Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଶାହଙ୍କ ଗସ୍ତ ପ୍ରସ୍ତୁତି ବୈଠକର ପୁରା ପଛରେ କାହିଁକି ବସିଲେ ବିଧାୟକ ଜୟ ନାରାୟଣ ମିଶ୍ର, ଅଭିମାନ ???
ରାଜ୍ୟ ଖବର

ଶାହଙ୍କ ଗସ୍ତ ପ୍ରସ୍ତୁତି ବୈଠକର ପୁରା ପଛରେ କାହିଁକି ବସିଲେ ବିଧାୟକ ଜୟ ନାରାୟଣ ମିଶ୍ର, ଅଭିମାନ ???

March 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶାହଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକର ପୁରା ପଛରେ କାହିଁକି ବସିଲେ ବିଧାୟକ ଜୟ ନାରାୟଣ ମିଶ୍ର, ଅଭିମାନ ???

ଭୁବନେଶ୍ବର: ଆସନ୍ତା 22 ତାରିଖରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ବିଜେପି। ସେ ପ୍ରଥମେ ସମ୍ବଲପୁର ଆସିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଭୁବନେଶ୍ବର ଆସିବେ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।

ତେବେ ତାଙ୍କ ଗସ୍ତକୁ ଦେଖି ଆଜି ସମ୍ବଲପୁରରେ ଏକ ବୈଠକ ହୋଇଥିଲା। ଏଥିରେ ସଭାପତି ମନମୋହନ ସାମଲ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ସହିତ ସମ୍ବଲପୁର ଜିଲ୍ଲାର ବିଧାୟକ ଏବଂ ପ୍ରାର୍ଥୀ ଯୋଗ ଦେଇଥିଲେ। ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଯୋଗ ଦେଇଥିଲେ।

ହେଲେ ଜୟନାରାୟଣ ବୈଠକର ପୁରା ପଛରେ ବସିଥିଲେ। ତାଙ୍କୁ ଆଗକୁ ଆସିବା ପାଇଁ ଯେତେ କୁହାଗଲେ ମଧ୍ୟ ସେ ଆସିଲେ ନାହିଁ। ଏହାପରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଲେ ଯେ, ଆଗରେ ବସିବାର ମୋର ଯୋଗ୍ୟତା ନାହିଁ। ସେଠାରେ ସଭାପତି ମନ୍ତ୍ରୀ ଏବଂ ବରିଷ୍ଠଙ୍କ ଆସନ ରହିଛି। ମୁଁ ସେଥିମଧ୍ୟରୁ କିଛି ନୁହେଁ ବୋଲି କହିଥିଲେ।

ଏହାପରେ ଆପଣ ବରିଷ୍ଠ ବିଧାୟକ ବୋଲି ପଚାରିବାରୁ ସେ ଉତକ୍ଷିପ୍ତ ହୋଇପଡିଥିଲେ। ସେ କହିଥିଲେ ଯେ, ବରିଷ୍ଠଙ୍କ କଣ ଭ୍ୟାଲୁ ରହିଛି। ମୋର ଯୋଗ୍ୟତା ନାହିଁ ସେଥିପାଇଁ ମୁଁ ଗଲି ନାହିଁ। ଯେଉଁମାନଙ୍କର ଯୋଗ୍ୟତା ରହିଛି ସେମାନେ ବସନ୍ତୁ। ଏଥିରେ ମୋର କିଛି କହିବାର ନାହିଁ ବୋଲି ସେ କହିଥିଲେ।

ଘଟଣାଟି ହେଲା ଯେ, ଶାହଙ୍କ ପ୍ରସ୍ତୁତି ବୈଠକରେ ମଞ୍ଚ ଉପରେ ସଭାପତି ଓ ମନ୍ତ୍ରୀଙ୍କ ସହିତ ଜୟନାରାୟଣ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ତଳେ ବିଧାୟକ ଏବଂ ବିଜେପି ପ୍ରାର୍ଥୀଙ୍କ ପାଇଁ ଆସନ ପଡିଥିଲା। ହେଲେ ଜୟନାରାୟଣ ମଞ୍ଚ ଉପରକୁ ନ ଯାଇ ତଳେ ଥିବା ବିଧାୟକଙ୍କ ଆସନର ପଛରେ ବସିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅମିତ ଶାହ ଜୟନାରାୟଣ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.