ଭୁବନେଶ୍ବର: ପୋଲିସ ମୋଟର ଟ୍ରାନ୍ସପୋର୍ଟ (ପିଏମଟି ) ରେ ଡ୍ରାଇଭର ନିଯୁକ୍ତି ନିମନ୍ତେ ଶାରୀରିକ ପରୀକ୍ଷା ହେବ। ଯେଉଁମାନେ ଲିଖିତ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି ସେମାନେ ଶାରୀରିକ ପରୀକ୍ଷା ଦେବେ। ସେଥିପାଇଁ ରାଜ୍ୟ ପୋଲିସ ତରଫରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏ ନେଇ ଓଡିଶା ପୋଲିସ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଏଥିରେ କୁହାଯାଇଛି ଯେ, ଚଳିତ ମାସ ୨୨ ତାରିଖରୁ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ଡ୍ରାଇଭିଂ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଏବଂ କୋରାପୁଟଠାରେ ଅନୁଷ୍ଠିତ ହେବ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ପ୍ରବେଶ ପତ୍ର ଡାଉନଲୋଡ଼ କରିବା ସହ ଅଧିକ ସୂଚନା ନିମନ୍ତେ ଓଡ଼ିଶା ପୋଲିସ ୱେବସାଇଟ ବ୍ୟବହାର କରିବାକୁ ଏହି ବିଜ୍ଞପ୍ତିରେ କୁହାଯାଇଛି।