Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟତ୍ରୀଙ୍କୁ ‘ଟିଚର’ ଡାକିବେ; ସା’ରେ କିମ୍ବା ମ୍ୟାଡମ୍ ନୁହେଁ
ଜାତୀୟ ଖବର

ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟତ୍ରୀଙ୍କୁ ‘ଟିଚର’ ଡାକିବେ; ସା’ରେ କିମ୍ବା ମ୍ୟାଡମ୍ ନୁହେଁ

January 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟତ୍ରୀଙ୍କୁ 'ଟିଚର' ଡାକିବେ; ସା'ରେ କିମ୍ବା ମ୍ୟାଡମ ନୁହେଁ

ନୂଆଦିଲ୍ଲ: ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ କେତେବେଳେ କେଉଁଠି ନୂଆନୂଆ ନିଷ୍ପତି ଗ୍ରହଣ କରାଯାଉଛି। ନିକଟରେ ଅନ୍ତର୍ଜାତୟ କ୍ରିକେଟ ବୋର୍ଡ ବ୍ୟାଟସମ୍ୟାନ ଶଦ୍ଦକୁ ଉଠାଇ ବ୍ୟାଟର କରିବାକୁ ନିଷ୍ପତି କରିଛନ୍ତି। କାରଣ ହେଲା, ମହିଳା କ୍ରିକେଟରଙ୍କ ପାଇଁ ବ୍ୟାଟସମ୍ୟାନ ଶଦ୍ଦଟି ଅସୁବିଧା ସୃଷ୍ଟି କଲା।

ସେହିପରି କେରଳର ଗୋଟିଏ ସ୍କୁଲ ଏହି ଲିଙ୍ଗଗତ ତାରତମ୍ୟକୁ ଦୂର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଏଣିକି ଛାତ୍ରଛାତ୍ରୀ ସ୍କୁଲର ଶିକ୍ଷକଙ୍କୁ ‘ Teacher’ ବୋଲି ସଂବୋଧିତ କରିବେ। କେହି ‘ସା’ରେ’ କିମ୍ବା ‘ମ୍ୟାଡମ’ ଡାକିପାରିବେ ନାହିଁ।  କେରଳର ପାଲକ୍କାଡ ଜିଲ୍ଲାର ଓଲାସ୍ସେରୀ ଗ୍ରାମ୍ୟ ସ୍କୁଲରେ ଏହି ନିଷ୍ପତି କରାଯାଇଛି। ସରକାରୀ ସାହାଯ୍ୟପ୍ରାପ୍ତ ଏହି ସ୍କୁଲରେ ମୋଟ 3 ଶହ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏଥିସହିତ 9 ଜଣ ଶିକ୍ଷୟତ୍ରୀ ଏବଂ 8 ଜଣ ଶିକ୍ଷକ ଅଛନ୍ତି।

ପଢିବା ପାଇଁ କ୍ଲିକ କରନ୍ତୁ – ଘର ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣ୍ଟିଲେ 3 ହଜାର ଟଙ୍କା ଲେଖାଏଁ

ଏହି ସ୍କୁଲର ପ୍ରଧାନଶିକ୍ଷକ ଏଚ. ଭେନୁଗୋପାଳନ କୁହନ୍ତି ଯେ, ଏହି ପ୍ରସ୍ତାବଟି ସ୍କୁଲର ଜଣେ ଶିକ୍ଷକ ଆଣିଥିଲେ। ଏହାପରେ ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ସମସ୍ତେ ସମ୍ମତି ପ୍ରଦାନ କଲେ। ଏପରିକି ଶିକ୍ଷୟତ୍ରୀମାନେ ମଧ୍ୟ ବେଶ ଖୁସି ପ୍ରକଟ କଲେ। ଫଳରେ ଏକ ନୋଟିସ ବାହାର କରି ଏହି ଲାଗୁ କରିବା ପାଇଁ ନିଷ୍ପତି କଲୁ ବୋଲି ଭେନୁଗୋପାଳ କହିଛନ୍ତି।

ଆଉ ଜଣେ ଶିକ୍ଷକଙ୍କ କହିବା କଥା ଯେ, ଏହି ସ୍କୁଲଠାରୁ 14 କିଲୋମିଟର ଦୂରରେ ଏକ ପଞ୍ଚାୟତ ଅଛି। ସେଠାରେ ମଧ୍ୟ କାହାକୁ ସା’ରେ କିମ୍ବା ମ୍ୟାଡମ ନ ଡାକିବା ପାଇଁ ନିଷ୍ପତି କରାଯାଇଛି। ସେଠାରେ ଅଧିକାରୀଙ୍କୁ ବା ପ୍ରତିନିଧିଙ୍କୁ ତାଙ୍କର ପଦବୀ ଅନୁସାରେ ଡାକିବା ପାଇଁ ନିଷ୍ପତି କରାଯାଇଛି। ଯେପରି ସରପଞ୍ଚଙ୍କୁ ସା’ରେ ନ ଡାକି ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ସା’ରେ ବା ମ୍ୟାଡମ ନ ଡାକି ୱାର୍ଡମେମ୍ବର ଡାକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ହେଲେ କରୋନା ଆକ୍ରାନ୍ତ- ପଢିବା ପାଇଁ କ୍ଲିକ କରନ୍ତୁ

‘ଏହି ନିଷ୍ପତି ଆମକୁ ବେଶ୍ ପ୍ରଭାବିତ କରିଥିଲା। ସେଥିପାଇଁ ଆମେ ମଧ୍ୟ ନିଷ୍ପତି କଲୁ ଯେ, ଆମ ସ୍କୁଲରେ ମଧ୍ୟ ସା’ରେ ମ୍ୟାଡମ ପରଂପରାକୁ ଭାଙ୍ଗିଦେବୁ। ସେହି ଅନୁସାରେ ସମସ୍ତଙ୍କ ମତାମତ ନେଇ ଏପରି ନିଷ୍ପତି ଗ୍ରହଣ କରିଲୁ ବୋଲି ଆଉ ଜଣେ ଶିକ୍ଷକ କହିଛନ୍ତି।’ ସେ ପୁଣି କହିଛନ୍ତି ଯେ, ଖୁସିର କଥା ଆମର ଏହି ନିଷ୍ପତି ଅନ୍ୟ ସ୍କୁଲରେ ମଧ୍ୟ ଲାଗୁ କରିବା ପାଇଁ ସେଠାକାର କର୍ତ୍ତୁପକ୍ଷ ଚିନ୍ତା କରୁଛନ୍ତି।

( ଏଥିରେ ସଂଲଗ୍ନ ଫଟୋଟି ପୂର୍ବ ସଂଗୃହିତ, ଏହା ଷ୍ଟୋରୀ ସହିତ କେବଳ ସାମଞ୍ଜସ୍ୟ ଥିବାରୁ ଦିଆଯାଇଛି।)

school teacher ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Latest News

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.