Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……
ରାଜ୍ୟ ଖବର

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଳଙ୍ଗା ନାବାଳିକା ପୋଡ଼ି
ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ......

ଦିଲ୍ଲୀ / ଭୁବନେଶ୍ୱର: ଓଡ଼ିଶାର ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ତିନି ଜଣ ଦୁବୃର୍ତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ । ପୁରୀରୁ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣା ଯାଇଥିଲା ତା ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ପୀଡିତା ନାବାଳିକା ଶେଷ ନିଶ୍ବାସ ତ୍ୟାଗ କରିଛି । ଜୁଲାଇ ୧୯ ତାରିଖ ଘଟଣା ଦିନରୁ ଆଜି ଯାଏ ଆମେ ପଚାରି ଆସୁଛୁ ସେ ତିନି ଅଭିଯୁକ୍ତ ଗଲେ କୁଆଡେ। ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ।

ଶ୍ରୀମତୀ ଲାମ୍ବ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆମେ ଦାବି କରି ଆସୁଥିବା ବେଳେ କୁହାଯାଉଛି କି ନାବାଳିକାକୁ ପୋଡ଼ିବାରେ କାହାର ହାତ ନାହିଁ, କେହି ଏଥିରେ ଅଭିଯୁକ୍ତ ନୁହନ୍ତି। ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ସରକାର ଅପରାଧୀଙ୍କୁ ଧରିବାରେ ବିଫଳ ହେଲେ। କିନ୍ତୁ ୧୫ ବର୍ଷର ନାବାଳିକା ଉପରେ ଦୋଷ ଲଦୁଛନ୍ତି। ପରୋକ୍ଷରେ ଝିଅଟି ନିଜେ ନିଜକୁ ଜାଳିଦେଲା ବୋଲି କହୁଛନ୍ତି। ପୋଲିସ କହିଛି ଏ ଘଟଣାରେ କୌଣସି ବ୍ୟକ୍ତି ସାମିଲ ନାହାନ୍ତି । ଆମେ ନାବାଳିକାକୁ ଭେଟିବା ପାଇଁ ଅନେକ ଉଦ୍ୟମ କଲୁ । କିନ୍ତୁ ଭେଟିବାକୁ ଦେଲେ ନାହିଁ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଲାମ୍ବା କହିଲେ ଯେ, ମୁଁ ଓ ମୋ ସହଯୋଗୀମାନେ ସଂସଦ ଘେରାଉ କଲୁ ଆମକୁ ପୋଲିସ ଆଠ ଘଣ୍ଟା ଅଟକ ରଖିଲେ । ଆମର ସ୍ୱରକୁ ଚାପିବାକୁ ଉଦ୍ୟମ କରାଯାଇଛି । ସେମିତି ଓଡ଼ିଶାର ସୌମ୍ୟାଶ୍ରୀ ବି ସରକାରଙ୍କୁ ଗୁହାରୀ କରି ,ନ୍ୟାୟ ମାଗି ମାଗି ଶେଷରେ ନିରାଶ ହେଇ ନିଜକୁ ନିଆଁ ଲଗାଇ ଜଳିଗଲା। ଆଉ ଆଜି ବଳଙ୍ଗା ପୀଡ଼ିତା ନ୍ୟାୟ ମାଗି ମାଗି ହସ୍ପିଟାଲରେ ବେଡରେ ପଡ଼ିବି ମରିଗଲା ।

୨୩ ତାରିଖରେ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କୁ ଭେଟିବାକୁ ଚାହିଁଥିଲି । କିନ୍ତୁ ମୋତେ ପୋଲିସ ଘରେ ଅଟକ ରଖିଲା। ବିଜେପି ଶାସିତ ରାଜ୍ୟରେ ଆଜି ସମସ୍ତେ ଅସୁରକ୍ଷିତ । ଦୋଷୀଙ୍କୁ ସୁରକ୍ଷା ଦେଉଛନ୍ତି ବିଜେପି ସରକାର । ତେଣୁ ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ବିଧାନସଭା ଆଗରେ “ନ୍ୟାୟ ମାର୍ଚ୍ଚ” କରିବ ମହିଳା କଂଗ୍ରେସ ବୋଲି ସେ କହିଛନ୍ତି।

ସେ କହିଛନ୍ତି,ପୀଡ଼ିତାଙ୍କୁ ନ୍ୟାୟ ଓ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ଯାଏଁ ଆମେ ଲଢ଼ିବୁ । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କହୁଛନ୍ତି ନାବାଳିକା ନିଜେ ନିଜକୁ ଜଳାଇ ଦେଲା । ମୁଖ୍ୟମନ୍ତ୍ରୀ ଏ କଥା କହି ତିନି ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ ଦେଇ ଦେଲେ । ପୀଡ଼ିତା ପରିବାରଙ୍କୁ ସୁରକ୍ଷା ସହ ଉଚିତ୍ ସହାୟତା ପ୍ରଦାନ କରନ୍ତୁ । ବିଜେପି ସରକାର ଫାଷ୍ଟ ଟ୍ରାକ କୋର୍ଟ ବସାଇ ମାମଲାରେ ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ଦିଅନ୍ତୁ ବୋଲି ଶ୍ରୀମତୀ ଲାମ୍ବା ଦାବି କରିଛନ୍ତି।

ଅଳକା ଲାମ୍ବା କଂଗ୍ରେସ ବଳଙ୍ଗା ବଳଙ୍ଗା ଛାତ୍ରୀ ବଳଙ୍ଗା ଛାତ୍ରୀ ପୋଡିବା
Share. Facebook Twitter LinkedIn Email WhatsApp Copy Link

Related Posts

“ଅତି କମରେ ୧ କୋଟି ଜୀବନ ବଞ୍ଚିଛି”: ପୁଣି ଥରେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେଲେ ଟ୍ରମ୍ପ

January 17, 2026

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ସମାଦବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କିଛି ଅଛି କି ?

January 17, 2026

ଛୁରା ମାଡ଼ରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

January 17, 2026

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026
Latest News

ବାଜିରେ ଟିମ୍ ଇଣ୍ଡିଆର ଅତୁଟ ରେକର୍ଡ: ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଜିତିବ କି ନ୍ୟୁଜିଲ୍ୟାଣ୍ଡ?

January 17, 2026

‘ବିଏଲଓ ଙ୍କର ଆତ୍ମହତ୍ୟା ନୁହେଁ, ହତ୍ୟା’: ଟିଏମସି ଉପରେ ଗୁରୁତର ଅଭିଯୋଗ ଆଣିଲେ ପୁରୀ ସାଂସଦ

January 17, 2026

“ଅତି କମରେ ୧ କୋଟି ଜୀବନ ବଞ୍ଚିଛି”: ପୁଣି ଥରେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେଲେ ଟ୍ରମ୍ପ

January 17, 2026

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ସମାଦବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କିଛି ଅଛି କି ?

January 17, 2026

ଛୁରା ମାଡ଼ରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.