ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଏହି ପିତୃପକ୍ଷ ପାଳିତ ହୋଇଥାଏ। ଆଜିଠାରୁ ପନ୍ଦର ଦିନ ପର୍ଯ୍ୟନ୍ତ ଏହି ପିତୃପକ୍ଷ ପାଳିତ ହୋଇଥାଏ। ଏହା ମହାଳୟା ଦିନ ଅର୍ଥାତ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିଥାଏ।
ଏହି ପକ୍ଷରେ ପରିବାରର ଯିଏ ମୁଖ୍ୟ ବା ବଡ ସେ ତାଙ୍କର ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଏହା କୌଣସି ଦେବାଳୟ ପୋଖରୀ କିମ୍ବା ଶ୍ରୀମନ୍ଦିରରେ କରାଯାଇଥାଏ। ଏହି ପିତୃପକ୍ଷ ଶ୍ରାଦ୍ଧ ଭୁବନେଶ୍ବରର ବିନ୍ଦୁସାଗରରେ ମଧ୍ୟ କରାଯାଇଥାଏ। ଏଥିପାଇଁ ବିନ୍ଦୁ ସାଗରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।