ଅକ୍ଟୋବର 31 ଯାଏଁ ଦିଲ୍ଲୀରେ ସ୍କୁଲ ବନ୍ଦ ରହିବ

Published: Oct 4, 2020, 3:49 pm IST

ନୂଆଦିଲ୍ଲୀ: କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିନ୍ତୁ ଅନଲକ୍‌-5ରେ  ସରକାର କଟକଣା କୋହଳ କରିବା ସହ କିଛି ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଉଦ୍ୟମ କରିଛନ୍ତି । ଅନଲକ୍‌-5ରେ ଅକ୍ଟୋବର 15 ତାରିଖରୁ ସ୍କୁଲ ଖୋଲିବା ନେଇ ସୂଚନା ରହିଛି । ତେବେ ସ୍କୁଲ ଖୋଲିବା ନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ରହିଛି । ତେବେ ଦିଲ୍ଲୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜରୀଓ୍ବାଲ ସରକାର । ବର୍ତ୍ତମାନସୁଦ୍ଧା ଦିଲ୍ଲୀରେ କରୋନା ସ୍ଥିତି ଦେଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଳୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । କରୋନା ପ୍ରଭାବ ଲାଗି ରହିଥିବାରୁ ଏହି ନିଷ୍ପତ୍ତିକୁ ବଦଳା ଯାଇଥିବାର ସୂଚନା ରହିଛି । (ଏଜେନ୍ସି)

Related posts