Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଧାନସଭା ପରିସରରେ ବାଚସ୍ପତିଙ୍କ ସହିତ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ, କଂସା ବାସନରେ ପରଶା ଗଲା ଖାଦ୍ୟ
ରାଜ୍ୟ ଖବର

ବିଧାନସଭା ପରିସରରେ ବାଚସ୍ପତିଙ୍କ ସହିତ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ, କଂସା ବାସନରେ ପରଶା ଗଲା ଖାଦ୍ୟ

March 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Pakhala
ବିଧାନସଭା ପରିସରରେ ବାଚସ୍ପତିଙ୍କ ସହିତ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ, କଂସା ବାସନରେ ପରଶା ଗଲା ଖାଦ୍ୟ

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଓଡିଆର ପ୍ରତିଟି ଘରେ ଏହି ପଖାଳ ବେଶ ଲୋକପ୍ରିୟ। କାରଣ ଖରାଦିନରେ ପଖାଳଗଣ୍ଡେ ପେଟରେ ପଶିଗଲେ ଆଉ ଚିନ୍ତା ନାହିଁ। ଏହି ପଖାଳକୁ ଲୋକପ୍ରିୟ କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ 20 ତାରିଖରେ ପାଳନ ହେଉଛି ପଖାଳ ଦିବସ। ଆଜି ଘରେ ଘରେ ସମସ୍ତେ ପଖାଳ ଖାଇ ଆନନ୍ଦ ନେବାରେ ଲାଗିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବିଧାନସଭା ପରିସରରେ ମଧ୍ୟ ପଖାଳ ଦିବସ ପାଳନ ହୋଇଛି। ବାଚସ୍ପତି ସୁରମା ପାଢୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଅନ୍ୟମନ୍ତ୍ରୀ ପଖାଳ ଖାଇଛନ୍ତି। ସମସ୍ତଙ୍କୁ କଂସା ବାସନରେ ପରଶାଯାଇଛି ଏହି ପଖାଳ। କଂସା ବେଲାରେ ରହିଛି ପଖାଳ ଆଉ ତା ଭିତରେ ପଡିଛି ଲେମ୍ବୁ ସହିତ କଂଞ୍ଚା ଲଙ୍କା।

ସେହିପରି ତରକାରୀରେ ରହିଛି ବାଇଗଣ ଭର୍ତ୍ତା, ବଡି ଚୁରା, ପୋଟଳ ବେସର, ଲଙ୍କା ପିଆଜ, ପାମ୍ପଡ ସହିତ ଏକ ତରକାରୀ। ଏହାକୁ ବେଶ ମନଭରୀ ଖାଇଥିଲେ ସମସ୍ତ ସଦସ୍ୟ।

ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆ ମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି।

ପଖାଳ ପଖାଳ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026
Latest News

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.