ଭୁବନେଶ୍ବର: ନିଯୁକ୍ତି ହେରଫେର ନେଇ ଆଜି ସିବିଆଇ ର ଏକ ଟିମ ଭୁବନେଶ୍ବର ଏମ୍ସ ରେ ଚଢାଉ କରିଛନ୍ତି। ଏଥିରେ ସିବିଆଇ ହାତରେ କେତେକ ଗୁରୁତ୍ବପୂର୍ଣ୍ଣ କାଗଜ ପଡିଥିବାର ଜଣାପଡିଛି। ଏକ ଆଉଟସୋର୍ସିଂ ସଂସ୍ଥାର କର୍ମଚାରୀଙ୍କୁ ଆଜି ସିବିଆଇ ଦୀର୍ଘ ସମୟ ଧରି ପଚରାଉଚୁରା କରିବା ସହିତ ତାଙ୍କଠାରୁ କେତେକ କାଗଜ ଜବତ କରିଛି।
ସୂଚନା ଅନୁସାରେ ଭୁବନେଶ୍ବର ଏମ୍ସରେ ନିଯୁକ୍ତି ହେରଫେର ହୋଇଥିବାର ଅଭିଯୋଗ ହୋଇଥିଲା। ଏଥିରେ ଏମ୍ସକୁ କର୍ମଚାରୀ ଯୋଗାଉଥିବା ଆଉଟସୋର୍ସିଂ ସଂସ୍ଥା ଏହି ହେରଫେର କରିଥିବାର ଜଣାପଡିଥିଲା। ଅସ୍ଥାୟୀ ଭାବେ କାମ କରୁଥିବା କେତେକ କର୍ମଚାରୀଙ୍କୁ ଏହି ସଂସ୍ଥା ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରି ସେମାନଙ୍କୁ ସ୍ଥାୟୀ କରିଥିଲା। ଏପରିକି ସେହି ସଂସ୍ଥା ମାଲିକଙ୍କର ସଂପର୍କୀୟମାନେ ଜାଲ ସାର୍ଟିଫିକେଟ ଦ୍ବାରା ସ୍ଥାୟୀ ଚାକିରୀ କରିଛନ୍ତି ବୋଲି ଜଣାପଡିଥିଲା।
ଏ ନେଇ ପୂର୍ବରୁ ସିବିଆଇ ଏମ୍ସରେ ଚଢାଉ କରି ସମସ୍ତ ତଥ୍ୟ ହାସଲ କରିଥିଲା। ଏହାପରେ ଆଜି ପୁଣି ସିବିଆଇ ଚଢାଉ କରିଛି।