Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଜାତୀୟ ସ୍ତରରେ ପ୍ରଶଂସିତ ହେଲା ଓଡ଼ିଶାର ପୂର୍ତ୍ତ ବିଭାଗ, ମିଳିଲା ବିଶ୍ବକର୍ମା ପୁରସ୍କାର
ରାଜ୍ୟ ଖବର

ଜାତୀୟ ସ୍ତରରେ ପ୍ରଶଂସିତ ହେଲା ଓଡ଼ିଶାର ପୂର୍ତ୍ତ ବିଭାଗ, ମିଳିଲା ବିଶ୍ବକର୍ମା ପୁରସ୍କାର

April 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Viswakarma
ଜାତୀୟ ସ୍ତରରେ ପ୍ରଶଂସିତ ହେଲା ଓଡ଼ିଶାର ପୂର୍ତ୍ତ ବିଭାଗ, ମିଳିଲା ବିଶ୍ବକର୍ମା ପୁରସ୍କାର

ଭୁବନେଶ୍ବର: ଗତ ଏପ୍ରିଲ ୧୧ ତାରିଖ ଦିନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ନୂଆଦିଲ୍ଲୀ ଠାରେ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି ।ନୂଆଦିଲ୍ଲୀର ଡ. ବି.ଆର୍. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଓଡିଶାର ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଚାରୋଟି ଉଲ୍ଲେଖନୀୟ କୋଠା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ କର୍ପୋରେଟ କାର୍ଯ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହର୍ଷ ମଲହୋତ୍ରା ପୁରସ୍କାର ପ୍ରଦାନ କରିବା ସହିତ ପୂର୍ତ୍ତ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ବିଶ୍ୱକର୍ମା ପୁରସ୍କାର ନିର୍ମାଣ କ୍ଷେତ୍ରରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ଅଟେ, ଯାହା ପ୍ରତିବର୍ଷ ନୀତି ଆୟୋଗ ଦ୍ୱାରା ଅଗ୍ରଣୀ ଏବଂ ଅଭିନବ ଢାଞ୍ଚା ଏବଂ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ହାସଲ କରିଥିବା ଏହି କୋଠାଗୁଡ଼ିକ ମଧ୍ୟରେ ଆନୁଷଙ୍ଗିକ ସୁବିଧା ଥିବା ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ୧୦୦୦ କ୍ଷମତା ବିଶିଷ୍ଟ ଓଡ଼ିଶାର ସର୍ବବୃହତ ବକ୍ତୃତା ଥିଏଟର ।

ସେହିପରି ପାଣିକୋଇଲିସ୍ଥିତ ଟ୍ରମା କେୟାର ହସ୍ପିଟାଲ ପୂର୍ବ ଭାରତର ସର୍ବବୃହତ ଟ୍ରମା କେୟାର କେନ୍ଦ୍ର, ଯେଉଁଠାରେ ଦୁର୍ଘଟଣା ଓ ପୋଡ଼ି ଯାଇଥିବା ଆଘାତର ବ୍ୟାପକ ଚିକିତ୍ସା ସୁବିଧା ପ୍ରଦାନ କରିଥାଏ । ସେହିଭଳି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ସବୁଠାରୁ ବଡ଼ ଆବାସ କେନ୍ଦ୍ର ହେଉଛି ପୁରୀ ସ୍ଥିତ ହାବିସ୍ୟାଳି ଭବନ, ଯେଉଁଥିରେ ପବିତ୍ର କାର୍ତ୍ତିକ ମାସରେ ପ୍ରାୟ ୧୭୦୦ ହବିଷ୍ୟାଳି ରହିବା ପାଇଁ ନିର୍ମାଣ କରାଯାଇଛି ।

ବରଗଡ଼ରେ ଥିବା କର୍କଟ ଚିକିତ୍ସାଳୟ ରେଡିଏସନ୍ ବଙ୍କର ଏବଂ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ଭଳି ବ୍ୟାପକ କର୍କଟ ଚିକିତ୍ସା ସୁବିଧା ଥିବା ଏକ ଅଭିନବ କମ୍ପ୍ୟାକ୍ଟ୍ ନିର୍ମାଣ ଶୈଳୀ । ରାଜ୍ୟରେ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ବ୍ୟାପକ ତଥା ଉନ୍ନତ ଭିତ୍ତିଭୂମି ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ସିଆଇଡିସି ଏବଂ ନୀତି ଆୟୋଗ ପ୍ରଶଂସା କରିଛନ୍ତି ।

ନିର୍ମାଣ କ୍ଷେତ୍ରରେ ପୂର୍ତ୍ତ ବିଭାଗକୁ ଏହି ସର୍ବୋଚ୍ଚ ବେସାମରିକ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର-୨୦୨୫ ରେ ପୁରସ୍କୃତ ହୋଇଥିବାରୁ ବିଭାଗର ସମସ୍ତ ଅଧିକାରୀ ମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ପୁର୍ତ୍ତ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.