Categories
ଆଜିର ଖବର ରାଜ୍ୟ ଖବର

ଏଣିକି ପୋଲିସ ନିଯୁକ୍ତି ପରୀକ୍ଷା କରିବ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ବା Police Recruitment Board ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି ।

ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ। ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅତିରିକ୍ତ ଡିଜି ବା ଆଇ.ଜି ପାହ୍ୟାର ଅଧିକାରୀ ରହିବେ ଏବଂ ଅନ୍ୟ ଜଣେ ଡି.ଆଇ.ଜି ବା ଏସ୍‌.ପି ପାହ୍ୟାରେ ରହିବେ।

ପୋଲିସ ବିଭାଗରେ ସିପାହୀଠାରୁ ଆରମ୍ଭ କରି ସବ୍‌ ଇନିସ୍‌ପେକ୍ଟର ତଥା ମିନିଷ୍ଟରିଆଲ ଷ୍ଟାଫ ନିଯୁକ୍ତି ଦାୟିତ୍ବ ଏହି ବୋର୍ଡ ସଂପାଦନ କରିବ। ଏହି ସ୍ଥାୟୀ ବୋର୍ଡ ଗଠନ ଦ୍ବାରା ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ଆବେଦନ ଶେଷ ତାରିଖ ଅକ୍ଟୋବର 4 ତାରିଖ

କଟକ, ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ଓଡିଶା ପୋଲିସ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ବିଜ୍ଞପ୍ତି ଅନୁସାରେ କେବଳ ଅନଲାଇନରେ ପ୍ରାର୍ଥୀପତ୍ର ଆବେଦନ କରିପାରିବେ। ଚଳିତ ମାସ 13 ତାରିଖରେ ଏହି ଆବେଦନ ପକ୍ରିୟା ଆରମ୍ଭ ହେବ। ଯାହା ଅକ୍ଟୋବର 4 ତାରିଖ ଆବେଦନର ଶେଷ ଦିନ ବୋଲି କୁହାଯାଇଛି।

ଏ ସଂପର୍କରେ ବିସ୍ତୁତ ବିବରଣୀ ପୋଲିସ ବିଭାଗର ୱେବ ସାଇଟରେ ଉପଲବ୍ଧ ଅଛି। ବିସ୍ତୁତ ଖବର ଜାଣିବା ପାଇଁ କ୍ଲିକ କରନ୍ତୁ ସମୀକ୍ଷା.ଭାରତ

ତେବେ ଏହି ପଦବୀ ପାଇଁ ପ୍ଲସ ଟୁ ବିଜ୍ଞାନ ସର୍ବନିମ୍ନ ଯୋଗ୍ୟତା ରଖାଯାଇଛି। ସେହିପରି ବୟସ ସୀମା 18 ରୁ 23 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ, ଆବେଦନ କରିବାର ଶେଷ ତାରିଖ ଆସନ୍ତା ମାସ 19 ତାରିଖ

କଟକ, ଓଡିଶା ପୋଲିସରେ ଖାଲିଥିବା 48ଟି ଏସପିଓ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏହି ସବୁ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ ମାସ 19 ତାରିଖ। ଏହାପରେ ଜୁନ୍ 26 ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡିଶା ପୋଲିସ ତରଫରୁ କୁହାଯାଇଛି। ତେବେ ଏହିସବୁ ପଦବୀ ପାଇଁ କେବଳ ଅବସର ପ୍ରାପ୍ତ ସମାରିକ କର୍ମଚାରୀମାନେ ଆବେଦନ କରିପାରିବେ।  ଏ ସଂପର୍କରେ ସବିଶେଷ ତଥ୍ୟ ଆବେଦନକାରୀମାନେ ୱେବସାଇଟ- www.odishapolice.gov.in ରୁ ପାଇପାରିବେ