Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା
ରାଜ୍ୟ ଖବର

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶାହାଙ୍କୁ ଭେଟିଲେ ସାମଲ
ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ବର: ଆଜି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏ ନେଇ ମନମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ଆଜି ନୂଆ ଦିଲ୍ଲୀରେ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବାର ଅବସର ପ୍ରାପ୍ତ ହେଲା । ଏହି ଅବସରରେ ରାଜ୍ୟର ବିକାଶ, ସାଂଗଠନିକ ସୁଦୃଢ଼ୀକରଣ ସମେତ ବିଭିନ୍ନ ଗୁରୁତ୍ତ୍ୱପୁର୍ଣ୍ଣ ବିଷୟ ସମ୍ଵନ୍ଧରେ ଆଲୋଚନା କଲି।”

ସେ ଆହୁରି ଲେଖିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଆମ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛି । ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର କିପରି ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହୋଇ ପାରିବ ସେ ଦିଗରେ ଆହୁରି ଦୃଢ଼ତାର ସହ କାର୍ଯ୍ୟ କରିବା ପାଇଁ ମାନ୍ୟବର ଗୃହ ମନ୍ତ୍ରୀଙ୍କର ମାର୍ଗଦର୍ଶନ ପ୍ରାପ୍ତ ହେଲା ।

ତେବେ ଏହା ହେଉଛି ମନମୋହନଙ୍କ ଲୋକଙ୍କୁ ଅବଗତ କରାଇବା ତଥ୍ୟ। ହେଲେ ପ୍ରକୃତରେ ସେ କଣ କଥା ହୋଇଛନ୍ତି ସେ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଆସିବାର ତେର ମାସ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ଦଳ ନିଗମ ଅଧ୍ୟକ୍ଷ ନିଯୁକ୍ତି କରିପାରୁ ନାହିଁ। ସଭାପତି ଓ ମୁଖ୍ୟମନ୍ତ୍ରୀ ଯେଉଁମାନଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁଛନ୍ତି ସେଥିରେ କେଁ ପଶିଯାଉଛି।

ତେବେ ସେ କେଁ କିଏ ପୁରାଉଛି ତାହା କାହାକୁ ଅଛପା ନାହିଁ। ବାରମ୍ବାର ତାଲିକା ପ୍ରସ୍ତୁତ ହେଉଥିଲେ ମଧ୍ୟ ତାହା ଚୁଡାନ୍ତ ହୋଇପାରୁ ନାହିଁ। ଏପରିକି ରାଷ୍ଟ୍ରୀୟ ବିଜେପିର ଦବଦବା ନେତା ସୁନୀଲ ବଂଶଲ ଆସି ଆଲୋଚନା କରି ତାଲିକା ଚୁଡାନ୍ତ କରିଥିଲେ ମଧ୍ୟ ତାହା ପ୍ରକାଶ ପାଇପାରୁ ନାହିଁ। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେତିକି ନୁହେଁ, ସାଧାରଣରେ ବିଜେପି ମଧ୍ୟ ନିନ୍ଦିତ ହେବାରେ ଲାଗିଛି।

ଏ ସବୁ ଘଟଣା ସଂପର୍କରେ ମନମୋହନ ଶାହାଙ୍କ ସହିତ ନିଶ୍ଚିତ ଆଲୋଚନା କରିଥିବାର ଅନୁମାନ କରାଯାଉଛି। ଯଦି ଏହି ନିଗମ ଅଧ୍ୟକ୍ଷ ଚୁଡାନ୍ତ ନ କରାଯାଏ ତେବେ ବିଜେପି ଭିତରେ ଠିକ ଚାଲୁ ନାହିଁ ବୋଲି ଧାରଣା ସୃଷ୍ଟି ହେଉଛି। ସେଥିପାଇଁ ସାମଲ ନିଶ୍ଚିତ ଭାବେ ଶାହାଙ୍କ ଠାରୁ ଏକ ବଡ ସାହା ପାଇଥିଲେ ବୋଲି ଆଶା କରାଯାଉଛି। ଅନ୍ୟପଟେ ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସୂଚନା ଦେଇସାରିଲେଣି ଯେ, ଖୁବ ଶିଘ୍ର ତାଲିକା ଘୋଷଣା ହେବ। ତେଣୁ ମନମୋହନ ଶାହାଙ୍କ ସହିତ ଆଲୋଚନା କରି ତାହା ଚୁଡାନ୍ତ କରି ଫେରିବେ।

ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଚାଲିଛି। ନିଗମ ଅଧ୍ୟକ୍ଷ ପଦ ପାଇଁ ଆଶାୟୀମାନେ ମନମୋହନ ସାମଲଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ବୋଲି ଜଣାପଡିଛି।

ଅମିତ ଶାହା ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଧୋଇବାକୁ ଯାଇ ଆଉ ଫେରିଲେନି ସଞ୍ଜୟ, ସକାଳେ ପୋଖରୀରୁ ମିଳିଲା ମୃତଦେହ

September 15, 2026

ବନ୍ୟା ପ୍ରପୀଡ଼ିତ ନେପାଳକୁ ବିଜୁଳି ଯୋଗାଇଲା ଭାରତ

September 15, 2026

ଆଇଏଲଏସ୍ ପକ୍ଷରୁ ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

September 15, 2026

ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ

September 15, 2026
Latest News

ନନ୍ଦିଗ୍ରାମ ଉପନିର୍ବାଚନ: ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ପିଏଙ୍କ ମାଆଙ୍କୁ ଟିକେଟ୍ ଦେଲା ବିଜେପି

September 15, 2026

ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଟି-20: ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

September 15, 2026

ମୋବାଇଲ୍ କିସ୍ତି ପାଇଁ ଯୁବକଙ୍କୁ ଅପହରଣ! ୫ ଦିନ ବନ୍ଧକ ରଖିଥିବା ଅଭିଯୋଗ

September 15, 2026

‘ଗ୍ୟାସ୍’ ଭାବି ଏହି ଲକ୍ଷଣକୁ ଅଣଦେଖା କରୁଛନ୍ତି କି? ହୋଇପାରେ ବଡ଼ ସ୍ୱାସ୍ଥ୍ୟ ସଙ୍କେତ

September 15, 2026

ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୁଲିସର ମାଷ୍ଟରଷ୍ଟ୍ରୋକ୍‌; ମଧ୍ୟରାତ୍ରିରେ ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.