ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କର: ପୃଥ୍ୱୀରାଜ

Published: Nov 20, 2020, 2:45 pm IST

ଭୁବନେଶ୍ୱର:  ପ୍ରାଥମିକ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ନିଷ୍ପତ୍ତି  ଏକ ଭୟଙ୍କର ନିଷ୍ପତ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, 9 ହଜାର ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି ସହଜରେ ଗ୍ରହଣୀୟ ହେବ ନାହିଁ । ବାଜପେୟୀଙ୍କ ବେଳେ ସର୍ବଶିକ୍ଷା ଅଭିଯାନରେ ସ୍କୁଲ ସବୁ ଖୋଲିଥିଲା ।  25ରୁ କମ ପିଲା କିମ୍ବା 1 କିମି ମଧ୍ୟରେ ସ୍କୁଲ ଥିଲେ ବନ୍ଦ ନିଷ୍ପତ୍ତି କ୍ଷତିକାରକ ।  11ଲକ୍ଷ ପିଲା ନାମ ଲେଖାଇଛନ୍ତି । 5 ଲକ୍ଷ ଦଶମ ପରୀକ୍ଷା ଦେଉଛନ୍ତି ।  6  ଲକ୍ଷ ପିଲା ଅଧାରୁ ସ୍କୁଲ ଛାଡ଼ୁଛନ୍ତି । କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି ।  ସ୍କୁଲ ବନ୍ଦ ହେଲେ ପିଲାଙ୍କ ସ୍କୁଲ ଛାଡ଼ିବା ହାର 80%କୁ ବୃଦ୍ଧି ପାଇବ।  ଆସନ୍ତା 15 ଦିନରେ  ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ଶିକ୍ଷାଧିକାରୀଙ୍କ ଅଫିସରେ ଧାରଣା ଦିଆଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Related posts