Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଜନ ସମ୍ପର୍କ ଦିବସ ୨୦୨୫ ପାଳିତ
ରାଜ୍ୟ ଖବର

ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଜନ ସମ୍ପର୍କ ଦିବସ ୨୦୨୫ ପାଳିତ

July 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଜନ ସମ୍ପର୍କ ଦିବସ ୨୦୨୫ ପାଳିତ

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ବିଶ୍ୱ ଜନସମ୍ପର୍କ ଦିବସ ୨୦୨୫ ଅବସରରେ ବୁଧବାର ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଜନସମ୍ପର୍କ ପ୍ରଫେସନାଲ, ଯୋଗାଯୋଗ କ୍ଷେତ୍ରର ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ସାମିଲ ହୋଇଥିଲେ। ଏହି ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଡଃ ଦେବୀଲାଲ ମିଶ୍ର ମୁଖ୍ୟ ବକ୍ତା ଭାବରେ ଚଳିତ ବର୍ଷର ବିଶ୍ୱ ଜନ ସମ୍ପର୍କ ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଆଧୁନିକ ଜନସମ୍ପର୍କ କ୍ଷେତ୍ରର ଜନକ ଭାବରେ ପରିଗଣିତ ଆଇଭି ଲିଙ୍କ ସମ୍ମାନରେ କରାଯାଇଥିଲା।

ଜନସମ୍ପର୍କର ଲକ୍ଷ୍ୟ ସର୍ବଦା ସକାରାତ୍ମକ ବୋଲି ଉଲ୍ଲେଖ କରି ଡଃ ମିଶ୍ର ଜନସମ୍ପର୍କ ବୃତ୍ତିରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତା, ଆଚରଣଗତ ଦକ୍ଷତା, ଗବେଷଣାଗତ ଦକ୍ଷତା ଏବଂ ପରିସ୍ଥିତିଗତ ଦକ୍ଷତା ରହିବା ସହିତ ସାଧାରଣ ଜ୍ଞାନ ଏବଂ ପରିସ୍ଥିତିଗତ ଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ବିଶ୍ୱସ୍ତରରେ ବିଶ୍ୱାସ ହ୍ରାସ ପାଉଥିବା ପ୍ରକାଶ କରି ସେ କହିଥିଲେ ଯେ ଏହି ବର୍ଷର ବିଶ୍ୱ ଜନସମ୍ପର୍କ ଦିବସର ଥିମ୍ ବା ବିଷୟବସ୍ତୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ଧ୍ୟାନ ଆକର୍ଷଣ କରୁଛି ଯେ ‘ସମାଜ ଯେଉଁ ବିଶ୍ୱାସ ହରାଇଛି ତାହା ପୁନଃନିର୍ମାଣ କରିବାରେ ଜନସମ୍ପର୍କ ସହାୟକ ହୋଇପାରିବ କି?’। ଯେତେବେଳେ ବିଶ୍ୱାସର କଥା ଆସେ, ତିନୋଟି ଉପାଦାନ ଗୁରୁତ୍ୱପୂର୍ଣ୍ଣ, ସକାରାତ୍ମକ ଉଦ୍ଦେଶ୍ୟ, ସଚ୍ଚୋଟତାର ସହ ଯୋଗାଯୋଗ ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ। ଯୋଗାଯୋଗ ବୁଝାମଣା ସୃଷ୍ଟି କରେ, ବୁଝାମଣା ବିଶ୍ୱାସ ସୃଷ୍ଟି କରିଥାଏ ଏବଂ ବିଶ୍ୱାସ ଗ୍ରହଣୀୟତା ଆଡକୁ ନେଇଥାଏ । ତେଣୁ ଜନସମ୍ପର୍କ କ୍ଷେତ୍ରରେ ଏହି ତିନୋଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନସମ୍ପର୍କ କ୍ଷେତ୍ରରେ ଯୋଗାଯୋଗ ଜରିଆରେ ଜନସାଧାରଣଙ୍କୁ ବାର୍ତ୍ତା ବୁଝାଇବାର ଲକ୍ଷ୍ୟ ରହିବା ଉଚିତ ବୋଲି ଦର୍ଶାଇ ସେ କହିଥିଲେ ଯେ ଜନସାଧାରଣ ବାର୍ତ୍ତା ବୁଝିବା ପରେ, ଆମକୁ ଯୋଗାଯୋଗର ପ୍ରଭାବ ଜାଣିବା ପାଇଁ ମୂଲ୍ୟାଙ୍କନ କରିବାକୁ ପଡିବ।

ଏହି ଉତ୍ସବରେ ସ୍ୱାଗତ ଭାଷଣରେ ପିଆରଏସଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ସୁଧି ରଞ୍ଜନ ମିଶ୍ର ବିଶ୍ୱ ଜନସମ୍ପର୍କ ଦିବସର ଗୁରୁତ୍ୱ ଏବଂ ପ୍ରତ୍ୟେକ କ୍ଷେତ୍ର ଓ ସଂଗଠନରେ ଜନସମ୍ପର୍କ ବୃତ୍ତିଧାରୀଙ୍କ ଦ୍ୱାରା ନିର୍ବାହ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ପିଆରଏସଆଇ ଭୁବନେଶ୍ୱର ଶାଖାର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ପିଆରଏସଆଇ ଭୁବନେଶ୍ୱର ଶାଖାରେ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରାଯିବ ସହିତ, ଦୀର୍ଘ ଦିନରୁ ସଂଗଠନ ସହ ଯୋଡି ହୋଇରହିଥିବା କିଛି ସଦସ୍ୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଜୁଲାଇ ୧୬ ତାରିଖରେ ବିଶ୍ୱ ଜନସଂପର୍କ ଦିବସ ପାଳନ କରାଯାଇଥାଏ, ଯାହା ସଫଳ ତଥା ପ୍ରଭାବଶାଳୀ ଯୋଗାଯୋଗ, ବିଶ୍ୱାସ ସୃଷ୍ଟି ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବା ଦିଗରେ ଜନସଂପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପାଳନ କରେ। ଏହା ବ୍ୟବସାୟ, ସରକାର ଏବଂ ସମାଜ ପ୍ରତି ଜନସଂପର୍କ ବୃତ୍ତିଧାରୀଙ୍କ ଅବଦାନକୁ ସ୍ୱୀକୃତି ଦେବାର ଏକ ଦିନ ଭାବରେ ସଂଯୁକ୍ତ ବିଶ୍ୱରେ ନୈତିକ କାର୍ଯ୍ୟଧାରା ଏବଂ ପ୍ରଭାବଶାଳୀ ଯୋଗାଯୋଗର ଶକ୍ତି ଉପରେ ଗୁରୁତ୍ୱାରୋପ କରିଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Latest News

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.