Categories
ଜାତୀୟ ଖବର ବିଶେଷ ଖବର

ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟତ୍ରୀଙ୍କୁ ‘ଟିଚର’ ଡାକିବେ; ସା’ରେ କିମ୍ବା ମ୍ୟାଡମ୍ ନୁହେଁ

ନୂଆଦିଲ୍ଲ: ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ କେତେବେଳେ କେଉଁଠି ନୂଆନୂଆ ନିଷ୍ପତି ଗ୍ରହଣ କରାଯାଉଛି। ନିକଟରେ ଅନ୍ତର୍ଜାତୟ କ୍ରିକେଟ ବୋର୍ଡ ବ୍ୟାଟସମ୍ୟାନ ଶଦ୍ଦକୁ ଉଠାଇ ବ୍ୟାଟର କରିବାକୁ ନିଷ୍ପତି କରିଛନ୍ତି। କାରଣ ହେଲା, ମହିଳା କ୍ରିକେଟରଙ୍କ ପାଇଁ ବ୍ୟାଟସମ୍ୟାନ ଶଦ୍ଦଟି ଅସୁବିଧା ସୃଷ୍ଟି କଲା।

ସେହିପରି କେରଳର ଗୋଟିଏ ସ୍କୁଲ ଏହି ଲିଙ୍ଗଗତ ତାରତମ୍ୟକୁ ଦୂର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଏଣିକି ଛାତ୍ରଛାତ୍ରୀ ସ୍କୁଲର ଶିକ୍ଷକଙ୍କୁ ‘ Teacher’ ବୋଲି ସଂବୋଧିତ କରିବେ। କେହି ‘ସା’ରେ’ କିମ୍ବା ‘ମ୍ୟାଡମ’ ଡାକିପାରିବେ ନାହିଁ।  କେରଳର ପାଲକ୍କାଡ ଜିଲ୍ଲାର ଓଲାସ୍ସେରୀ ଗ୍ରାମ୍ୟ ସ୍କୁଲରେ ଏହି ନିଷ୍ପତି କରାଯାଇଛି। ସରକାରୀ ସାହାଯ୍ୟପ୍ରାପ୍ତ ଏହି ସ୍କୁଲରେ ମୋଟ 3 ଶହ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏଥିସହିତ 9 ଜଣ ଶିକ୍ଷୟତ୍ରୀ ଏବଂ 8 ଜଣ ଶିକ୍ଷକ ଅଛନ୍ତି।

ପଢିବା ପାଇଁ କ୍ଲିକ କରନ୍ତୁ – ଘର ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣ୍ଟିଲେ 3 ହଜାର ଟଙ୍କା ଲେଖାଏଁ

ଏହି ସ୍କୁଲର ପ୍ରଧାନଶିକ୍ଷକ ଏଚ. ଭେନୁଗୋପାଳନ କୁହନ୍ତି ଯେ, ଏହି ପ୍ରସ୍ତାବଟି ସ୍କୁଲର ଜଣେ ଶିକ୍ଷକ ଆଣିଥିଲେ। ଏହାପରେ ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ସମସ୍ତେ ସମ୍ମତି ପ୍ରଦାନ କଲେ। ଏପରିକି ଶିକ୍ଷୟତ୍ରୀମାନେ ମଧ୍ୟ ବେଶ ଖୁସି ପ୍ରକଟ କଲେ। ଫଳରେ ଏକ ନୋଟିସ ବାହାର କରି ଏହି ଲାଗୁ କରିବା ପାଇଁ ନିଷ୍ପତି କଲୁ ବୋଲି ଭେନୁଗୋପାଳ କହିଛନ୍ତି।

ଆଉ ଜଣେ ଶିକ୍ଷକଙ୍କ କହିବା କଥା ଯେ, ଏହି ସ୍କୁଲଠାରୁ 14 କିଲୋମିଟର ଦୂରରେ ଏକ ପଞ୍ଚାୟତ ଅଛି। ସେଠାରେ ମଧ୍ୟ କାହାକୁ ସା’ରେ କିମ୍ବା ମ୍ୟାଡମ ନ ଡାକିବା ପାଇଁ ନିଷ୍ପତି କରାଯାଇଛି। ସେଠାରେ ଅଧିକାରୀଙ୍କୁ ବା ପ୍ରତିନିଧିଙ୍କୁ ତାଙ୍କର ପଦବୀ ଅନୁସାରେ ଡାକିବା ପାଇଁ ନିଷ୍ପତି କରାଯାଇଛି। ଯେପରି ସରପଞ୍ଚଙ୍କୁ ସା’ରେ ନ ଡାକି ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ସା’ରେ ବା ମ୍ୟାଡମ ନ ଡାକି ୱାର୍ଡମେମ୍ବର ଡାକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ହେଲେ କରୋନା ଆକ୍ରାନ୍ତ- ପଢିବା ପାଇଁ କ୍ଲିକ କରନ୍ତୁ

‘ଏହି ନିଷ୍ପତି ଆମକୁ ବେଶ୍ ପ୍ରଭାବିତ କରିଥିଲା। ସେଥିପାଇଁ ଆମେ ମଧ୍ୟ ନିଷ୍ପତି କଲୁ ଯେ, ଆମ ସ୍କୁଲରେ ମଧ୍ୟ ସା’ରେ ମ୍ୟାଡମ ପରଂପରାକୁ ଭାଙ୍ଗିଦେବୁ। ସେହି ଅନୁସାରେ ସମସ୍ତଙ୍କ ମତାମତ ନେଇ ଏପରି ନିଷ୍ପତି ଗ୍ରହଣ କରିଲୁ ବୋଲି ଆଉ ଜଣେ ଶିକ୍ଷକ କହିଛନ୍ତି।’ ସେ ପୁଣି କହିଛନ୍ତି ଯେ, ଖୁସିର କଥା ଆମର ଏହି ନିଷ୍ପତି ଅନ୍ୟ ସ୍କୁଲରେ ମଧ୍ୟ ଲାଗୁ କରିବା ପାଇଁ ସେଠାକାର କର୍ତ୍ତୁପକ୍ଷ ଚିନ୍ତା କରୁଛନ୍ତି।

( ଏଥିରେ ସଂଲଗ୍ନ ଫଟୋଟି ପୂର୍ବ ସଂଗୃହିତ, ଏହା ଷ୍ଟୋରୀ ସହିତ କେବଳ ସାମଞ୍ଜସ୍ୟ ଥିବାରୁ ଦିଆଯାଇଛି।)

Categories
ଅପରାଧ ଆଜିର ଖବର ଜାତୀୟ ଖବର

25ଟି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ : ଏକ ବର୍ଷରେ ଏକ କୋଟିର ଠକେଇ

ଲକ୍ଷ୍ନୌ : ଅନନ୍ୟ ଉପାୟରେ ଠକେଇ କରିବାର ଏକ ଉପାୟ ବାହାର କରିବା ସହିତ ଏହା ଦ୍ବାରା 1 କୋଟିରୁ ଅଧିକ ଟଙ୍କାର ଠକେଇ କରିଛନ୍ତି । ଅନାମିକା ଶୁକ୍ଳା ନାମକ ଏହି ଶିକ୍ଷୟିତ୍ରୀ ଜଣକ ଏକ ସମୟରେ 25ଟି ବିଦ୍ୟାଳୟରେ ଚାକିରି କରୁଥିଲେ । ପ୍ରାୟ ଏକ ବର୍ଷ ଧରି ମହିଳା ଜଣକ 25ଟି ସ୍କୁଲରେ କାମ କରିବା ସହିତ ଏକ କୋଟିରୁ ଅଧିକ ଟଙ୍କାର ବେତନ ନେଇଥିଲେ । ମାନବ ସମ୍ବଳ ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କର ଡାଟାବେସ୍‌ ତିଆରି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି ।

ଘଟଣା ସମ୍ମୁଖକୁ ଆସିବା ପରେ ପୋଲିସ୍‌ ପକ୍ଷରୁ ଶିକ୍ଷୟିତ୍ରୀଙ୍କୁ ପଚରା ଉଚୁରା ଜାରି ରହିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ଶିକ୍ଷୟିତ୍ରୀ ଜଣକ କାସଗଞ୍ଜ ସ୍କୁଲରୁ ଇସ୍ତଫା ପ୍ରଦାନ କରିଛନ୍ତି । ମଣିପୁରୀର ଏହି ମହିଳା ଜଣକ ଏକ ସମୟରେ କାସଗଞ୍ଜ, ଆମ୍ବେଦକର ନଗର, ବାଘପତ, ଆଲିଗଡ, ଶାହରନ୍‌ପୁର ଏବଂ ପ୍ରୟାଗରାଜ ଜିଲ୍ଲାର ବିଭିନ୍ନ ସ୍କୁଲରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ଶିକ୍ଷୟିତ୍ରୀ ଜଣକ 1 କୋଟିରୁ ଅଧିକ ଟଙ୍କାର ବେତନ ନେଇ ସାରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇ ଅଡୁଆରେ ଶିକ୍ଷକ

ଜୟପୁର : ରାଜସ୍ଥାନର କରୌଲୀରେ ଏକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । କରୌଲୀର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜନୈକ ଶିକ୍ଷକ ଜଣେ ମହିଳା ସହକର୍ମୀଙ୍କୁ ଚୁମ୍ବନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଶତାଧିକ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲା । ଏକ ସଭା ମଝିରେ ମଞ୍ଚ ଉପରେ ବସିଥିବା ଶିକ୍ଷକ ଜଣକ ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସ୍କୁଲ ପକ୍ଷରୁ ଏକ ଅନ୍ତରୀଣ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଏହି ଘଟଣା ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି । ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । (ଏଜେନ୍ସି)