Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମୋହନ ସରକାର ଶିକ୍ଷକଙ୍କୁ ପ୍ରତାରଣା କରନ୍ତୁ ନାହିଁ ବୋଲି କାହିଁକି କହିଲେ ଭକ୍ତ ଦାସ
ରାଜ୍ୟ ଖବର

ମୋହନ ସରକାର ଶିକ୍ଷକଙ୍କୁ ପ୍ରତାରଣା କରନ୍ତୁ ନାହିଁ ବୋଲି କାହିଁକି କହିଲେ ଭକ୍ତ ଦାସ

August 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋହନ ସରକାର
ମୋହନ ସରକାର ଶିକ୍ଷକଙ୍କୁ ପ୍ରତାରଣା କରନ୍ତୁ ନାହିଁ ବୋଲି କାହିଁକି କହିଲେ ଭକ୍ତ ଦାସ

ଭୁବନେଶ୍ୱର :– ବିଜେପି ସରକାର ଗଠନ କରିବା ୧୪ ମାସ ମଧ୍ୟରେ ନାରୀ ନିର୍ଯାତନା, ଅପରାଧ, ଲୋକଙ୍କ ଦୁର୍ଦ୍ଦଶା, ମିଥ୍ୟା ପ୍ରତିଶ୍ରୁତି ଆଦି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବର୍ତ୍ତମାନ ମୋହନ ସରକାରଙ୍କ ଦ୍ୱାରା ପ୍ରତାରିତ ଶିକ୍ଷକ ରାଜରାସ୍ତାରେ । ଆଜି ଦୁଇଗୋଟି ଭିନ୍ନ ଅନୁଷ୍ଠାନ ତାଙ୍କ ଦାବି ନେଇ ସଚିବାଳୟ ସମ୍ମୁଖ ମହାତ୍ମା ଗାନ୍ଧୀ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତାରିତ ଶିକ୍ଷକ ଓ ଅଧ୍ୟାପକଙ୍କ ଦାବିମାନ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

ସରକାର କର୍ପୋରେଟ ହାଉସ ଦ୍ୱାରା ପରିଚାଳିତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ନିଜ ଶିକ୍ଷାନୁଷ୍ଠାନ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି। ଶିକ୍ଷକଙ୍କୁ ପେନସନ, ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକର ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି କରିବା ସହ ୨୦୪ ରୁ ୨୦୨୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ଛଅ ଗୋଟି ନେସନାଲ ଇନକ୍ରିମେଣ୍ଟ, ବରିଷ୍ଠତା ପ୍ରଦାନ, ନୂତନ ପେନସନ ବଦଳରେ ପୁରାତନ ପେନସନ ସ୍କିମର ପ୍ରଚଳନ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଓ ଗ୍ରେଡ଼ ପେରେ ଥିବା ଅସଙ୍ଗତିକୁ ଦୂରୀକରଣ ଆଦି ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ, ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୧ ଜୁନ ୨୦୦୮ ରୁ ୧ ଜୁନ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରଭୁକ୍ତ କରନ୍ତୁ ବୋଲି ଏକମାତ୍ର ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, ମୋହନ ସରକାର ଆସିବା ଦିନଠୁ ୧୨ ଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତ୍ୟକ୍ଷ ସାକ୍ଷାତକରି ଦାବି ଜଣେଇଥିଲେ ସୁଦ୍ଧା ସରକାର କିଛି ପଦକ୍ଷେପ ନେଇ ନାହାନ୍ତି । ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମହାସଂଘ ଏବଂ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସମସ୍ତ ଶିକ୍ଷକ ଏବଂ କର୍ମଚାରୀଙ୍କ ପ୍ରତି ସରକାରଙ୍କ ପ୍ରତାଡନାକୁ ନିନ୍ଦା କରିବା ସହ ଅତିଶୀଘ୍ର ସେମାନଙ୍କ ଦାବି ଗ୍ରହଣ କରି ସରକାର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସରକାରଙ୍କଠାରେ ଦାବି କରୁଛି।

ଭକ୍ତ ଦାସ ମୋହନ ସରକାର ଶିକ୍ଷକ ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026
Latest News

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.