ କୋଟି ଟଙ୍କା, ୮୦ କୋଟି ଛାତ୍ରଛାତ୍ରୀ ହେବେ ଉପକୃତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ବିଦ୍ୟାଳୟରେ କେନ୍ଦ୍ରୀୟ ପ୍ରାୟୋଜିତ ରାଷ୍ଟ୍ରୀୟ ଯୋଜନା ପିଏମ ପୋଷଣର ବିସ୍ତାର,ସଂଶୋଧନ,ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ।

ଯୋଜନା ପାଇଁ କେନ୍ଦ୍ର ସରକାର ୫୪୦୬୧.୭୩ କୋଟି ଟଙ୍କା ଏବଂ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ସରକାର ୩୧,୭୩୩.୧୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଖାଦ୍ୟ ଶସ୍ୟ ବାବଦରେ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୪୫,୦୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ତେଣୁ ଏହି ଯୋଜନାରେ ମୋଟ ୧,୩୦,୭୯୪.୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଦିନକୁ ଗୋଟିଏ ଓଳି ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ପିଏମ ପୋଷଣ ଯୋଜନାକୁ ସିସିଇଏ ପକ୍ଷରୁ ଅନୁମୋଦନ କରାଯାଇଛି। ଏହା ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଯେଉଁଥିରେ ଦେଶର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀ ସାମିଲ କରାଯାଇଛି। ପୂର୍ବରୁ ଏହା ‘ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଜାତୀୟ ଯୋଜନା’ ବା ମଧ୍ୟାହ୍ନ ଭୋଜନ ଯୋଜନା ନାମରେ ଏହା ପରିଚିତ ଥିଲା।

ଦେଶର ୧୧.୨୦ ଲକ୍ଷ ବିଦ୍ୟାଳୟରେ ପାଠପଢ଼ୁଥିବା ୧୧.୮୦ କୋଟି ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ଅଛନ୍ତି। ୨୦୨୦-୨୧ରେ, ଭାରତ ସରକାର ଏହି ଯୋଜନାରେ ଖାଦ୍ୟଶସ୍ୟ ପାଇଁ ୧୧, ୫୦୦ କୋଟି ଟଙ୍କା ସମେତ ୨୪,୪୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କର: ପୃଥ୍ୱୀରାଜ

ଭୁବନେଶ୍ୱର:  ପ୍ରାଥମିକ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ନିଷ୍ପତ୍ତି  ଏକ ଭୟଙ୍କର ନିଷ୍ପତ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, 9 ହଜାର ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି ସହଜରେ ଗ୍ରହଣୀୟ ହେବ ନାହିଁ । ବାଜପେୟୀଙ୍କ ବେଳେ ସର୍ବଶିକ୍ଷା ଅଭିଯାନରେ ସ୍କୁଲ ସବୁ ଖୋଲିଥିଲା ।  25ରୁ କମ ପିଲା କିମ୍ବା 1 କିମି ମଧ୍ୟରେ ସ୍କୁଲ ଥିଲେ ବନ୍ଦ ନିଷ୍ପତ୍ତି କ୍ଷତିକାରକ ।  11ଲକ୍ଷ ପିଲା ନାମ ଲେଖାଇଛନ୍ତି । 5 ଲକ୍ଷ ଦଶମ ପରୀକ୍ଷା ଦେଉଛନ୍ତି ।  6  ଲକ୍ଷ ପିଲା ଅଧାରୁ ସ୍କୁଲ ଛାଡ଼ୁଛନ୍ତି । କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି ।  ସ୍କୁଲ ବନ୍ଦ ହେଲେ ପିଲାଙ୍କ ସ୍କୁଲ ଛାଡ଼ିବା ହାର 80%କୁ ବୃଦ୍ଧି ପାଇବ।  ଆସନ୍ତା 15 ଦିନରେ  ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ଶିକ୍ଷାଧିକାରୀଙ୍କ ଅଫିସରେ ଧାରଣା ଦିଆଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର 31 ଯାଏଁ ଦିଲ୍ଲୀରେ ସ୍କୁଲ ବନ୍ଦ ରହିବ

ନୂଆଦିଲ୍ଲୀ: କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିନ୍ତୁ ଅନଲକ୍‌-5ରେ  ସରକାର କଟକଣା କୋହଳ କରିବା ସହ କିଛି ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଉଦ୍ୟମ କରିଛନ୍ତି । ଅନଲକ୍‌-5ରେ ଅକ୍ଟୋବର 15 ତାରିଖରୁ ସ୍କୁଲ ଖୋଲିବା ନେଇ ସୂଚନା ରହିଛି । ତେବେ ସ୍କୁଲ ଖୋଲିବା ନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ରହିଛି । ତେବେ ଦିଲ୍ଲୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜରୀଓ୍ବାଲ ସରକାର । ବର୍ତ୍ତମାନସୁଦ୍ଧା ଦିଲ୍ଲୀରେ କରୋନା ସ୍ଥିତି ଦେଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଳୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । କରୋନା ପ୍ରଭାବ ଲାଗି ରହିଥିବାରୁ ଏହି ନିଷ୍ପତ୍ତିକୁ ବଦଳା ଯାଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଜୁନ୍‌ ୧୭ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ବର: ଜୁନ୍‌ ୧୭ ଯାଏଁ ରାଜ୍ୟର ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ ୧୪ ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ। ସେହିପରି  ଜୁନ୍‌ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ତେବେ ଜୁନ୍‌ ୧୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ ଯୁକ୍ତ ଦୁଇ ପରୀକ୍ଷା ଓ ବିପିୟୁଟି ଓ ଭିସୁଟ୍‌ ଦ୍ବାରା ପରିଚାଳିତ ପରୀକ୍ଷାଗୁଡିକ କେବେ ହେବ ସେନେଇ କିଛି ସୂଚନା ମିଳିପାରିନାହିଁ। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ କୌଣସି ନିଷ୍ପତ୍ତି ଜଣାପଡିନାହିଁ।

Categories
ଆଜିର ଖବର ଜାତୀୟ ଖବର

କରୋନାଭାଇରସକୁ ମହାମାରୀ ବୋଲି ଘୋଷଣା କଲା ଦିଲ୍ଲୀ ସରକାର

ଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର ଦିନ କରୋନାଭାଇରସକୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମସ୍ତ ସିନେମା ହଲ ବନ୍ଦ ରହିବା ନେଇ ଆଦେଶ ଦେଇଛନ୍ତି।

ଯେଉଁ ସ୍କୁଲରେ କୌଣସି ପରୀକ୍ଷା ଚାଲିନାହିଁ ସେହି ସ୍କୁଲ ଏବଂ କଲେଜଗୁଡ଼ିକୁ ମଧ୍ୟ ବନ୍ଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଭେଟିବା ପରେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।

କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି, “ଦିଲ୍ଲୀରେ କରୋନାଭାଇରସର ବିସ୍ତାର ଯାଞ୍ଚ ପାଇଁ ଆମେ ପଦକ୍ଷେପ ଜାରି ରଖିଛୁ। ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଶଯ୍ୟା ଅଛି ବୋଲି ସେ କହିଛନ୍ତି। ଖାଲି ଫ୍ଲାଟ ଏବଂ ନିର୍ମାଣାଧୀନ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘୋଷଣା କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

6 ବର୍ଷୀୟ ଛାତ୍ରୀଙ୍କ ବସ୍ତ୍ର ଓହ୍ଲାଇଲେ ଶିକ୍ଷୟିତ୍ରୀ : ଥାନାରେ ମାମଲା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଆଜି ସହରର ମଧ୍ୟଭାଗରେ ଥିବା ତଥା ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ସ୍କୁଲ କେ.ସି. ପବ୍ଲିକ୍ ସ୍କୁଲରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି । ସ୍କୁଲରେ ପଢୁଥିବା ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ବସ୍ତ୍ର ଓହ୍ଲାଇଛନ୍ତି ଶିକ୍ଷୟିତ୍ରୀ ।

ଉଲ୍ଲେଖଯୋଗ୍ୟ ଯେ, ଟାଟା ବେଞ୍ଜ ସ୍କୁଲର ଏହି 6 ବର୍ଷୀୟ ପ୍ରଥମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମ ପିନ୍ଧିନଥିଲେ । ଶିକ୍ଷୟିତ୍ରୀଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ଛାତ୍ରୀଜଣକ ୟୁନିଫର୍ମ ପିନ୍ଧିନଥିବାରୁ ଶିକ୍ଷୟିତ୍ରୀ ଜଣକ ଛାତ୍ରୀଙ୍କ ଲେଗିଙ୍ଗସ ଓହ୍ଲାଇ ଦେଇଥିଲେ । ଛାତ୍ରୀ ଜଣକ ଏନେଇ ନିଜ ପିତାଙ୍କ ନିକଟରେ ଅଭିଯୋଗ କରିବା ପରେ ଉତ୍ତେଜନା ଦେଖାଦେଇଥିଲା । ଛାତ୍ରୀଙ୍କ ପିତାଙ୍କ ପକ୍ଷରୁ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପରେ ଆପୋଷ ସମାଧାନ ହୋଇଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

101 ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ : ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟର 30ଟି ଜିଲ୍ଲାର 101 ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି 101 ସ୍କୁଲକୁ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ୍‌ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭିତ୍ତିଭୂମିର ବିକାଶ ନିମନ୍ତେ ଏହି ବିଦ୍ୟାଳୟ ଗୁଡିକୁ 25 ଲକ୍ଷର ଅନୁଦାନ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ବିଦ୍ୟାଳୟରେ ସ୍ପୋକନ୍‌ ଇଂଲିଶ ଶିକ୍ଷା ଦିଆଯିବ । ସରକାରୀ ସ୍କୁଲ ଗୁଡିକର ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । 20ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇବା ସହିତ ପିଲାଙ୍କୁ ଉକ୍ତ ବିଦ୍ୟାଳୟରେ ଭର୍ତ୍ତି କରାଯିବ । 1/2/3 କିମି ପରିସର ମଧ୍ୟରେ ରହିଥିବା ବିଦ୍ୟାଳୟ ଗୁଡିକୁ ମଧ୍ୟ ମିଶାଇ ଦିଆଯିବ ।

ଏହି ମିଶ୍ରଣ ଦ୍ବାରା ଶିକ୍ଷକ ଅଭାବଜନିତ ସମସ୍ୟା ଦୂର ହେବ ବୋଲି କୁହାଯାଇଛି । ସେହିପରି ସ୍କୁଲ ଦୂରସ୍ଥାନକୁ ଯାଉଥିଲେ ସରକାରଙ୍କ ପକ୍ଷରୁ ମାସିକ ସର୍ବାଧିକ 5 ହଜାର ଟଙ୍କା ଯିବା ଆସିବା ଖର୍ଚ୍ଚ ପ୍ରଦାନ କରାଯିବ । ସରକାରୀ ବିଦ୍ୟାଳୟ ନିକଟରେ ଅବସ୍ଥାପିତ ବ୍ଲକ୍‌ ଗ୍ରାଣ୍ଟ ସ୍କୁଲ ଗୁଡିକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ମିଶାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ । ଅଭିଭାବକଙ୍କ ଫୋନ୍‌ ନମ୍ବକରକୁ ଡିଜିଟାଇଜ୍‌ଡ କରାଯିବ । 5ଟି କାର୍ଯ୍ୟକ୍ରମ ଅନୁଯାୟୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଅନ୍‌ଲାଇନ୍‌ରେ ପ୍ରଦାନ କରାଯିବ ।